ବିଦେଶୀ ପକ୍ଷୀଙ୍କ ଅନ୍ତୁଡ଼ିଶାଳ ପାଲଟିଛି ବରଗଡ଼ ଜିଲ୍ଳାର ଏହିସବୁ ଗାଁ…

The Sakala Picture
Published On

ବରଗଡ଼(ବଦ୍ରୀ ପ୍ରସାଦ ସାହୁ): ବରଗଡ଼ ଜିଲ୍ଳାର ବିଭିନ୍ନ ଗାଁରେ ଦେଖିବାକୁ ମିଳୁଛି ସୁଦୂର ସାଇବେରିଆରୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ଆସର। ଏ ଅଞ୍ଚଳର ଜଳବାୟୁ ସହ ଭଲ ଖାଦ୍ୟ ମିଳୁଥିବାରୁ ବିଦେଶାଗତ ପକ୍ଷୀମାନେ ପ୍ରତିବର୍ଷ ଏଠାକୁ ଆସି ଅଣ୍ଡା ଦେଇ ଛୁଆକୁ ଉଡ଼ାଇବା ଶିଖାଇଥାନ୍ତି ଏବଂ କାର୍ତ୍ତିକ ମାସ ପରେ ଫେରି ଯାଇଯା’ନ୍ତି ନିଜ ନିଜ ନୀଡ଼କୁ । ବବରଗଡ଼ ଜିଲ୍ଳାର ବାଳିଜୋରୀ, କର୍ଲାଜୋରୀ, ଅନ୍ତପାଲି, ନିଲଜି, ନିଲେଶ୍ୱର, ପଣ୍ଡରିଜୁରୀ ପରି ବହୁତ ଗାଁ ମାନଙ୍କୁ ପ୍ରତିବର୍ଷ […]

ବରଗଡ଼(ବଦ୍ରୀ ପ୍ରସାଦ ସାହୁ): ବରଗଡ଼ ଜିଲ୍ଳାର ବିଭିନ୍ନ ଗାଁରେ ଦେଖିବାକୁ ମିଳୁଛି ସୁଦୂର ସାଇବେରିଆରୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ଆସର। ଏ ଅଞ୍ଚଳର ଜଳବାୟୁ ସହ ଭଲ ଖାଦ୍ୟ ମିଳୁଥିବାରୁ ବିଦେଶାଗତ ପକ୍ଷୀମାନେ ପ୍ରତିବର୍ଷ ଏଠାକୁ ଆସି ଅଣ୍ଡା ଦେଇ ଛୁଆକୁ ଉଡ଼ାଇବା ଶିଖାଇଥାନ୍ତି ଏବଂ କାର୍ତ୍ତିକ ମାସ ପରେ ଫେରି ଯାଇଯା’ନ୍ତି ନିଜ ନିଜ ନୀଡ଼କୁ ।

ଆହୁରି ପଢ଼ନ୍ତୁ: 'କେବେ ହେବ ପୋଲିସ୍ SI ପରୀକ୍ଷା' ? ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ଲୋୟର ପିଏମଜିରେ ଆଶାୟୀଙ୍କ ବିକ୍ଷୋଭ

ବବରଗଡ଼ ଜିଲ୍ଳାର ବାଳିଜୋରୀ, କର୍ଲାଜୋରୀ, ଅନ୍ତପାଲି, ନିଲଜି, ନିଲେଶ୍ୱର, ପଣ୍ଡରିଜୁରୀ ପରି ବହୁତ ଗାଁ ମାନଙ୍କୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ଆସୁଥିବାର ଦେଖିବାକୁ ମଳିଥାଏ। ଏହି ପକ୍ଷୀମାନେ ସାଧାରଣତଃ ଅକ୍ଷୟ ତୃତୀୟା ଠାରୁ ବରଗଡ଼ ଜିଲ୍ଳାର ଏହି ଗାଁ ମାନଙ୍କୁ ଆସୁଥିବା ବେଳେ କାର୍ତ୍ତିକ ମାସରେ ପୁଣି ନିଜ ବାସସ୍ଥାନକୁ ଫେରି ଯାଇଥାନ୍ତି। ସାଇବେରିଆରୁ ଆସୁଥିବା ଏହି ପକ୍ଷୀମାନେ ତେନ୍ତୁଳି, ବର, ଅଶ୍ୱତଥ୍‌‌, ଆମ୍ବ, ସେରସୁଆଁ ଆଦି ଗଛରେ ବସା ବାନ୍ଧିଥାନ୍ତି। ତେବେ ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ଯେ ଅଧିକ ସଂଖ୍ୟାରେ ଏହି ପ୍ରବାସୀ ପକ୍ଷୀଙ୍କ ଆଗମନ ହେଲେ ସେତେ ଅଧିକ ବର୍ଷା ହେବା ସହ ଭଲ ଫସଲ ହୋଇଥାଏ। ଏହି କାରଣରୁ ସ୍ଥାନୀୟ ଲୋକମାନେ ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇଥାନ୍ତି। ଏ ଅଞ୍ଚଳରେ ଏସିଆନ ଓପନ ବିଲ୍‌‌ ଷ୍ଟର୍କ, ଲୁପ୍ତପ୍ରାୟ ବ୍ଲେକହେଡେଡ ଆଇବିସ୍‌‌ ଠାରୁ ଆରମ୍ଭ କରି କେଟେଲ ଏଜିରେଟ, ଇଣ୍ଟରମିଡଏଟ ଏଜିରେଟ, ଲାର୍ଜ ଏଜିରେଟ, ଲିଟିଲ କମରୋଣ୍ଟ, ଗ୍ରେଟ କମରୋଣ୍ଟ, ପଞ୍ଚ ହିରନ, ନାଇଟ ହିରନ ଆଦି ପ୍ରଜାତିର ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥାଏ। କର୍ଲାଜୋରୀ-ଅନ୍ତପାଲିକୁ ଗବେଷଣାରତ ଛାତ୍ରଛାତ୍ରୀ, ପକ୍ଷୀ ବିଶାରଦ ଆସି ପକ୍ଷୀ ସମାଗମ ସ୍ଥଳ ପରିଦର୍ଶନ କରୁଥିବା ସତ୍ତ୍ବେ ପକ୍ଷୀମାନଙ୍କ ଗତିବିଧି ଅନୁଧ୍ୟାନ ପାଇଁ ୱାଚ ଟାୱାର ନିର୍ମାଣ ସହ ଗାଁକୁ ପକ୍ଷୀ ଗ୍ରାମ ଘୋଷଣା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp