ଟ୍ବିନ୍‌ସିଟିରେ ପ୍ରବଳ ବର୍ଷା : ଆଗାମୀ ୩ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ କାଳବୈଶାଖୀ ସତର୍କତା

The Sakala Picture
Published On

ଭୁବନେଶ୍ବର : କାଳବୈଶାଖୀ ବର୍ଷାରେ ଭିଜିଲା ଟୁଇନସିଟି । ଭୁବନେଶ୍ବର ଓ କଟକରେ ମଙ୍ଗଳବାର ଅପରାହ୍ନରେ ପବନ ସହ ବର୍ଷା ହୋଇଛି। ସକାଳୁ ତାପମାତ୍ରା ହ୍ରାସ ପାଇବା ସହ ସକାଳୁ ଖରା ସାଙ୍ଗକୁ କୋହଲା ପାଗ ଆଉ ଅପରାହ୍ନ ହେଲେ ପ୍ରବଳ ବର୍ଷା ହେଉଛି। ସେପଟେ ଆଗାମୀ ୩ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ମଧ୍ୟ କାଳବୈଶାଖୀ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, […]

ଭୁବନେଶ୍ବର : କାଳବୈଶାଖୀ ବର୍ଷାରେ ଭିଜିଲା ଟୁଇନସିଟି । ଭୁବନେଶ୍ବର ଓ କଟକରେ ମଙ୍ଗଳବାର ଅପରାହ୍ନରେ ପବନ ସହ ବର୍ଷା ହୋଇଛି। ସକାଳୁ ତାପମାତ୍ରା ହ୍ରାସ ପାଇବା ସହ ସକାଳୁ ଖରା ସାଙ୍ଗକୁ କୋହଲା ପାଗ ଆଉ ଅପରାହ୍ନ ହେଲେ ପ୍ରବଳ ବର୍ଷା ହେଉଛି।

ଆହୁରି ପଢ଼ନ୍ତୁ: ଦୀପାବଳି ଅବସରରେ ୧୦୮ ଆମ୍ବୁଲାନ୍ସ ସେବାର ସ୍ୱତନ୍ତ୍ର ପ୍ରସ୍ତୁତି: ଅଗ୍ନିକାଣ୍ଡ ଓ ପୋଡ଼ାଜଳା ଆହତଙ୍କୁ ତ୍ୱରିତ ଚିକିତ୍ସା ସହାୟତା ପାଇଁ EMRI ଗ୍ରୀନ୍ ହେଲ୍ଥ ସର୍ଭିସେସ୍‌ର ପଦକ୍ଷେପ

ସେପଟେ ଆଗାମୀ ୩ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ମଧ୍ୟ କାଳବୈଶାଖୀ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି ହୋଇଛି । ଏହି ସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବା ନେଇ ଜାରି ହୋଇଛି ସତର୍କତା । ଏଥିସହିତ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ମଧ୍ୟ ରହିଛି ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ସାନ୍ତାଳ ସମ୍ପ୍ରଦାୟର ପୂଜାସ୍ଥଳୀ ଉପରେ ଆକ୍ରମଣ ଘଟଣା: ବସନ୍ତପୁରା ଗ୍ରାମ ପରିଦର୍ଶନ କରି ସାନ୍ତାଳ ସମ୍ପ୍ରଦାୟ ସହ ଆଲୋଚନା କଲା ବିଜେଡି ପ୍ରତିନିଧି ଦଳ

ଅନ୍ୟପଟେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଆହୁରି ୫ ରୁ ୬ ଦିନ ପର୍ଯ୍ୟନ୍ତ ଜାରି ରହିବ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାସହିତ ବର୍ଷାର ପ୍ରଭାବ ମଧ୍ୟ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାପାଇଁ ଚେତାବନୀ ଜାରି କରାଯାଇଛି। ବର୍ଷାର ପ୍ରଭାବ ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାରେ ରହିବାର ସମ୍ଭାବନା ଥିବାରୁ ଏହାଦ୍ୱାରା ଆଗାମୀ ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

ଆହୁରି ପଢ଼ନ୍ତୁ: ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବଢାଇଲା CHSE: ନଭେମ୍ବର ୧୪ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର