ପ୍ରଧାନମନ୍ତ୍ରୀଙ୍କ ମାଗଣା ମିଠେଇ ବଣ୍ଟା ବୟାନକୁ ନେଇ କେଜ୍ରିୱାଲଙ୍କ ପ୍ରତିକ୍ରିୟା : କହିଲେ, ଆମେ ଏକ ବିକଶିତ ତଥା ଗର୍ବିତ ଭାରତର ମୂଳଦୁଆ ପକାଉଛୁ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ଭୋଟ୍‌ ପାଇଁ ଏବେ ମାଗଣା ବଣ୍ଟନ ଯୋଜନା ଚାଲିଛି। ଯାହା ଦେଶର ବିକାଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି। ଭୋଟ୍‌ ପାଇଁ ଏହି ରଣନୀତିକୁ ମୋଦୀ ‘ମାଗଣା ରେବିଡ଼ି’ (ଉତ୍ତର ଭାରତରେ ମିଳୁଥିବା ଏକ ଲୋକପ୍ରିୟ ମିଠା) ସହ ତୁଳନା କରିଛନ୍ତି। ମୋଦୀ କହିଛନ୍ତି ଯେ, ଭୋଟ ପାଇବା ପାଇଁ କିଛି ଲୋକ ମାଗଣା ବଣ୍ଟନକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ଦେଶ ପାଇଁ ଏକ […]

ନୂଆଦିଲ୍ଲୀ : ଦେଶରେ ଭୋଟ୍‌ ପାଇଁ ଏବେ ମାଗଣା ବଣ୍ଟନ ଯୋଜନା ଚାଲିଛି। ଯାହା ଦେଶର ବିକାଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି। ଭୋଟ୍‌ ପାଇଁ ଏହି ରଣନୀତିକୁ ମୋଦୀ ‘ମାଗଣା ରେବିଡ଼ି’ (ଉତ୍ତର ଭାରତରେ ମିଳୁଥିବା ଏକ ଲୋକପ୍ରିୟ ମିଠା) ସହ ତୁଳନା କରିଛନ୍ତି। ମୋଦୀ କହିଛନ୍ତି ଯେ, ଭୋଟ ପାଇବା ପାଇଁ କିଛି ଲୋକ ମାଗଣା ବଣ୍ଟନକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ଦେଶ ପାଇଁ ଏକ ଅସୁସ୍ଥ ପରମ୍ପରା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଉଦଘାଟନ ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ୱୋଧିତ କରି ପରୋକ୍ଷରେ ବିରୋଧୀଙ୍କ ତୁଷ୍ଟୀକରଣ ରାଜନୀତିକୁ ଟାର୍ଗେଟ କରିଥିଲେ। ନିର୍ବାଚନ ପୂର୍ବରୁ ବିଭିନ୍ନ ସରକାରଙ୍କ ଦ୍ୱାରା ଦିଆଯାଉଥିବା ମାଗଣା ସୁବିଧାକୁ ରେଭଡି ସଂସ୍କୃତି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ରେଭଡି ସଂସ୍କୃତିକୁ ଆପଣାଇଥିବା ବ୍ୟକ୍ତିମାନେ ଆପଣଙ୍କ ପାଇଁ କଦାପି ନୂତନ ଏକ୍ସପ୍ରେସୱେ, ନୂତନ ବିମାନବନ୍ଦର କିମ୍ବା ପ୍ରତିରକ୍ଷା କରିଡର ନିର୍ମାଣ କରିବେ ନାହିଁ। ଏଭଳି ଚିନ୍ତଧାରାକୁ ଆମେ ଏକାଠି ମିଶି ପରାସ୍ତ କରିପାରିବା ବୋଲି ମୋଦୀ କହିଛନ୍ତି। ଏଥିସହ ରେବିଡ଼ି ସଂସ୍କୃତିକୁ ଆମ ରାଜନୀତିରୁ ହଟେଇବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି । ସେହିପରି ରେବିଡ଼ି ସଂସ୍କୃତି ବିରୋଧରେ ଯୁବପିଢ଼ିଙ୍କୁ ମୋଦି ଆହ୍ୱାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନକୁ ବିରୋଧ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲ ପ୍ରଶ୍ନ କରିଛନ୍ତି, ହସ୍ପିଟାଲରେ ମାଗଣା ଚିକିତ୍ସା ଓ ବିଦ୍ୟାଳୟରେ ମାଗଣା ଶିକ୍ଷାଦେବା କ’ଣ ଭୁଲ। ଦିଲ୍ଲୀରେ ସବୁ ମେଡିକାଲ ଯାଞ୍ଚ ମାଗଣାରେ ହେଉଛି । ଆମେ ଦିଲ୍ଲୀର ଗରିବ ଏବଂ ମଧ୍ୟବୀତ୍ତ ପରିବାରର ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛି। ଲୋକେ କୁହନ୍ତୁ ଆମେ କଣ ଭୁଲ କରିଛୁ ।ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ରାଜ୍ୟରେ ପିଲାମାନଙ୍କୁ ମାଗଣା ଏବଂ ଉତ୍ତମ ଶିକ୍ଷା ଦେବା, ଲୋକଙ୍କୁ ଭଲ ଏବଂ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମାଗଣା ରେବଡି ବଣ୍ଟନ କୁହାଯାଏ ନାହିଁ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଆମେ ଏକ ବିକଶିତ ତଥା ଗର୍ବିତ ଭାରତର ମୂଳଦୁଆ ପକାଉଛୁ। ଏହି କାର୍ଯ୍ୟ ୭୫ବର୍ଷ ପୂର୍ବେ ହୋଇଯିବାର ଥିଲା। ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ୧୮ଲକ୍ଷ ପିଲା ଅଧ୍ୟୟନ କରନ୍ତି। ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ଅବସ୍ଥା ସମଗ୍ର ଦେଶରେ ସରକାରୀ ବିଦ୍ୟାଳୟଗୁଡ଼ିକ ପରି ଖରାପ ଥିଲା। ହେଲେ ଏଥିରେ ସୁଧାର ଆଣି ଆମେ ସରକାରୀ ସ୍କୁଲରେ ପିଲାଙ୍କୁ ମାଗଣା ଶିକ୍ଷା ଦେଉଛୁ। ଏଭଳି ନହୋଇଥିଲେ ୧୮ଲକ୍ଷ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଥାନ୍ତା। ଯଦି ଆମେ ଆଜି ଏହି ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ କରୁଛୁ, ତେବେ ଆମେ କ’ଣ ଅପରାଧ କରୁଛୁ? ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ।

ଅନ୍ୟପଟେ ଅନେକ ମାଗଣା ଯୋଜନା ପରେ ବି ଦିଲ୍ଲୀର ବଜେଟ୍ ଆଜି ଲାଭରେ ଚାଲିଛି । ଏହା ମୁଁ ନୁହେଁ କିଛି ଦିନ ପୂର୍ବେ ସିଏଜି ରିପୋର୍ଟ ଉଲ୍ଲେଖ କରାଯାଇଛି ବୋଲି କେଜ୍ରିୱାଲ କହିଛନ୍ତି । ଏହା ପୂର୍ବରୁ ରାଜ୍ୟ ବଜେଟ୍ ନିଅଣ୍ଟରେ ଚାଲିଥିଲା । ଏହାସହ ନାଁ ନେଇ କେନ୍ଦ୍ର ସରକାର କିଛି ଘରୋଇ କମ୍ପାନିକୁ ସାହାଯ୍ୟ କରୁଛନ୍ତି, ତାହା ହିଁ ମାଗଣା ରେବିଡ଼ି ବୋଲି କେଜ୍ରିୱାଲ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର