ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଇଡି କରିପାରିବ ଗିରଫ, ଅର୍ଥ ହେରଫେର କରିବା ଏକ ସ୍ବତନ୍ତ୍ର ଅପରାଧ

The Sakala Picture
Published On

ନୂଆଦିଲ୍ଳୀ: ମନି ଲଣ୍ଡରିଂ ଆକ୍ଟ (PMLA) ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ଇଡିର ଅଧିକାରୀମାନେ ପୁଲିସ୍ ନ‌ ହୋଇଥିଲେ ବି ଅର୍ଥ ‌ହେରଫେର ମାମଲାରେ ଅଭିଯୁକ୍ତକୁ ଗିରଫ କରିପାରିବେ ଓ ଗିରଫ ସମୟରେ କାରଣ ପ୍ରକାଶ କରିବାକୁ ସେମାନେ ବାଧ୍ୟ ନୁହନ୍ତି। ସେମାନେ ଅଭିଯୁକ୍ତକୁ ଇସିଆଇଆର୍‌ କପି ପ୍ରଦାନ କରିବା ବି ଜରୁରୀ ନୁହେଁ ବୋଲି ବୁଧବାର ଏକ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଇଡି କ୍ଷମତାକୁ ସେ ସମର୍ଥନ ଜଣାଇ କହିଛନ୍ତି […]

ନୂଆଦିଲ୍ଳୀ: ମନି ଲଣ୍ଡରିଂ ଆକ୍ଟ (PMLA) ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ଇଡିର ଅଧିକାରୀମାନେ ପୁଲିସ୍ ନ‌ ହୋଇଥିଲେ ବି ଅର୍ଥ ‌ହେରଫେର ମାମଲାରେ ଅଭିଯୁକ୍ତକୁ ଗିରଫ କରିପାରିବେ ଓ ଗିରଫ ସମୟରେ କାରଣ ପ୍ରକାଶ କରିବାକୁ ସେମାନେ ବାଧ୍ୟ ନୁହନ୍ତି। ସେମାନେ ଅଭିଯୁକ୍ତକୁ ଇସିଆଇଆର୍‌ କପି ପ୍ରଦାନ କରିବା ବି ଜରୁରୀ ନୁହେଁ ବୋଲି ବୁଧବାର ଏକ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଇଡି କ୍ଷମତାକୁ ସେ ସମର୍ଥନ ଜଣାଇ କହିଛନ୍ତି ଯେ ଏପରି ଅପରାଧୀମାନଙ୍କୁ ଗିରଫ କରିବା ଇଡିର ମନମାନୀ ନୁହେଁ। ଏହି କ୍ଷମତା ଇଡି ନିକଟରେ ରହିଛି। ଅର୍ଥ ହେରଫେର କରିବା ଏକ ସ୍ବତନ୍ତ୍ର ଅପରାଧ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ସିଆର୍‌ପିସି ଅଧୀନରେ ଇଡି ଅଧିକାରୀମାନେ ପୁଲିସ୍‌ ନୁହନ୍ତି। ଅଧିକାରୀଙ୍କ ପୂର୍ବରୁ ରେକର୍ଡ କରାଯାଇଥିବା ବିବୃତି ପ୍ରମାଣ ଭାବେ ବୈଧ୍ୟ ବୋଲି ଅଦାଲତ ତାଙ୍କ ଶୁଣାଣି କାଳ‌ରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

ଏହି ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟରେ ୩ ଜଣ ବିଚାରପତିଙ୍କୁ ନେଇ ଏକ ବେଞ୍ଚ୍‌ ଗଠନ ହୋଇଥିଲା। ଆସନ୍ତା ୨୯ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ବିଚାରପତି ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲ୍‌କର୍‌ ଏହି ବେଞ୍ଚ୍‌ ନେତୃତ୍ବ ନେଇଥିଲେ। ବେଞ୍ଚ୍‌ରେ ଥିବା ଅନ୍ୟ ଦୁଇ ବିଚାର ପତି ହେଉଛନ୍ତି ଜଷ୍ଟିସ୍‌ ସି ଟି ରବିକୁମାର ଏବଂ ଦିନେଶ ମହେଶ୍ବରୀ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣର ଶିକାର ହେଲା ଆଉ ଏକ ଭାରତୀୟ କର୍ମଚାରୀ ଥିବା ଜାହାଜ, ହର୍ମୁଜ ପ୍ରଣାଳୀରେ ବଢୁଛି ଉତ୍ତେଜନା

ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର କହିଛନ୍ତି ଯେ ,୧୭ ବର୍ଷ ପୂର୍ବେ PMLA ଅଧିନିୟମ ଲାଗୁ ହୋଇଥିଲା। ସେବେଠାରୁ ଏହି ଆଇନ ଅନୁଯାୟୀ ୫,୪୨୨ ମାମଲା ପଞ୍ଜିକୃତ ହୋଇଛି। ଯେଉଁଠାରେ କେବଳ ୨୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଇଡି ଏକ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସଂଲଗ୍ନ କରିଛି ଏବଂ ୯୯୨ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି।

27 Jul 2022 By The Sakala

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଇଡି କରିପାରିବ ଗିରଫ, ଅର୍ଥ ହେରଫେର କରିବା ଏକ ସ୍ବତନ୍ତ୍ର ଅପରାଧ

ନୂଆଦିଲ୍ଳୀ: ମନି ଲଣ୍ଡରିଂ ଆକ୍ଟ (PMLA) ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ଇଡିର ଅଧିକାରୀମାନେ ପୁଲିସ୍ ନ‌ ହୋଇଥିଲେ ବି ଅର୍ଥ ‌ହେରଫେର ମାମଲାରେ ଅଭିଯୁକ୍ତକୁ ଗିରଫ କରିପାରିବେ ଓ ଗିରଫ ସମୟରେ କାରଣ ପ୍ରକାଶ କରିବାକୁ ସେମାନେ ବାଧ୍ୟ ନୁହନ୍ତି। ସେମାନେ ଅଭିଯୁକ୍ତକୁ ଇସିଆଇଆର୍‌ କପି ପ୍ରଦାନ କରିବା ବି ଜରୁରୀ ନୁହେଁ ବୋଲି ବୁଧବାର ଏକ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଇଡି କ୍ଷମତାକୁ ସେ ସମର୍ଥନ ଜଣାଇ କହିଛନ୍ତି ଯେ ଏପରି ଅପରାଧୀମାନଙ୍କୁ ଗିରଫ କରିବା ଇଡିର ମନମାନୀ ନୁହେଁ। ଏହି କ୍ଷମତା ଇଡି ନିକଟରେ ରହିଛି। ଅର୍ଥ ହେରଫେର କରିବା ଏକ ସ୍ବତନ୍ତ୍ର ଅପରାଧ।

ସିଆର୍‌ପିସି ଅଧୀନରେ ଇଡି ଅଧିକାରୀମାନେ ପୁଲିସ୍‌ ନୁହନ୍ତି। ଅଧିକାରୀଙ୍କ ପୂର୍ବରୁ ରେକର୍ଡ କରାଯାଇଥିବା ବିବୃତି ପ୍ରମାଣ ଭାବେ ବୈଧ୍ୟ ବୋଲି ଅଦାଲତ ତାଙ୍କ ଶୁଣାଣି କାଳ‌ରେ କହିଛନ୍ତି।

ଏହି ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟରେ ୩ ଜଣ ବିଚାରପତିଙ୍କୁ ନେଇ ଏକ ବେଞ୍ଚ୍‌ ଗଠନ ହୋଇଥିଲା। ଆସନ୍ତା ୨୯ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ବିଚାରପତି ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲ୍‌କର୍‌ ଏହି ବେଞ୍ଚ୍‌ ନେତୃତ୍ବ ନେଇଥିଲେ। ବେଞ୍ଚ୍‌ରେ ଥିବା ଅନ୍ୟ ଦୁଇ ବିଚାର ପତି ହେଉଛନ୍ତି ଜଷ୍ଟିସ୍‌ ସି ଟି ରବିକୁମାର ଏବଂ ଦିନେଶ ମହେଶ୍ବରୀ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର କହିଛନ୍ତି ଯେ ,୧୭ ବର୍ଷ ପୂର୍ବେ PMLA ଅଧିନିୟମ ଲାଗୁ ହୋଇଥିଲା। ସେବେଠାରୁ ଏହି ଆଇନ ଅନୁଯାୟୀ ୫,୪୨୨ ମାମଲା ପଞ୍ଜିକୃତ ହୋଇଛି। ଯେଉଁଠାରେ କେବଳ ୨୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଇଡି ଏକ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସଂଲଗ୍ନ କରିଛି ଏବଂ ୯୯୨ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର