ଦିନ ଦ୍ବିପହରେ ଲୁଟ୍‌ର ଖେଳ : ନର୍ମାଲ ନାହିଁ, ସ୍ପିଡ୍‌ ପେଟ୍ରୋଲ ଦେଇ ୭ ଟଙ୍କା ଲୁଟ୍‌

The Sakala Picture
Published On

ଭୁବନେଶ୍ବର : ପ୍ରତ୍ୟେକ ଦିନ ଲୋକେ ତେଲ ଟାଙ୍କିକୁ ଯାଇ ପେଟ୍ରୋଲ ପକାଉଛନ୍ତି। କେଉଁ ପ୍ରକାରର ପେଟ୍ରୋଲ ଦିଆଯାଉଛି ତାହା ବି ଅନେକ ଦେଖନ୍ତି ନାହିଁ। ଜାଣିବାକୁ ବି ପ୍ରୟାସ କରନ୍ତି ନାହିଁ। ଲୋକଙ୍କ ଏହି ଅବହେଳା ସେମାନଙ୍କ ପକେଟକୁ ଖାଲି କରିଦେଉଛି। ଅଜାଣତରେ ଲୋକେ ପେଟ୍ରୋଲ ପିଛା ଅଧିକ ୭ ଟଙ୍କା ଦେଉଛନ୍ତି। ଆଉ ଏହା ଅସାଧୁ ମାଲିକ ତଥା କର୍ମଚାରୀଙ୍କୁ ସୁହାଉଛି। ସେମାନଙ୍କ ପକେଟ ଗରମ ହେଉଥିବାବେଳେ ଲୋକଙ୍କର ଖାଲି ହେବାରେ ଲାଗିଛି। ପେଟ୍ରୋଲ ଆଳରେ […]

ଭୁବନେଶ୍ବର : ପ୍ରତ୍ୟେକ ଦିନ ଲୋକେ ତେଲ ଟାଙ୍କିକୁ ଯାଇ ପେଟ୍ରୋଲ ପକାଉଛନ୍ତି। କେଉଁ ପ୍ରକାରର ପେଟ୍ରୋଲ ଦିଆଯାଉଛି ତାହା ବି ଅନେକ ଦେଖନ୍ତି ନାହିଁ। ଜାଣିବାକୁ ବି ପ୍ରୟାସ କରନ୍ତି ନାହିଁ। ଲୋକଙ୍କ ଏହି ଅବହେଳା ସେମାନଙ୍କ ପକେଟକୁ ଖାଲି କରିଦେଉଛି। ଅଜାଣତରେ ଲୋକେ ପେଟ୍ରୋଲ ପିଛା ଅଧିକ ୭ ଟଙ୍କା ଦେଉଛନ୍ତି। ଆଉ ଏହା ଅସାଧୁ ମାଲିକ ତଥା କର୍ମଚାରୀଙ୍କୁ ସୁହାଉଛି। ସେମାନଙ୍କ ପକେଟ ଗରମ ହେଉଥିବାବେଳେ ଲୋକଙ୍କର ଖାଲି ହେବାରେ ଲାଗିଛି। ପେଟ୍ରୋଲ ଆଳରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନିଆଯାଉଛି। ପ୍ଲାଷ୍ଟିକ ବୋତଲରେ ତେଲ ଦେବାକୁ ସରକାର ମନା କରିଦେଇଛନ୍ତି। ଏହି ଅଜବ ନିୟମକୁ ନେଇ ସଡ଼କଠାରୁ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ଚର୍ଚ୍ଚା ଜାରି ରହିଥିବାବେଳେ ବଡ଼ ଠକେଇ ଦୃଷ୍ଟି ଆଢୁଆଳରେ ରହିଯାଉଛି। ଦିନେ ଅଧେ ପେଟ୍ରୋଲ ପକାଇବାକୁ ଟାଙ୍କି ଯାଉ ନ ଥିବା ଲୋକ ବି ଏବେ ଗାଡ଼ି ଲଦି ଧାଉଁଥିବା ଦେଖାଯାଉଛି। କିନ୍ତୁ ଏପରି ସମୟରେ ନିୟମ ବି ପାଳନ କରାଯାଉନାହିଁ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅଁଳା ନବମୀ: ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଖୋଦ୍‌ ରାଜ୍ୟର ରାଜଧାନୀ ଭୁବନେଶ୍ବରର ଏହି ଠକେଇର ଖେଳ ବେଶି ଚାଲିଛି। ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଉଥିବା ଲୋକଙ୍କୁ ସ୍ପିଡ୍‌ କି ନର୍ମାଲ ପକାଇବେ ନ କହି ସିଧା ସ୍ପିଡ୍‌ ପକାଇ ଦିଆଯାଉଛି। ଅନେକ ଲୋକେ ଏହି ଲୁଟ୍‌ ପ୍ରତି ଦୃଷ୍ଟି ଦେଉନାହାନ୍ତି। କିନ୍ତୁ ଯିଏ ଟିକେ ସଚେତନ ହୁଅନ୍ତି ସେ ଅନ୍ୟ ଟାଙ୍କିରେ ପକାଇବାକୁ ପଳାନ୍ତି। ନର୍ମାଲ ପେଟ୍ରୋଲ କଥା ପଚାରିଲେ ସରି ଯାଇଛି ବୋଲି କହୁନ୍ତି। ଆଉ କିଛି ଲୋକେ ବାଧ୍ୟବାଧ୍ୟକତାରେ ଏହି ଲୁଟ୍‌ର ଖେଳର ଶିକାର ହେଉଛନ୍ତି। ଗାଡ଼ିରେ ପେଟ୍ରୋଲ ସରିଯିବା ସ୍ଥିତିରେ ଲୋକେ ସ୍ପିଡ୍‌ ପକାଉଛନ୍ତି। ଲୋକଙ୍କ ଏହି ପରିସ୍ଥିତିର ଫାଇଦା ନେଉଛନ୍ତି ପେଟ୍ରୋଲ ପମ୍ପ ମାଲିକମାନେ। ସିଧା ଲିଟର ପିଛା ୭ ଟଙ୍କା ଲେଖାଏଁ ଲୁଟି ନେଇଯାଉଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମଜନିତ ବିବାଦ: ନିଜ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପୁରୁଷ ବନ୍ଧୁଙ୍କୁ ପଚରାଉଚରା

ଏବେ ଭୁବନେଶ୍ବରରେ ନର୍ମାଲ ପେଟ୍ରୋଲ ଲିଟର ୧୦୧.୨୯ ଟଙ୍କା ଏବଂ ସ୍ପିଡ୍‌ ପେଟ୍ରୋଲ ୧୦୮.୩୦ ଟଙ୍କା ରହିଛି। ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ଗାଡ଼ିରେ ୧୦ ଲିଟର ସ୍ପିଡ୍‌ ପେଟ୍ରୋଲ ପକାଇଲେ ସିଧା ୭୦ ଟଙ୍କା କ୍ଷତି ସହୁଛି। ସେହିପରି ଭାବେ ଯଦି ଗୋଟିଏ ଦିନରେ ଲକ୍ଷେ ଲିଟର ପେଟ୍ରୋଲ ବିକ୍ରି ହୁଏ ତେବେ ୭ ଲକ୍ଷ ଟଙ୍କା ଲୁଟ୍‌ ହେଲାଣି। ସରକାର ଯାଞ୍ଚକୁ ନେଇ ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ ଏଭଳି ଲୁଟ୍‌ ପ୍ରତି କାହାର ଦୃଷ୍ଟି ପଡୁନାହିଁ ତାହା ପ୍ରଶ୍ନବାଚୀ ପାଲିଟିଛି। ଭୁବନେଶ୍ବରରେ ଥିବା ଅନେକ ପେଟ୍ରୋଲ ପମ୍ପରେ ଏଭଳି ଲୁଟ୍‌ ଖୁଲମ୍‌ଖୋଲା ଚାଲିଛି। ଗତ ୫ ତାରିଖରେ ଭୁବନେଶ୍ବର ପାତ୍ରପଡ଼ା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। କେହି କିଛି ନ ପଚାରିଲେ ସ୍ପିଡ୍‌ ପେଟ୍ରୋଲ ଦିଆଯାଉଥିଲା। ଆଉ ଯିଏ ନିଜ ଆଡୁ ପଚାରିଲା ନାହିଁ କହି ଦିଆଯାଉଥିଲା। ଯାହାର ଜରୁରୀ ହୋଇଥାଏ ସେ ଶେଷରେ ବାଧ୍ୟ ହୋଇ ସ୍ପିଡ୍‌ ପେଟ୍ରୋଲ ପକାଇ ଯାଇଥାନ୍ତି। ଏ ଦିଗରେ ପ୍ରଶାସନ ଏବଂ ପେଟ୍ରୋଲିୟମ ବିଭାଗ ଦୃଷ୍ଟି ଦେବ ବୋଲି ଆଶା।

ଆହୁରି ପଢ଼ନ୍ତୁ: ବିଧାନସଭାରେ ୨୪, ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଗତ କଲେ ମୁଖ୍ୟମନ୍ତ୍ରୀ, 'ସୁଭଦ୍ରା' ଯୋଜନା ଲାଗି ୫୫୦ କୋଟି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର