ଆଜି ଲଘୁଚାପ; ଘନୀଭୂତ ହେବା ଆଶଙ୍କା, ୨୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Madhusudan Das Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ବୁଧବାରଠାରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଗୁରୁବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେବେ କେତେ ଘନୀଭୂତ ହେବ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ଏହି ଲଘୁଚାପଟି ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେବା ଏକପ୍ରକାର ନିଶ୍ଚିତ ଥିବା ବେଳେ ଯଦି ପାଣିପାଗ ସ୍ଥିତି ଅନୁକୂଳ ହୁଏ ତେବେ ଗଭୀର ଅବପାତ/ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଯାଇ ନପାରେ। ସେହିପରି ପ୍ରାଥମିକ ଭାବେ ଏହା ଆନ୍ଧ୍ର ଉପକୂଳମୁହାଁ ହେବା ନେଇ ଆକଳନ କରାଯାଉ ଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ରହିବ। ଯଦି ଏହା ଉତ୍ତର ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରେ ତେବେ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସାଙ୍ଗକୁ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶା ଓ ଉପକୂଳ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିପାରେ। ସେହିପରି ଲଘୁଚାପ ଅଧିକ ଶକ୍ତିଶାଳୀ ହେଲେ, ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ବଢ଼ିଯିବ। ତେଣୁ ରାଜ୍ୟରେ ଅଧିକ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ଦେଖାଦେଇପାରେ । ଅନ୍ୟପଟେ ଆସନ୍ତା ୨୭ତାରିଖ ବେଳକୁ ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହେବ । ସାଧାରଣତଃ ପଶ୍ଚିମା ଝଡ଼ ଦ୍ୱାରା ଉପରିଭାଗରେ ବାୟୁ ଚଳାଚଳର ତାରତମ୍ୟ ଅବପାତ/ବାତ୍ୟାଗୁଡ଼ିକର ଦିଗ ପରିବର୍ତ୍ତନ କରାଇବାରେ ସହାୟକ ହୋଇଥାଏ। ତେଣୁ ବର୍ତ୍ତମାନ ଉଭୟ ଆନ୍ଧ୍ର ଓ ଓଡ଼ିଶା ଉପରେ ସମ ପରିମାଣର ବର୍ଷା-ପବନ ଭୟ ରହୁଛି। ଏହି ସ୍ଥିତି ଯୋଗୁଁ ଆସନ୍ତା ୨୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ୨୮ ଓ ୨୯ରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

ଦୁଇଦିନ ପୂର୍ବେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଓଡ଼ିଶାଠାରୁ ଦୂରକୁ ଚାଲିଯାଇଛି। ମାତ୍ର ଏହା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟାରେ ରାୟଗଡ଼ାରେ ୧୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ୮ ଓ ଜଗତସିଂହପୁରରେ ୯ ମିମି ବର୍ଷା ରେକର୍ଡ ହୋଇଛି । ଶୁକ୍ରବାର ୧୧ଟି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ଆଶଙ୍କା ରହିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

24 Oct 2025 By Madhusudan Das

ଆଜି ଲଘୁଚାପ; ଘନୀଭୂତ ହେବା ଆଶଙ୍କା, ୨୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ବୁଧବାରଠାରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଗୁରୁବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେବେ କେତେ ଘନୀଭୂତ ହେବ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି ।

ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ଏହି ଲଘୁଚାପଟି ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେବା ଏକପ୍ରକାର ନିଶ୍ଚିତ ଥିବା ବେଳେ ଯଦି ପାଣିପାଗ ସ୍ଥିତି ଅନୁକୂଳ ହୁଏ ତେବେ ଗଭୀର ଅବପାତ/ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଯାଇ ନପାରେ। ସେହିପରି ପ୍ରାଥମିକ ଭାବେ ଏହା ଆନ୍ଧ୍ର ଉପକୂଳମୁହାଁ ହେବା ନେଇ ଆକଳନ କରାଯାଉ ଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ରହିବ। ଯଦି ଏହା ଉତ୍ତର ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରେ ତେବେ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସାଙ୍ଗକୁ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶା ଓ ଉପକୂଳ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିପାରେ। ସେହିପରି ଲଘୁଚାପ ଅଧିକ ଶକ୍ତିଶାଳୀ ହେଲେ, ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ବଢ଼ିଯିବ। ତେଣୁ ରାଜ୍ୟରେ ଅଧିକ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ଦେଖାଦେଇପାରେ । ଅନ୍ୟପଟେ ଆସନ୍ତା ୨୭ତାରିଖ ବେଳକୁ ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହେବ । ସାଧାରଣତଃ ପଶ୍ଚିମା ଝଡ଼ ଦ୍ୱାରା ଉପରିଭାଗରେ ବାୟୁ ଚଳାଚଳର ତାରତମ୍ୟ ଅବପାତ/ବାତ୍ୟାଗୁଡ଼ିକର ଦିଗ ପରିବର୍ତ୍ତନ କରାଇବାରେ ସହାୟକ ହୋଇଥାଏ। ତେଣୁ ବର୍ତ୍ତମାନ ଉଭୟ ଆନ୍ଧ୍ର ଓ ଓଡ଼ିଶା ଉପରେ ସମ ପରିମାଣର ବର୍ଷା-ପବନ ଭୟ ରହୁଛି। ଏହି ସ୍ଥିତି ଯୋଗୁଁ ଆସନ୍ତା ୨୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ୨୮ ଓ ୨୯ରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବାର ସମ୍ଭାବନା ରହିଛି ।

ଦୁଇଦିନ ପୂର୍ବେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଓଡ଼ିଶାଠାରୁ ଦୂରକୁ ଚାଲିଯାଇଛି। ମାତ୍ର ଏହା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟାରେ ରାୟଗଡ଼ାରେ ୧୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ୮ ଓ ଜଗତସିଂହପୁରରେ ୯ ମିମି ବର୍ଷା ରେକର୍ଡ ହୋଇଛି । ଶୁକ୍ରବାର ୧୧ଟି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ଆଶଙ୍କା ରହିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର