ପ୍ରକାଶ ପାଇଲା ବିଏଡ୍‌ ନାମଲେଖା ସମୟସୂଚୀ : ୧୯ରେ ଦ୍ୱିତୀୟ, ୨୬ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା

The Sakala Picture
Published On

ଭୁବନେଶ୍ୱର : ମାସେ ବିଳମ୍ବରେ ପ୍ରକାଶ ପାଇଲା ବିଏଡ୍‌ ନାମଲେଖା ପାଇଁ ପରିବର୍ତ୍ତିତ ସମୟସୂଚୀ। ଆଜି ପରୀକ୍ଷାର୍ଥୀଙ୍କ ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବ। ମାର୍କ ଅନୁଯାୟୀ ପୂର୍ବରୁ ଦେଇଥିବା ଚଏସ୍‌ ଲକିଂ ଅଗଷ୍ଟ ୪ ତାରିଖ ସୁଦ୍ଧା ପରିବର୍ତ୍ତନ କରିପାରିବେ। ଏହାପରେ ୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୩ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବେ। ଏହାସହ ୧୧ରୁ ୧୩ ତାରିଖ […]

ଭୁବନେଶ୍ୱର : ମାସେ ବିଳମ୍ବରେ ପ୍ରକାଶ ପାଇଲା ବିଏଡ୍‌ ନାମଲେଖା ପାଇଁ ପରିବର୍ତ୍ତିତ ସମୟସୂଚୀ। ଆଜି ପରୀକ୍ଷାର୍ଥୀଙ୍କ ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବ। ମାର୍କ ଅନୁଯାୟୀ ପୂର୍ବରୁ ଦେଇଥିବା ଚଏସ୍‌ ଲକିଂ ଅଗଷ୍ଟ ୪ ତାରିଖ ସୁଦ୍ଧା ପରିବର୍ତ୍ତନ କରିପାରିବେ। ଏହାପରେ ୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୩ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବେ। ଏହାସହ ୧୧ରୁ ୧୩ ତାରିଖ ମଧ୍ୟରେ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନକୁ ଯାଇ ନାମଲେଖାଇ ପାରିବେ। ୧୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

୨୨ ତାରିଖ ମଧ୍ୟରେ ସ୍ଲାଇଡ୍‌ ବା ଫ୍ରିଜ୍‌ ଅପ୍‌ସନ୍‌ ଦେବାସହ ନାମଲେଖାଇ ପାରିବେ। ଏହାପରେ ୨୬ରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧ ସୁଦ୍ଧା ଏହାର ନାମଲେଖା ସରିବ। ଚତୁର୍ଥ ପର୍ଯ୍ୟାୟ ବା ସ୍ପଟ୍‌ ନାମଲେଖା ପାଇଁ ସେପ୍ଟେମ୍ବର ୩ରୁ ୫ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏହାର ମେଧା ତାଲିକା ୮ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ୧୩ ତାରିଖ ମଧ୍ୟରେ ନାମଲେଖା ସରିବ। ସେପ୍ଟେମ୍ବର ୨ରୁ ବିଏଡ୍‌ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ପୂର୍ବରୁ ଜୁନ୍‌ ୨୫ ତାରିଖରେ ପ୍ରଥମ ରାଉଣ୍ଡ ମେଧାତାଲିକା ପ୍ରକାଶ ପାଇବା ସହ ଜୁଲାଇ ୨୨ତାରିଖ ସୁଦ୍ଧା ତୃତୀୟ ପର୍ଯ୍ୟାୟ ନାମଲେଖା ସାରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅସଙ୍ଗତି ହୋଇଥିବା ଅଭିଯୋଗ ହେବାରୁ ନାମଲେଖା ପ୍ରକ୍ରିୟାକୁ ବାତିଲ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦାବି ପରେ ପ୍ରୋଭିଜିନାଲ୍‌ ଆନ୍‌ସାର୍‌ କି’ ପ୍ରକାଶ ପାଇଥିଲା। ଏହାପରେ ଗତ ୨୧ ତାରିଖରେ ଚୂଡ଼ାନ୍ତ ପରିବର୍ତ୍ତିତ ଆନ୍‌ସାର୍‌ କି’ ପ୍ରକାଶ ପାଇଥିବାବେଳେ ପ୍ରାୟ ୧୭ଟି ଉତ୍ତର ପରିବର୍ତ୍ତନ ହୋଇଛି। ଆସନ୍ତାକାଲି ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବାର ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉକ୍ରଣ୍ଠା ରହିଛି। ଜୁଲାଇ ୨୪ ତାରିଖରୁ ପାଠପଢ଼ା ଆରମ୍ଭ କରିବାକୁ ମୂଳ ବିଜ୍ଞପ୍ତିରେ ଧାର୍ଯ୍ୟ ହୋଇଥିବାବେଳେ ସାନି ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ୨ରୁ ବିଏଡ୍‌ ପାଠପଢ଼ା ଆରମ୍ଭ ହେବ। ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ପାଇଁ ମାସାଧିକ କାଳ ପାଠପଢ଼ା ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର