ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ମତ, ୨୦୨୧-୨୨ରେ ୧୧% ଅଭିବୃଦ୍ଧି ଜରୁରୀ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକବର୍ଷରେ ୧୧% ଆର୍ଥିକ ଅଭିବୃଦ୍ଧି ହାସଲ କରିବାକୁ ହେବ। ଆମକୁ ଏହି ଲକ୍ଷ୍ୟରେ ଆଗେଇବା ଜରୁରୀ। ଏହାଫଳରେ ଆମେ କୋଭଗିଡ୍‌-୧୯ରେ ବିଶେଷ ଭାବେ ପ୍ରଭାବିତ ଦେଶର ଅର୍ଥନୀତିକୁ ପୂର୍ବ ଟ୍ରାକ୍‌କୁ ଫେରାଇ ଆଣିପାରିବା ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ବର୍ତ୍ତମାନ ଦେଶରେ ପୁନର୍ବାର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳିସ୍ଥଳେ ଆମକୁ ପରବର୍ତ୍ତୀ ମହାମାରୀର ମୁକାବିଲା କରିବାକୁ ପ୍ରସ୍ତୁତ ହେବା ଜରୁରୀ ବଲେି ଏଠାରେ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେବା […]

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକବର୍ଷରେ ୧୧% ଆର୍ଥିକ ଅଭିବୃଦ୍ଧି ହାସଲ କରିବାକୁ ହେବ। ଆମକୁ ଏହି ଲକ୍ଷ୍ୟରେ ଆଗେଇବା ଜରୁରୀ। ଏହାଫଳରେ ଆମେ କୋଭଗିଡ୍‌-୧୯ରେ ବିଶେଷ ଭାବେ ପ୍ରଭାବିତ ଦେଶର ଅର୍ଥନୀତିକୁ ପୂର୍ବ ଟ୍ରାକ୍‌କୁ ଫେରାଇ ଆଣିପାରିବା ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ବର୍ତ୍ତମାନ ଦେଶରେ ପୁନର୍ବାର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳିସ୍ଥଳେ ଆମକୁ ପରବର୍ତ୍ତୀ ମହାମାରୀର ମୁକାବିଲା କରିବାକୁ ପ୍ରସ୍ତୁତ ହେବା ଜରୁରୀ ବଲେି ଏଠାରେ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ କୁମାର କହିଲେ, ୨୦୨୦୨-୧ରେ ଭାରତ ଅର୍ଥନୀତିରେ ୮% ହ୍ରାସ ଆକଳନ କରାଯାଇଛି। ତେବେ ୨୦୨୧-୨୨ରେ ଦେଶର ଆର୍ଥିକ ଅଭିବୃଦ୍ଧି ୧୦.୫% ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଥିବା ସେ କହିଛନ୍ତି। ତେବେ ଏହି ସମୟରେ ଅଭିବୃଦ୍ଧି ୧୧% ରହିବ ବୋଲି ସେ ଦୋହରାଇଛନ୍ତି। ଏହି ଅବସରରେ ଶ୍ରୀ କୁମାର ସଙ୍କେତ ଦେଇଛନ୍ତି ଯେ, ଭାରତୀୟ ଅର୍ଥନୀତି ଏବେ ପୁନଃରୁଦ୍ଧାର ମୁଦ୍ରାରେ ରହିଛି। ଶେଷଥର ପାଇଁ ୧୯୧୮ରେ ସ୍ପାନିଶ ଫ୍ଲୁ ପାଇଁ ଭାରତ ୫-୭% ଜନସଂଖ୍ୟା ହରାଇଥିଲା। ତେଣୁ ଆମେ ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ହୋଇଛୁ। କୋଭିଡ୍‌-୧୯ ସମୟରେ ଆମେ ସେଭଳି ପ୍ରସ୍ତୁତ ନ ଥÒଲୁ, ଆମେ ଭଲ ଭାବେ ଅବଗତ ନ ଥୁଲୁ ଯେ ଆମର ଲୋକେ ଏଭଳି ଭାବେ ମହାମାରୀରେ ପ୍ରଭାବିତ ହେବେ। ଦେଶର ଅଣସଂଗଠିତ ଅର୍ଥନୀତିର ଆକାର ଆମକୁ କମାଇବାକୁ ହେବ। ସରକାର ଏକାକୀ ସମ୍ପୂର୍ଣ୍ଣ ବିକାଶ ଏଜେଣ୍ଡାକୁ ଆଗେଇ ନେଇପାରିବେ ନାହିଁ। ଏ କ୍ଷେତ୍ରରେ ରାଜନୈତିକ ଏବଂ କର୍ପୋରେଟ୍‌ କ୍ଷେତ୍ରର ନେତୃବୃନ୍ଦ ମିଳିତ ଭାବେ କାମ କରିବା ଜରୁରୀ। ତେବେ କମ୍ପାନୀ ସାମାଜିକ ଦାୟିତ୍ବବୋଧତା (ସିଏସ୍‌ଆର୍‌) ହେଉଛି କର୍ପୋରେଟ୍‌ ଏବଂ ସମାଜ ମଧ୍ୟରେ ଏକ ପୋଲ ବୋଲି ଶ୍ରୀ କୁମାର ଅଭିହିତ କରିଛନ୍ତି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

20 Mar 2021 By The Sakala

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ମତ, ୨୦୨୧-୨୨ରେ ୧୧% ଅଭିବୃଦ୍ଧି ଜରୁରୀ

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକବର୍ଷରେ ୧୧% ଆର୍ଥିକ ଅଭିବୃଦ୍ଧି ହାସଲ କରିବାକୁ ହେବ। ଆମକୁ ଏହି ଲକ୍ଷ୍ୟରେ ଆଗେଇବା ଜରୁରୀ। ଏହାଫଳରେ ଆମେ କୋଭଗିଡ୍‌-୧୯ରେ ବିଶେଷ ଭାବେ ପ୍ରଭାବିତ ଦେଶର ଅର୍ଥନୀତିକୁ ପୂର୍ବ ଟ୍ରାକ୍‌କୁ ଫେରାଇ ଆଣିପାରିବା ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି।

ବର୍ତ୍ତମାନ ଦେଶରେ ପୁନର୍ବାର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳିସ୍ଥଳେ ଆମକୁ ପରବର୍ତ୍ତୀ ମହାମାରୀର ମୁକାବିଲା କରିବାକୁ ପ୍ରସ୍ତୁତ ହେବା ଜରୁରୀ ବଲେି ଏଠାରେ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ କୁମାର କହିଲେ, ୨୦୨୦୨-୧ରେ ଭାରତ ଅର୍ଥନୀତିରେ ୮% ହ୍ରାସ ଆକଳନ କରାଯାଇଛି। ତେବେ ୨୦୨୧-୨୨ରେ ଦେଶର ଆର୍ଥିକ ଅଭିବୃଦ୍ଧି ୧୦.୫% ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଥିବା ସେ କହିଛନ୍ତି। ତେବେ ଏହି ସମୟରେ ଅଭିବୃଦ୍ଧି ୧୧% ରହିବ ବୋଲି ସେ ଦୋହରାଇଛନ୍ତି। ଏହି ଅବସରରେ ଶ୍ରୀ କୁମାର ସଙ୍କେତ ଦେଇଛନ୍ତି ଯେ, ଭାରତୀୟ ଅର୍ଥନୀତି ଏବେ ପୁନଃରୁଦ୍ଧାର ମୁଦ୍ରାରେ ରହିଛି। ଶେଷଥର ପାଇଁ ୧୯୧୮ରେ ସ୍ପାନିଶ ଫ୍ଲୁ ପାଇଁ ଭାରତ ୫-୭% ଜନସଂଖ୍ୟା ହରାଇଥିଲା। ତେଣୁ ଆମେ ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ହୋଇଛୁ। କୋଭିଡ୍‌-୧୯ ସମୟରେ ଆମେ ସେଭଳି ପ୍ରସ୍ତୁତ ନ ଥÒଲୁ, ଆମେ ଭଲ ଭାବେ ଅବଗତ ନ ଥୁଲୁ ଯେ ଆମର ଲୋକେ ଏଭଳି ଭାବେ ମହାମାରୀରେ ପ୍ରଭାବିତ ହେବେ। ଦେଶର ଅଣସଂଗଠିତ ଅର୍ଥନୀତିର ଆକାର ଆମକୁ କମାଇବାକୁ ହେବ। ସରକାର ଏକାକୀ ସମ୍ପୂର୍ଣ୍ଣ ବିକାଶ ଏଜେଣ୍ଡାକୁ ଆଗେଇ ନେଇପାରିବେ ନାହିଁ। ଏ କ୍ଷେତ୍ରରେ ରାଜନୈତିକ ଏବଂ କର୍ପୋରେଟ୍‌ କ୍ଷେତ୍ରର ନେତୃବୃନ୍ଦ ମିଳିତ ଭାବେ କାମ କରିବା ଜରୁରୀ। ତେବେ କମ୍ପାନୀ ସାମାଜିକ ଦାୟିତ୍ବବୋଧତା (ସିଏସ୍‌ଆର୍‌) ହେଉଛି କର୍ପୋରେଟ୍‌ ଏବଂ ସମାଜ ମଧ୍ୟରେ ଏକ ପୋଲ ବୋଲି ଶ୍ରୀ କୁମାର ଅଭିହିତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର