ସୋର ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ୱାର୍ଡର ନିଲମ୍ବିତ

Madhusudan Das Picture
Published On

ସୋର: ସୋର ଜେଲରୁ କଏଦୀ ଫେରାର ଘଟଣା। ଦୁଇ ୱାର୍ଡର ସସପେଣ୍ଡ। ସୂଚନା ଦେଲେ ଜେଲ ଡିଜି ସୁଶାନ୍ତ ନାଥ । ଜେଲ ଡିଜି କହିଛନ୍ତି କି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି । ଏଡିଜି ପ୍ରିଜନ ଅମିତାଭ ଠାକୁର ଘଟଣାସ୍ଥଳକୁ ଯାଉଛନ୍ତି । ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ତଦନ୍ତ ହେବ । ସିସିଟିଭି କିଭଳି ଭାଇରାଲ ହେଲା, ସେ ନେଇ ଅଧିକ ଖୋଳତାଡ଼ ହେବ । ଗତ କିଛିଦିନ ହେଲା ଜେଲ ବିଭାଗରେ ଏଭଳି ଅନେକ ବ୍ୟତିକ୍ରମ ଦେଖାଆଯାଇଛି । ଯେଉଁମାନେ ବିଭିନ୍ନ ଅବହେଳା ପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । 

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ବାଲେଶ୍ଵର ଜିଲ୍ଲା ସୋର ସବ୍‌ ଜେଲରୁ ବିଚାରଧୀନ କଏଦୀ ଚମ୍ପଟ ମାରିବା ଘଟଣାର ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଫେରାର କଏଦୀ ଧରାପଡ଼ି ନାହିଁ। ସିମୁଳିଆ ଥାନା ଅଞ୍ଚଳରୁ ଏକ କାର୍ ଚୋରି ଉଦ୍ୟମ, ହତ୍ୟା ଧମକ ଅଭିଯୋଗରେ ଝାରଖଣ୍ଡ ବୋକାରୁ ଅଞ୍ଚଳର ଗିରଫ ହୋଇଥିବା ବିଚାରାଧୀନ ଅଭିଯୁକ୍ତ ଦୀପକ କୁମାର ରାଏ ଫେରାର୍ ହୋଇଯାଇଥିଲା। ଫେରାର ହେବାର ୧୨ ଘଣ୍ଟାରେ ଫେରାର ଅଭିଯୁକ୍ତ ଧରା ପଡି ନାହିଁ। ଦୀପକକୁ ସିମୁଳିଆ ପୋଲିସ ୧୯ ଗତ ତାରିଖରେ ଗିରଫ କରି ସୋର ଜେଲକୁ ପଠାଇଥିଲା। ପୋଲିସ ବିଭିନ୍ନ ସ୍ଥାନ ଖୋଜାଖୋଜି ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଖୁବ୍ ଶୀଘ୍ର ଫେରାର କଏଦୀକୁ ଧରିବାପାଇଁ ପୋଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଥିବା ବାଲେଶ୍ଵର ଏସପି ପ୍ରତ୍ୟୁଷ ଦିବାକର ସୁଚନା ଦେଇଛନ୍ତି । ଜେଲ ଓ ଷ୍ଟାପ ସମସ୍ୟା ସହିତ କିପରି ପରିସ୍ଥିତିରେ କଏଦୀ ଫେରାର ହେଲା ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଜେଲର ବିଭିନ୍ନ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ। 

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର