୭ବର୍ଷରେ ୧୦୫ ମାଓବାଦୀ ନିହତ, ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଘଟିଛି ୧୫୩ ଥର ଗୁଳିବିନିମୟ

The Sakala Picture
Published On

ଭୁବନେଶ୍ୱର:ଲାଲ୍‌‌ଗଡ଼ରେ ସୁନିଶ୍ଚିତ ହେଉଛି ଜନସାଧାରଣଙ୍କ ଧନଜୀବନର ସୁରକ୍ଷା। ଭୁଶୁଡ଼ୁଛି ଲାଲ୍‌‌ବାହିନୀଙ୍କ ଗଡ଼। ଗୁଳିଗୋଳାର କର୍କଶ ଶବ୍ଦ ସାଙ୍ଗକୁ ଲ୍ୟାଣ୍ଡମାଇନ୍‌ର ପ୍ରଚଣ୍ଡ ବିସ୍ଫୋରଣରେ ଥରୁଥିବା ଜିଲ୍ଲାରେ ଏବେ ଆଉ ସେଭଳି ସ୍ଥିତି ନାହିଁ। ସ୍ଥିତି ବଦଳିଛି; ଓଡ଼ିଶା ଧୀରେଧୀରେ ମାଓବାଦୀମୁକ୍ତ ରାଜ୍ୟ ଆଡ଼କୁ ଗତି କରୁଛି। ଯବାନ-ପୁଲିସର ମାଓବିରୋଧୀ ଅଭିଯାନ ଓ ରାଜ୍ୟ ସରକାରଙ୍କ ବ୍ୟାପକ ଲୋକାଭିମୁଖୀ ପ୍ରକଳ୍ପ ପାଇଁ ଏହା ସମ୍ଭବ ହୋଇପାରିଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶ ଶିଖର ଛୁଇଁଛି। ବିଦ୍ୟୁତ୍‌‌, ପାନୀୟ, […]

ଭୁବନେଶ୍ୱର:ଲାଲ୍‌‌ଗଡ଼ରେ ସୁନିଶ୍ଚିତ ହେଉଛି ଜନସାଧାରଣଙ୍କ ଧନଜୀବନର ସୁରକ୍ଷା। ଭୁଶୁଡ଼ୁଛି ଲାଲ୍‌‌ବାହିନୀଙ୍କ ଗଡ଼। ଗୁଳିଗୋଳାର କର୍କଶ ଶବ୍ଦ ସାଙ୍ଗକୁ ଲ୍ୟାଣ୍ଡମାଇନ୍‌ର ପ୍ରଚଣ୍ଡ ବିସ୍ଫୋରଣରେ ଥରୁଥିବା ଜିଲ୍ଲାରେ ଏବେ ଆଉ ସେଭଳି ସ୍ଥିତି ନାହିଁ। ସ୍ଥିତି ବଦଳିଛି; ଓଡ଼ିଶା ଧୀରେଧୀରେ ମାଓବାଦୀମୁକ୍ତ ରାଜ୍ୟ ଆଡ଼କୁ ଗତି କରୁଛି। ଯବାନ-ପୁଲିସର ମାଓବିରୋଧୀ ଅଭିଯାନ ଓ ରାଜ୍ୟ ସରକାରଙ୍କ ବ୍ୟାପକ ଲୋକାଭିମୁଖୀ ପ୍ରକଳ୍ପ ପାଇଁ ଏହା ସମ୍ଭବ ହୋଇପାରିଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶ ଶିଖର ଛୁଇଁଛି। ବିଦ୍ୟୁତ୍‌‌, ପାନୀୟ, ଖାଦ୍ୟ ଭଳି ମୌଳିକ ସୁବିଧା ଘରେ ଘରେ ପହଞ୍ଚିଛି। ଶିକ୍ଷା ଓ ସ୍ୱାସ୍ଥ୍ୟାବସ୍ଥା‌‌ରେ ବି ବିରାଟ ପରିବର୍ତ୍ତନ ଆସିଛି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ମିଳିଥିବା ସୂଚନାନୁଯାୟୀ, ଗତ ୭ ବର୍ଷରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ୧୫୩ ଥର ଗୁଳି ବିନିମୟ ହୋଇଛି। ଏଥିରେ ୧୦୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ନିହତଙ୍କ ମଧ୍ୟରେ କ୍ୟାଡର୍‌ ମାଓନେତାଙ୍କ ସମେତ ମୁଣ୍ଡ ଉପରେ ପୁରସ୍କାର ରାଶି ଥିବା ମାଓବାଦୀ ରହିଛନ୍ତି। ନିହତ ମାଓବାଦୀଙ୍କ ମଧ୍ୟ‌ରେ ଅଧିକାଂଶ ମାଓବାଦୀ କନ୍ଧମାଳ, କଳାହାଣ୍ଡି ଓ ମାଲକାନଗିରି ଭଳି ଜିଲ୍ଲାରେ ସକ୍ରିୟ ରହି ବ୍ୟାପକ ଅସ୍ଥିରତା ସୃଷ୍ଟି କରି ଆସୁଥିଲେ। ତେବେ ମାଓ-ବିରୋଧୀ ଏହି ଅପରେସନ୍‌‌ରେ କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କୁ ଓଡ଼ିଶା ପୁଲିସ୍‌ ବଳ ଯୋଗାଇଛି।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ସେହିପରି ମାଓବାଦୀ ଓ ସୁରକ୍ଷା-କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୦ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ଏଥିରେ ୩ଜଣ ସିଆର୍‌‌ପିଏଫ୍‌‌ ଯବାନଙ୍କ ସହ ଓଡ଼ିଶା ପୁଲିସର ସୁରକ୍ଷା କର୍ମୀମାନେ ରହିଛନ୍ତି। ସେହିପରି ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍‌‌ କରି ଲ୍ୟାଣ୍ଡମାଇନ୍‌‌ କିମ୍ବା ଆଇଡି ବିସ୍ଫୋରଣ କରି ଗାଡ଼ି ଉଡାଇ ଦେଇଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ବିସ୍ଫୋରଣରେ ସୁରକ୍ଷା କର୍ମୀଙ୍କ ବ୍ୟତୀତ ଅନେକ ନିରୀହ ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗତ ୭ ବର୍ଷରେ ୭୯ଜଣ ସାଧାରଣ ଜନତାଙ୍କ ଜୀବନ ଯାଇଛି। କେବଳ ଲ୍ୟାଣ୍ଡମାଇନ୍‌‌ ନୁହେଁ, ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି। ଦିନ ଥିଲା, ଆଦିବାସୀ ଓ ଅପାଠୁଆଙ୍କୁ ଟଙ୍କାର ଲୋଭ ଓ ଡରାଇ ଧମକାଇ ସେମାନଙ୍କ ସଂଗଠନରେ ମିଶାଇବା ସହ ହାତରେ ଅସ୍ତ୍ରଶସ୍ତ୍ର ଧରାଉଥିଲେ। ଓଡ଼ିଶାରେ ସକ୍ରିୟ କରାଇ କିଛି ଜିଲ୍ଲାରେ ରକ୍ତପାତ କରୁଥିଲେ ମାଓବାଦୀ। ବାଟ ଉଗାରୁଥିବା ଯବାନ ହୁଅନ୍ତୁ ଅବା ପୁଲିସର ଖବରୀ ସନ୍ଦେହରେ କରୁଥିଲେ ହତ୍ୟା। କିନ୍ତୁ ଗତ ୧୦ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ‘ଘରୱାପସି’ ଓ ‘ପୁନର୍ବାସ’ ଯୋଜନାରେ ୨୨୪ଜଣ ମାଓବାଦୀଙ୍କୁ ଥଇଥାନ କରାଯାଇଛି। ଏ ବାବଦରେ ମୋଟ୍‌‌ ୬ କୋଟି ୭୩ଲକ୍ଷ ୬ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ସେମାନଙ୍କ ଜମି, ଘର, ଟଙ୍କା, ମାଗଣା ଚିକିତ୍ସା, ପାଠପଢ଼଼଼ା ଓ ଆତ୍ମନିର୍ଭରଶୀଳ ହେବାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ସେହିପରି ମାଓବାଦୀ ସକ୍ରିୟ ରହିଥିବା କୋରାପୁଟ୍‌‌, ମାଲକାନାଗିରି, ରାୟଗଡ଼ା, ବରଗଡ଼, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାରେ କମ୍ବିଂ ଅପରେସନ୍‌‌କୁ ଜୋରଦାର କରାଯାଉଛି। ମାଓ ମୁକାବିଲା ନିମନ୍ତେ ୫୫୭ କୋଟି ୬୨ ଲକ୍ଷ ୮୬ ହଜାର ଟଙ୍କା ବ୍ୟୟ ହୋଇଛି। ଲାଲ୍‌‌ବାହୀନ ସକ୍ରିୟ ରହିଥିବା ଜିଲ୍ଲାରେ ସିଆର୍‌‌ପିଏଫ୍‌‌ ଓ ବିଏସ୍‌‌ଏଫ୍‌‌ ଯବାନଙ୍କୁ ନେଇ ୧୧ଟି ନୂଆ କ୍ୟାମ୍ପ ସ୍ଥାପନ କରାଯିବ। ନୂଆପଡ଼ା ଓ କଳାହାଣ୍ଡିରେ ୪ଟି ଲେଖାଏଁ, ଫୁଲବାଣୀ ୨ଟି, ବୌଦ୍ଧ ଜିଲ୍ଲାରେ ଗୋଟିଏ କ୍ୟାମ୍ପ ଖୋଲିବ। କେକେବିଏନ୍‌‌ ଓ ନୟନପୁରୀ ଡିଭିଜନ ଏହି କ୍ୟାମ୍ପର ଫୋକସ୍‌‌ରେ ରହିଛି। ମାଓବାଦୀଙ୍କ ମନରେ ଥିବା ଭ୍ରାନ୍ତଧାରକୁ ଦୂର କରିବା ସହ ଓଡ଼ିଶାକୁ ମାଓମୁକ୍ତ କରିବା କ୍ଷେତ୍ରର ରାଜ୍ୟ ସରକାର ଗୁରୁତ୍ୱ ଦିଆଯାଉଛି।

09 Jan 2024 By The Sakala

୭ବର୍ଷରେ ୧୦୫ ମାଓବାଦୀ ନିହତ, ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଘଟିଛି ୧୫୩ ଥର ଗୁଳିବିନିମୟ

ଭୁବନେଶ୍ୱର:ଲାଲ୍‌‌ଗଡ଼ରେ ସୁନିଶ୍ଚିତ ହେଉଛି ଜନସାଧାରଣଙ୍କ ଧନଜୀବନର ସୁରକ୍ଷା। ଭୁଶୁଡ଼ୁଛି ଲାଲ୍‌‌ବାହିନୀଙ୍କ ଗଡ଼। ଗୁଳିଗୋଳାର କର୍କଶ ଶବ୍ଦ ସାଙ୍ଗକୁ ଲ୍ୟାଣ୍ଡମାଇନ୍‌ର ପ୍ରଚଣ୍ଡ ବିସ୍ଫୋରଣରେ ଥରୁଥିବା ଜିଲ୍ଲାରେ ଏବେ ଆଉ ସେଭଳି ସ୍ଥିତି ନାହିଁ। ସ୍ଥିତି ବଦଳିଛି; ଓଡ଼ିଶା ଧୀରେଧୀରେ ମାଓବାଦୀମୁକ୍ତ ରାଜ୍ୟ ଆଡ଼କୁ ଗତି କରୁଛି। ଯବାନ-ପୁଲିସର ମାଓବିରୋଧୀ ଅଭିଯାନ ଓ ରାଜ୍ୟ ସରକାରଙ୍କ ବ୍ୟାପକ ଲୋକାଭିମୁଖୀ ପ୍ରକଳ୍ପ ପାଇଁ ଏହା ସମ୍ଭବ ହୋଇପାରିଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶ ଶିଖର ଛୁଇଁଛି। ବିଦ୍ୟୁତ୍‌‌, ପାନୀୟ, ଖାଦ୍ୟ ଭଳି ମୌଳିକ ସୁବିଧା ଘରେ ଘରେ ପହଞ୍ଚିଛି। ଶିକ୍ଷା ଓ ସ୍ୱାସ୍ଥ୍ୟାବସ୍ଥା‌‌ରେ ବି ବିରାଟ ପରିବର୍ତ୍ତନ ଆସିଛି।

ମିଳିଥିବା ସୂଚନାନୁଯାୟୀ, ଗତ ୭ ବର୍ଷରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ୧୫୩ ଥର ଗୁଳି ବିନିମୟ ହୋଇଛି। ଏଥିରେ ୧୦୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ନିହତଙ୍କ ମଧ୍ୟରେ କ୍ୟାଡର୍‌ ମାଓନେତାଙ୍କ ସମେତ ମୁଣ୍ଡ ଉପରେ ପୁରସ୍କାର ରାଶି ଥିବା ମାଓବାଦୀ ରହିଛନ୍ତି। ନିହତ ମାଓବାଦୀଙ୍କ ମଧ୍ୟ‌ରେ ଅଧିକାଂଶ ମାଓବାଦୀ କନ୍ଧମାଳ, କଳାହାଣ୍ଡି ଓ ମାଲକାନଗିରି ଭଳି ଜିଲ୍ଲାରେ ସକ୍ରିୟ ରହି ବ୍ୟାପକ ଅସ୍ଥିରତା ସୃଷ୍ଟି କରି ଆସୁଥିଲେ। ତେବେ ମାଓ-ବିରୋଧୀ ଏହି ଅପରେସନ୍‌‌ରେ କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କୁ ଓଡ଼ିଶା ପୁଲିସ୍‌ ବଳ ଯୋଗାଇଛି।

ସେହିପରି ମାଓବାଦୀ ଓ ସୁରକ୍ଷା-କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୦ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ଏଥିରେ ୩ଜଣ ସିଆର୍‌‌ପିଏଫ୍‌‌ ଯବାନଙ୍କ ସହ ଓଡ଼ିଶା ପୁଲିସର ସୁରକ୍ଷା କର୍ମୀମାନେ ରହିଛନ୍ତି। ସେହିପରି ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍‌‌ କରି ଲ୍ୟାଣ୍ଡମାଇନ୍‌‌ କିମ୍ବା ଆଇଡି ବିସ୍ଫୋରଣ କରି ଗାଡ଼ି ଉଡାଇ ଦେଇଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ବିସ୍ଫୋରଣରେ ସୁରକ୍ଷା କର୍ମୀଙ୍କ ବ୍ୟତୀତ ଅନେକ ନିରୀହ ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗତ ୭ ବର୍ଷରେ ୭୯ଜଣ ସାଧାରଣ ଜନତାଙ୍କ ଜୀବନ ଯାଇଛି। କେବଳ ଲ୍ୟାଣ୍ଡମାଇନ୍‌‌ ନୁହେଁ, ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି। ଦିନ ଥିଲା, ଆଦିବାସୀ ଓ ଅପାଠୁଆଙ୍କୁ ଟଙ୍କାର ଲୋଭ ଓ ଡରାଇ ଧମକାଇ ସେମାନଙ୍କ ସଂଗଠନରେ ମିଶାଇବା ସହ ହାତରେ ଅସ୍ତ୍ରଶସ୍ତ୍ର ଧରାଉଥିଲେ। ଓଡ଼ିଶାରେ ସକ୍ରିୟ କରାଇ କିଛି ଜିଲ୍ଲାରେ ରକ୍ତପାତ କରୁଥିଲେ ମାଓବାଦୀ। ବାଟ ଉଗାରୁଥିବା ଯବାନ ହୁଅନ୍ତୁ ଅବା ପୁଲିସର ଖବରୀ ସନ୍ଦେହରେ କରୁଥିଲେ ହତ୍ୟା। କିନ୍ତୁ ଗତ ୧୦ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ‘ଘରୱାପସି’ ଓ ‘ପୁନର୍ବାସ’ ଯୋଜନାରେ ୨୨୪ଜଣ ମାଓବାଦୀଙ୍କୁ ଥଇଥାନ କରାଯାଇଛି। ଏ ବାବଦରେ ମୋଟ୍‌‌ ୬ କୋଟି ୭୩ଲକ୍ଷ ୬ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ସେମାନଙ୍କ ଜମି, ଘର, ଟଙ୍କା, ମାଗଣା ଚିକିତ୍ସା, ପାଠପଢ଼଼଼ା ଓ ଆତ୍ମନିର୍ଭରଶୀଳ ହେବାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର।

ସେହିପରି ମାଓବାଦୀ ସକ୍ରିୟ ରହିଥିବା କୋରାପୁଟ୍‌‌, ମାଲକାନାଗିରି, ରାୟଗଡ଼ା, ବରଗଡ଼, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାରେ କମ୍ବିଂ ଅପରେସନ୍‌‌କୁ ଜୋରଦାର କରାଯାଉଛି। ମାଓ ମୁକାବିଲା ନିମନ୍ତେ ୫୫୭ କୋଟି ୬୨ ଲକ୍ଷ ୮୬ ହଜାର ଟଙ୍କା ବ୍ୟୟ ହୋଇଛି। ଲାଲ୍‌‌ବାହୀନ ସକ୍ରିୟ ରହିଥିବା ଜିଲ୍ଲାରେ ସିଆର୍‌‌ପିଏଫ୍‌‌ ଓ ବିଏସ୍‌‌ଏଫ୍‌‌ ଯବାନଙ୍କୁ ନେଇ ୧୧ଟି ନୂଆ କ୍ୟାମ୍ପ ସ୍ଥାପନ କରାଯିବ। ନୂଆପଡ଼ା ଓ କଳାହାଣ୍ଡିରେ ୪ଟି ଲେଖାଏଁ, ଫୁଲବାଣୀ ୨ଟି, ବୌଦ୍ଧ ଜିଲ୍ଲାରେ ଗୋଟିଏ କ୍ୟାମ୍ପ ଖୋଲିବ। କେକେବିଏନ୍‌‌ ଓ ନୟନପୁରୀ ଡିଭିଜନ ଏହି କ୍ୟାମ୍ପର ଫୋକସ୍‌‌ରେ ରହିଛି। ମାଓବାଦୀଙ୍କ ମନରେ ଥିବା ଭ୍ରାନ୍ତଧାରକୁ ଦୂର କରିବା ସହ ଓଡ଼ିଶାକୁ ମାଓମୁକ୍ତ କରିବା କ୍ଷେତ୍ରର ରାଜ୍ୟ ସରକାର ଗୁରୁତ୍ୱ ଦିଆଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର