ଭକ୍ତ ସଭାପତି ହେବାର ୪ ମାସ ନ ପୂରୁଣୁ ପିସିସି ନେତୃତ୍ୱ ପ୍ରତି ପରୋକ୍ଷ ଆହ୍ୱାନ, ଦଳର ହେଭିୱେଟ୍‌ ଛାଡିଦେଲେ ହାତ….

The Sakala Picture
Published On

ଭୁବନେଶ୍ୱର : ପଛୁଆ ବର୍ଗଙ୍କୁ ଉପଯୁକ୍ତ ସଂରକ୍ଷଣ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ୨୪ ଘଣ୍ଟିଆ ଅହୋରାତ୍ର ଧାରଣା ଦେଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଗୁରୁବାର ରାତି ତମାମ କଂଗ୍ରେସର ଅନେକ କର୍ମୀ ଓ ନେତା ଏଠାରେ ଧାରଣାରେ ବସିଛନ୍ତି। ତେବେ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ ଦାବିରେ କଂଗ୍ରେସର ଏହି ଧାରଣା ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇଛି । କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବାର ମାତ୍ର ୪ […]

ଭୁବନେଶ୍ୱର : ପଛୁଆ ବର୍ଗଙ୍କୁ ଉପଯୁକ୍ତ ସଂରକ୍ଷଣ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ୨୪ ଘଣ୍ଟିଆ ଅହୋରାତ୍ର ଧାରଣା ଦେଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଗୁରୁବାର ରାତି ତମାମ କଂଗ୍ରେସର ଅନେକ କର୍ମୀ ଓ ନେତା ଏଠାରେ ଧାରଣାରେ ବସିଛନ୍ତି। ତେବେ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ ଦାବିରେ କଂଗ୍ରେସର ଏହି ଧାରଣା ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇଛି । କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବାର ମାତ୍ର ୪ ମାସ ନ ପୂରୁଣୁ ଦଳୀୟ ନେତା ଭକ୍ତଙ୍କ ହାତ ଛାଡ଼ି ଦେବା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ଠିଆ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ: ୪ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାର ଭାବରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେପି ସରକାରଙ୍କୁ ଘେରୁଛନ୍ତି। ସାରା ଦେଶରେ କଂଗ୍ରେସ ନେତୃତ୍ୱ ଏହାକୁ ପ୍ରସଙ୍ଗ କରିଛି। ମାତ୍ର ରାଜ୍ୟରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳର ଏକାଧିକ ବରିଷ୍ଠ ନେତା ଅନୁପସ୍ଥିତ ରହିବା ପରେ ଏକ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଉଛି। ସୂଚନା ଅନୁଯାୟୀ ନିକଟରେ ପିସିସି ସଭାପତି ଗଠନ କରିଥିବା କମିଟିକୁ ନେଇ ଦଳରେ ବିଦ୍ରୋହ ସୃଷ୍ଟି ହୋଇଛି। ପିସିସି ସଭାପତି ନିଜର କମିଟିରେ କଂଗ୍ରେସର ହେଭିୱେଟ୍‌ ବା ସେମାନଙ୍କର ସମର୍ଥକଙ୍କୁ ସ୍ଥାନ ନ ଦେବା ଯୋଗୁଁ ଅସନ୍ତୋଷ ବଢ଼ି ଚାଲିଛି। ଖାସ ଏହି କାରଣ ପାଇଁ ୪ ଜଣ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କ ଭଳି ଟାଣୁଆ ନେତା ଏହି ସଂରକ୍ଷଣ ସମାବେଶରେ ଅନୁପସ୍ଥିତ ରହିଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମ CDOଙ୍କୁ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ, ଆସିକା ବିଧାୟକଙ୍କ ବିରୋଧରେ ଏତଲା

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଶୀତର ଆଗମନ: ୧୪ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା, ଆଗକୁ ଆହୁରି କମିବ ପାରଦ

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା କୌଣସି କମିଟିରେ ସ୍ଥାନ ପାଇ ନାହାନ୍ତି। ସେହିପରି ଏହି ଦୁଇ ବରିଷ୍ଠ ନେତାଙ୍କ ପୁଅମାନଙ୍କୁ କୌଣସି ପଦ ମିଳିନାହିଁ। ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ଓ ଜୟଦେବ ଜେନାଙ୍କ ପୁଅ ମନୋଜ ଜେନା ଦଳର ଦ୍ୱିତୀୟ ପିଢ଼ି ନେତା ଭାବେ ଉଭା ହେଉଥିବା ବେଳେ ଦଳ ଯୁବ ଛାତ୍ର ସଂଗଠନର ଅନେକ କାର୍ଯ୍ୟକ୍ରମ ସଫଳ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସେମାନଙ୍କୁ ଉପେକ୍ଷା କରି ଭକ୍ତ ନିଜ ଗୋଡ଼ରେ କୁରାଢ଼ୀ ମାରିଛନ୍ତି ବୋଲି ଦଳୀୟ କର୍ମୀ ଚର୍ଚ୍ଚା କରୁଛନ୍ତି । ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍‌ ଓ କଂଗ୍ରେସର ଏକମାତ୍ର ମହିଳା ବିଧାୟକ ସୋଫିଆ ଫିରଦୋସ୍‌ଙ୍କୁ ମଧ୍ୟ କମିଟିରେ ସ୍ଥାନ ଯାଇନାହିଁ। ତେଣୁ ଆଜି ଧାରଣାରେ ସେମାନଙ୍କ ଅନୁପସ୍ଥିତିକୁ ଏହା ସହ ଅନେକ ଯୋଡ଼ୁଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍‌, ଶ୍ରୀକାନ୍ତ ଜେନାଙ୍କ ଭଳି ନେତା ମଧ୍ୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରହିବା ଭକ୍ତଙ୍କ ନେତୃତ୍ୱ ପ୍ରତି ନୂଆ ଆହ୍ୱାନ ସୃଷ୍ଟି କରିଛି।

ଆଜି ଧାରଣାରେ ପିସିସି ପ୍ରଭାରୀ ଅଜୟ କୁମାର ଲଲ୍ଲୁ ସାମିଲ ହୋଇଥିବା ବେଳେ ଏଆଇସିସିକୁ ଏ ସଂକ୍ରାନ୍ତରେ ବାର୍ତ୍ତା ଯାଇଥିବା କୁହାଯାଇଛି। ଯେଉଁଥିପାଇଁ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରତୁରନ୍ତ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ବୈଠକ ଡକାଯାଇଛି। ସକାଳ ୧୦ଟାରେ କଂଗ୍ରେସ ଭବନରେ ଏହି ବୈଠକ ବସିବା ଓ ପିସିସି ସଭାପତି, ରାଜ୍ୟ ପ୍ରଭାରୀଙ୍କ ସମେତ ରାଜନୈତିକ ବ୍ୟାପାର କମିଟି ସଦସ୍ୟମାନେ ଉପସ୍ଥିତ ରହିବେ। ରାଜନୈତିକ ବ୍ୟାପାର କମିଟିରେ ପୂର୍ବତନ ପିସିସି ସଭାପତିଙ୍କ ସମେତ ଅନ୍ୟ ହେଭିୱେଟ୍‌ ମାନେ ସଦସ୍ୟ ରହିଥିବାରୁ ଏହି ବୈଠକରେ ନୂତନ କମିଟିକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର