ଭାରତର ୩ଟି ଅଞ୍ଚଳକୁ ନିଜର ଦାବି କଲା ନେପାଳ

୧୦୦ ଟଙ୍କିଆ ନୋଟ୍‌ରେ ଛାପିଲା ବିବାଦୀୟ ମାନଚିତ୍ର ଏଭଳି ଦାବିରେ ସତ୍ୟ ବଦଳି ନ ଥାଏ: ଭାରତ

Deviprasad Mohanty Picture
Published On

କାଠମାଣ୍ଡୁ: ନେପାଳ ପୁଣିଥରେ ଭାରତ ସହ ଥିବା ସୀମା ବିବାଦକୁ ଆଗକୁ ବଢାଇବା ପାଇଁ ପ୍ରୟାସ କରିଛି। ନେପାଳ ନିଜର ୧୦୦ ଟଙ୍କିଆ ନୋଟ ଉପରେ ଏନେଇ ବିବାଦୀୟ ମାନଚିତ୍ର ଛାପିଛି। ନେପାଳ ଏହି ମାନଚିତ୍ରରେ ଲିପୁଲେଖ, କାଲାପାନୀ ଓ ଲିମ୍ପିୟାଧୁରାକୁ ନିଜର ଅଂଶ ବୋଲି ଦର୍ଶାଇଛି। କିନ୍ତୁ ଏହି ୩ଟି ଅଞ୍ଚଳ ଭାରତର ସୀମା ଭିତରରେ ରହିଛି। ନେପାଳର ଏହି ଅଭିମୁଖ୍ୟକୁ ଭାରତ କଡ଼ା ସାମାଲୋଚନା କରିଛି ଓ ଏହାକୁ ଏକତରଫା ବୋଲି କହିଛି। ଏଥିରେ ନେପାଳ ଐତିହାସିକ ତଥ୍ୟକୁ ଅଣଦେଖା କରିଛି ବୋଲି ଭାରତ କହିଛି। ଏଭଳି ଅନୁଚିତ ଦାବି ଉପସ୍ଥାପନ କରିବା ଦ୍ୱାରା ସତ୍ୟର ପରିବର୍ତ୍ତନ ହେବ ନାହିଁ। ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡାତାକୁ ନେପାଳ ସମ୍ମାନ କରିବା ଉଚିତ ଓ ଏଭଳି ଦାବି ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ଏହି ବିବାଦିତ ମାନଚିତ୍ର ୧୦୦ ଟଙ୍କା ନୋଟରେ ହଲକା ହଳଦିଆ ରଙ୍ଗରେ ଚିହ୍ନିତ ହୋଇଛି। ତେବେ ଏହି ମାନଚିତ୍ର କେବଳ ୧୦୦ ଟଙ୍କା ନୋଟରେ ହିଁ ଚିହ୍ନିତ ହୋଇଛି। କିନ୍ତୁ ଏହା ୧୦, ୫୦ ଓ ୧୦୦ ଟଙ୍କା ନୋଟ ଉପରେ ଚହ୍ନିତ ହୋଇନାହିଁ। ପୁରୁଣା ୧୦୦ ଟଙ୍କା ନୋଟରେ ଏହି ମାନଚିତ୍ର ଥିଲା ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି। ଏବେ କେବଳ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହାକୁ ସଂଶୋଧନ କରାଯାଇଛି ବୋଲି କୁହାଯାଇଛି। ଉଲ୍ଲେଖଥାଉ କି, ୫ ବର୍ଷ ପୂର୍ବେ କେପି ଶର୍ମା ଓଲିଙ୍କ ସରକାର ମଧ୍ୟ ଏହି ବିବାଦିତ ମାନଚିତ୍ର ଜାରି କରି ଚର୍ଚ୍ଚା ସୃଷ୍ଟି କରିଥିଲେ। ଏହାକୁ ପରେ ନେପାଳ ସଂସଦ ମଞ୍ଜୁରୀ ପ୍ରଦାନ କରିଥିଲା। ନେପାର ଏହି ପଦକ୍ଷେପକୁ ଭାରତ ସେତେବେଳେ ବିରୋଧ କରିଥିଲା ଓ ଏହାକୁ ଏକତରଫା ବୋଲି କହିଥିଲା। ଉଲ୍ଲେଖଥାଉ କି, ଭାରତ ଓ ନେପାଳ ମଧ୍ୟରେ ୧୮୫୦ କିମିର ସୀମା ରହିଛି। ଏହା ଭାରତର ୫ଟି ରାଜ୍ୟ ସକ୍କିମ, ପଶ୍ଚିବବଙ୍ଗ, ବିହାର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଦେଇ ଯାଉଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

29 Nov 2025 By Deviprasad Mohanty

ଭାରତର ୩ଟି ଅଞ୍ଚଳକୁ ନିଜର ଦାବି କଲା ନେପାଳ

୧୦୦ ଟଙ୍କିଆ ନୋଟ୍‌ରେ ଛାପିଲା ବିବାଦୀୟ ମାନଚିତ୍ର ଏଭଳି ଦାବିରେ ସତ୍ୟ ବଦଳି ନ ଥାଏ: ଭାରତ

କାଠମାଣ୍ଡୁ: ନେପାଳ ପୁଣିଥରେ ଭାରତ ସହ ଥିବା ସୀମା ବିବାଦକୁ ଆଗକୁ ବଢାଇବା ପାଇଁ ପ୍ରୟାସ କରିଛି। ନେପାଳ ନିଜର ୧୦୦ ଟଙ୍କିଆ ନୋଟ ଉପରେ ଏନେଇ ବିବାଦୀୟ ମାନଚିତ୍ର ଛାପିଛି। ନେପାଳ ଏହି ମାନଚିତ୍ରରେ ଲିପୁଲେଖ, କାଲାପାନୀ ଓ ଲିମ୍ପିୟାଧୁରାକୁ ନିଜର ଅଂଶ ବୋଲି ଦର୍ଶାଇଛି। କିନ୍ତୁ ଏହି ୩ଟି ଅଞ୍ଚଳ ଭାରତର ସୀମା ଭିତରରେ ରହିଛି। ନେପାଳର ଏହି ଅଭିମୁଖ୍ୟକୁ ଭାରତ କଡ଼ା ସାମାଲୋଚନା କରିଛି ଓ ଏହାକୁ ଏକତରଫା ବୋଲି କହିଛି। ଏଥିରେ ନେପାଳ ଐତିହାସିକ ତଥ୍ୟକୁ ଅଣଦେଖା କରିଛି ବୋଲି ଭାରତ କହିଛି। ଏଭଳି ଅନୁଚିତ ଦାବି ଉପସ୍ଥାପନ କରିବା ଦ୍ୱାରା ସତ୍ୟର ପରିବର୍ତ୍ତନ ହେବ ନାହିଁ। ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡାତାକୁ ନେପାଳ ସମ୍ମାନ କରିବା ଉଚିତ ଓ ଏଭଳି ଦାବି ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି।

ଏହି ବିବାଦିତ ମାନଚିତ୍ର ୧୦୦ ଟଙ୍କା ନୋଟରେ ହଲକା ହଳଦିଆ ରଙ୍ଗରେ ଚିହ୍ନିତ ହୋଇଛି। ତେବେ ଏହି ମାନଚିତ୍ର କେବଳ ୧୦୦ ଟଙ୍କା ନୋଟରେ ହିଁ ଚିହ୍ନିତ ହୋଇଛି। କିନ୍ତୁ ଏହା ୧୦, ୫୦ ଓ ୧୦୦ ଟଙ୍କା ନୋଟ ଉପରେ ଚହ୍ନିତ ହୋଇନାହିଁ। ପୁରୁଣା ୧୦୦ ଟଙ୍କା ନୋଟରେ ଏହି ମାନଚିତ୍ର ଥିଲା ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି। ଏବେ କେବଳ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହାକୁ ସଂଶୋଧନ କରାଯାଇଛି ବୋଲି କୁହାଯାଇଛି। ଉଲ୍ଲେଖଥାଉ କି, ୫ ବର୍ଷ ପୂର୍ବେ କେପି ଶର୍ମା ଓଲିଙ୍କ ସରକାର ମଧ୍ୟ ଏହି ବିବାଦିତ ମାନଚିତ୍ର ଜାରି କରି ଚର୍ଚ୍ଚା ସୃଷ୍ଟି କରିଥିଲେ। ଏହାକୁ ପରେ ନେପାଳ ସଂସଦ ମଞ୍ଜୁରୀ ପ୍ରଦାନ କରିଥିଲା। ନେପାର ଏହି ପଦକ୍ଷେପକୁ ଭାରତ ସେତେବେଳେ ବିରୋଧ କରିଥିଲା ଓ ଏହାକୁ ଏକତରଫା ବୋଲି କହିଥିଲା। ଉଲ୍ଲେଖଥାଉ କି, ଭାରତ ଓ ନେପାଳ ମଧ୍ୟରେ ୧୮୫୦ କିମିର ସୀମା ରହିଛି। ଏହା ଭାରତର ୫ଟି ରାଜ୍ୟ ସକ୍କିମ, ପଶ୍ଚିବବଙ୍ଗ, ବିହାର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଦେଇ ଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର