ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ସୁଯୋଗ : ୯୩୩ SI ରାଙ୍କ୍‌ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ, ଏହି ଦିନରୁ ଆବେଦନ ଆରମ୍ଭ

The Sakala Picture
Published On

ଭୁବନେଶ୍ବର : ପୁଲିସ ଚାକିରି କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ OPRB ପକ୍ଷରୁ ୯୩୩ ସବ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ୨୦ ଜାନୁଆରୀରୁ ଏହି ୯୩୩ ସବ ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ ଆରମ୍ଭ ହେବ ବୋଲି ଏହାର ଅଫିସିଆଲ୍ ବିଜ୍ଞପ୍ତିରେ ଘୋଷଣା କରାଯାଇଛି। ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଓଡ଼ିଶା ପୁଲିସର ୯୩୩ ଏସ୍‌ଆଇ ରାଙ୍କ୍‌ ପଦବୀ […]

ଭୁବନେଶ୍ବର : ପୁଲିସ ଚାକିରି କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ OPRB ପକ୍ଷରୁ ୯୩୩ ସବ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ୨୦ ଜାନୁଆରୀରୁ ଏହି ୯୩୩ ସବ ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ ଆରମ୍ଭ ହେବ ବୋଲି ଏହାର ଅଫିସିଆଲ୍ ବିଜ୍ଞପ୍ତିରେ ଘୋଷଣା କରାଯାଇଛି।

ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଓଡ଼ିଶା ପୁଲିସର ୯୩୩ ଏସ୍‌ଆଇ ରାଙ୍କ୍‌ ପଦବୀ ପୂରଣ କରାଯିବ। ଯେଉଁଥିରେ ୬୦୯ ସବ ଇନ୍ସପେକ୍ଟର ପଦବୀ, ୨୫୩ ସବ୍‌ ଇନ୍ସପେକ୍ଟର (ଆର୍ମଡ), ୪୭ ଷ୍ଟେସନ ଅଫିସର (ଫାୟାର ସର୍ଭିସ) ଓ ୨୪ ଆସିଷ୍ଟାଣ୍ଟ ଜେଲର ପଦବୀ ରହିଛି।

[wp-embedder-pack width=”100%” height=”400px” download=”all” download-text=”” attachment_id=”144244″ /]

ଏହି ୯୩୩ ଏସ୍‌ଆଇ ରାଙ୍କ୍‌ ପଦବୀ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀମାନଙ୍କୀ ବୟସ ୨୧ ବର୍ଷରୁ କମ କିମ୍ବା ୨୫ ବର୍ଷରୁ ଅଧିକ(୧ ଜାନୁଆରୀ ୨୦୨୪ ସୁଦ୍ଧା) ହୋଇନଥିବା ଆବଶ୍ୟକ। ୨୦ ଜାନୁଆରୀରୁ ଆବେଦନ ଆରମ୍ଭ ହୋଇ ୧୦ ଫେବୃଆରୀ ୨୦୨୫) ଯାଏଁ ଚାଲିବ। ସମସ୍ତଙ୍କ ପାଇଁ ଆବେଦନ ଦେୟ ମୁକ୍ତ ରହିଛି। ଅର୍ଥାତ ଆବେଦନ ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ।

ପ୍ରାର୍ଥୀଙ୍କର ଚୟନ ଲିଖିତ ପରୀକ୍ଷା, ଶାରୀରିକ ମାନକ ପରୀକ୍ଷା ,ଶାରୀରିକ ଦକ୍ଷତା ପରୀକ୍ଷା,ଡାକ୍ତରୀ ପରୀକ୍ଷା ଓ ଡକ୍ୟୁମେଣ୍ଟ୍ ଯାଞ୍ଚ ମାଧ୍ୟମରେ ହେବ। ଅନ୍ୟପଟେ ଚାକିରି ମିଳିବା ପରେ ସର୍ବନିମ୍ନ ୩୫,୪୦୦ ଟଙ୍କା ଓ ସର୍ବାଧିକ ୧ ଲକ୍ଷ ୧୨ ହଜାର ୪୦୦ ଦରମା ମିଳିବ। ଏଥି ସହିତ ଆନୁସଙ୍ଗିକ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର