ବାତ୍ୟା 'ମୋନ୍ଥା' ମୁକାବିଲା; ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି, କେହି ଭୟଭୀତ ହୁଅନ୍ତୁ ନାହିଁ: ରାଜସ୍ବ ମନ୍ତ୍ରୀ

‘ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ’

Deviprasad Mohanty Picture
Published On

୩୦ ତାରିଖ ଯାଏଁ ୮  ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି ସେଣ୍ଟର ବନ୍ଦ ରହିବ

ଭୁବନେଶ୍ବର: ବାତ୍ୟା 'ମୋନ୍ଥା'ର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟପକ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ଗଞ୍ଜାମ, କନ୍ଧମାଳ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା ଆଦି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ବିଭାଗ ସହ ମଧ୍ୟ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଆଜି ଚୂଡାନ୍ତ ବୈଠକ ବସିଥିଲା। ଏଥିରେ ଜିଲ୍ଲା ସ୍ତରର ସମୀକ୍ଷା ନେଇ ଅପଡେଟ ହୋଇଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସରକାରରୁ ଜିଲ୍ଲା, ବ୍ଲକ, ପଞ୍ଚାୟତ ପ୍ରଶାସନ ଯାଏଁ ପ୍ରସ୍ତୁତି ସରିଛି। ସରକାରୀ ଅଧିକାରୀ, ଅଙ୍ଗନବାଡି, ଆଶା ଦିଦି ପାଖରେ ପହଞ୍ଚିଛନ୍ତି ଲୋକଙ୍କ ସୁରକ୍ଷା ପାଇଁ। ଗତ ଦାନା ବାତ୍ୟାରେ ଚମତ୍କାର ପ୍ରଦର୍ଶନ ହୋଇଥିଲା। ଏଥର ମଧ୍ୟ ତଳ ଠାରୁ ଉପର ଯାଏଁ ପ୍ରସ୍ତୁତ ଅଛନ୍ତି। ବାତ୍ୟାର ଗତି ବଢ଼ି ବଢ଼ି ଚାଲୁଛି। ଆଜି ସକାଳ ରିପୋର୍ଟ ଅନୁସାରେ ଅବପାତର ଗତି ୧୮ କିଲୋମିଟର ରହିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ବିଶେଷଜ୍ଞଙ୍କ ଅନୁସାରେ, ଗତି ଯେତେ ବଢିବ, ପ୍ରଭାବ କମିବ। ଯାହା ଶୁଭ ସୂଚନା । ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂରରେ ଅଛି। ଏହା ମାଲକାନଗିରିରୁ କ୍ରସ କରି ଛତିଶଗଡ ଯିବ। ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ପ୍ରଭାବିତ ହେବ। ଛତିଶଗଡ ପଟେ ବର୍ଷା ହୋଇ ପାରେ। ପାଣି ମହାନଦୀକୁ ଆସିବାର ସମ୍ଭାବନା ଅଛି। 88% ପାଣି ଜଳଭଣ୍ଡାରରେ ଥିଲା। ଏବେ ପାଣି ଛାଡିବା ଆରମ୍ଭ ହେଲାଣି। ସମୁଦ୍ର ଭିତରୁ ଫେରି ଆସିବାକୁ କୁହାଯାଇ ସରିଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

 SRC ଆଜି କୋଷ୍ଟ ଗାର୍ଡ ସହ କଥା ହେବେ। ଆନ୍ଧ୍ର ପ୍ରଦେଶ ଲୋକ ଓଡ଼ିଶା ସମୁଦ୍ରରେ ଥିବା ଜଣା ଯାଇଛି। କେତେ ପରିମାଣରେ ସେଠୁ ଜାହାଜ ଆସିଛି, ସେ ନେଇ କୋଷ୍ଟ ଗାର୍ଡ ସହ ଆଲୋଚନା ହେବ।  ବିଚଳିତ ହୁଅନ୍ତୁ ନାହିଁ। ସଫଳତା ସହ ଜିରୋ କାଜୁଆଲଟି ସହ ବାତ୍ୟାକୁ ବିଦା କରିବା । ବାତ୍ୟା ସମୟରେ ଘରୁ ବାହାରନ୍ତୁ ନାହିଁ। ବର୍ତ୍ତମାନ ସୁଦ୍ଧା ୨୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି, ବାକି ବି ହେବେ। ପାହାଡ଼ରେ ଥିବା ଲୋକଙ୍କୁ ତଳକୁ ଆସିବାକୁ କୁହାଗଲାଣି। କଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ପଳେଇ ଆସନ୍ତୁ। ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ଦିଅନ୍ତୁ. 24*7 ହେଲ୍ପଲାଇନ ଜାରି ହୋଇଛି। କଣ୍ଟ୍ରୋଲ ରୁମ ଖୋଲା ଅଛି। ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେଲାଣି। ନିଜ ଜିନିଷ ସୁରକ୍ଷା ରଖିବାକୁ ଲୋକେ କାମ କରୁଛନ୍ତି। ସମ୍ବେଦନଶୀଳ ଓ ପାଣି ଘେରରେ ରହିବା ଆଶଙ୍କା ଥିବା ଲୋକ ରିଲିଫ ସେଣ୍ଟରକୁ ଆସନ୍ତୁ। ସମ୍ପତି ଦାୟିତ୍ୱ ଓଡ଼ିଶା ପୁଲିସ ନେବେ। ଏବେ ବର୍ଷା ହେଲାଣି। 

୮ ଜିଲ୍ଲାରେ ୨୦୦ ରିଲିଫ ସେଣ୍ଟର କରାଯାଇଛି। ସ୍କୁଲକୁ ବି ଆଶ୍ରୟ ସ୍ଥଳୀ ପାଇଁ ବ୍ୟବହାର କରାଯିବ। ଏହି ୮ ଜିଲ୍ଲାରେ ୨୮ , ୨୯, ୩୦ ଯାଏଁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖାଯାଇଛି। ଅଙ୍ଗନବାଡି ହିତାଧିକାରୀଙ୍କ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯିବ। ସହରରେ ଯେଉଁଠି ପାଣି ପଶିବା ଆଶଙ୍କା ରହିଛି, ସେଠି ପମ୍ପିଙ୍ଗ କରିବାକୁ କୁହାଯାଇଛି। ଯେପରି ଘରକୁ ପାଣି ନ ପଶେ । ରାସନ, ଗୋଖାଦ୍ୟ ଓ ପଶୁ ଖାଦ୍ୟ ପର୍ଯ୍ୟାପ୍ତ ମହାଜୁଦ ଅଛି। ପାୱାର ବ୍ୟାକଅପ ବ୍ୟବସ୍ଥା ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

୩୦ ତାରିଖ ଯାଏଁ ୮  ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି ସେଣ୍ଟର ବନ୍ଦ ରହିବ। ସେଠି ସରକାରୀ ଅଧିକାରୀଙ୍କ ଛୁଟି ୩୦ ଯାଏଁ ବାତିଲ କରଯାଇଛି।  24 ଘଣ୍ଟାରେ ବିଦ୍ୟୁତ ପୁନଃ ସଂଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଉପକରଣ ପହଂଚି ସାରିଛି। ସ୍ଥାନାନ୍ତର ଯେଉଁଠି ଦରକାର, ସେଠି କରାଯିବ। ଲ୍ୟାଣ୍ଡଫାଲ କାକିନାଡ଼ରେ ଆକଳନ ହୋଇଥିବା ସମୟରେ ହେବ। ଗର୍ଭବତୀମାନଙ୍କୁ PHC, CHC ପହଞ୍ଚାଇ ଦିଆଯାଇଛି। ଆଣ୍ଟି ସ୍ନେକ ଭେନମ ଓ ଔଷଧ ପର୍ଯ୍ୟାପ୍ତ ମହଜୁଦ ଅଛି ବୋଲି  ସୁରେଶ ପୂଜାରୀ ଦେଓ ରଞ୍ଜନ ସିଂ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର