ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

Madhusudan Das Picture
Published On

କୋଲକାତା: ପ୍ରଥମେ କହିଲେ ଲଢ଼ିବେନି, ପୁଣି କହିଲେ ଲଢ଼ିବେ । ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ଅନ୍ତର୍ଗତ ରେଜିନଗର ବିଧାନସଭା କ୍ଷେତ୍ରର ଉପନିର୍ବାଚନକୁ ନେଇ ନାଟକୀୟ ସ୍ଥିତି ଜାରି ରହିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ଗୋଷ୍ଠୀର ପ୍ରାର୍ଥୀ ରବିଉଲ୍ ଆଲାମ୍ ଚୌଧୁରୀ ପ୍ରଥମେ ନିଜର ନାମାଙ୍କନ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ପରେ ଏହି ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ସେ ପୁଣି ରେଜିନଗରରେ ନିର୍ବାଚନ ଲଢ଼ିବେ ବୋଲି ଜଣାଇଛନ୍ତି । ମମତା ବନାର୍ଜୀଙ୍କ ସହ ଆଲୋଚନା ପରେ ସେ ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

ଦିନର ପ୍ରଥମ ଭାଗରେ ରବିଉଲ୍ ଆଲାମ୍ ଚୌଧୁରୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ଯେ, ନିର୍ବାଚନ କମିଶନଙ୍କ ଦ୍ୱାରା ଦଳକୁ ଆବଣ୍ଟିତ ନୂଆ ଚିହ୍ନକୁ ନେଇ କର୍ମୀମାନେ ପ୍ରଚାର କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହାସହ ପ୍ରଶାସନିକ ଚାପର କାରଣ ଦର୍ଶାଇ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବୋଲି କହିଥିଲେ। ଏହି ନିଷ୍ପତ୍ତି ଦଳର ନେତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ନିଆଯାଇଥିଲା ବୋଲି ସେ ଦାବି କରିଥିଲେ। ତେବେ କିଛି ଘଣ୍ଟା ମଧ୍ୟରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳି ଯାଇଥିଲା। ଦଳୀୟ ନେତୃତ୍ୱ ଏବଂ ମମତା ବାନାର୍ଜୀଙ୍କ ଅନୁରୋଧ କ୍ରମେ ସେ ପୁଣି ନିର୍ବାଚନ ମଇଦାନରେ ରହିବେ ବୋଲି ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର ମିରଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ଅନେକ ହସ୍ପିଟାଲରେ ଭର୍ତ୍ତି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଏହି ଘଟଣାକ୍ରମକୁ ନେଇ ମୁର୍ସିଦାବାଦର ଟିଏମସି ଲୋକସଭା ସାଂସଦ ଆବୁ ତାହେର ଖାନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରେଜିନଗରରେ ପ୍ରାର୍ଥୀ ଦେବା ନିଷ୍ପତ୍ତିକୁ ସେ ସମାଲୋଚନା କରି କହିଛନ୍ତି ଯେ, କିଛି ଲୋକ ସବୁବେଳେ ମମତାଙ୍କୁ ବିଭ୍ରାନ୍ତ କରିଆସିଛନ୍ତି ଏବଂ ଏଥର ମଧ୍ୟ ତାଙ୍କୁ ବିଭ୍ରାନ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ରେଜିନଗର ସହିତ ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ଆସନ୍ତା ଅକ୍ଟୋବର ୬ ତାରିଖରେ ମତଦାନ ହେବ ଏବଂ ଅକ୍ଟୋବର ୯ରେ ଭୋଟ୍ ଗଣତି କରାଯିବ। ସୂଚନାଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ ମମତାଙ୍କ ଗୋଷ୍ଠୀର ପ୍ରାର୍ଥୀ ହୋଇଥିବା ସଞ୍ଚିତା ଦେ ପ୍ରଧାନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏକ ବୈଠକ ପରେ ନିଜ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ଏହାପରେ ମମତା ବାନାର୍ଜୀ ନନ୍ଦିଗ୍ରାମରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲେ। 

ଅନ୍ୟପଟେ ୨୦୨୬ ବିଧାନସଭା ନିର୍ବାଚନରେ ଆଜେୟୁପି (AJUP) ନେତା ହୁମାୟୁନ୍ କବୀର ରେଜିନଗର ଓ ନାଓଦା ଆସନରୁ ବିଜୟୀ ହୋଇଥିଲେ। ସେ ନାଓଦା ଆସନ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେବାରୁ ରେଜିନଗରରେ ଉପନିର୍ବାଚନ ଆବଶ୍ୟକ ହୋଇଛି। ଏଠାରେ ତାଙ୍କ ପୁଅ ଗୋଲାମ ନବୀ ଆଜାଦ ଏବେ ଆଜେୟୁପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।

ନିକଟରେ ଭାରତୀୟ ନିର୍ବାଚନ କମିଶନ (ECI) ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ “ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ନାମ ଏବଂ “ଫୁଟବଲ୍ ଖେଳାଳି” ଚିହ୍ନ ପ୍ରଦାନ କରିଛନ୍ତି। ସେହିପରି ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ “ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ” ନାମ ଏବଂ “ଲଫାପା” (Envelope) ଚିହ୍ନ ପ୍ରଦାନ କରାଯାଇଛି। ପୂର୍ବରୁ କମିଶନ ମୂଳ ଦଳର ନାମ “ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ଏବଂ ଏହାର ପାରମ୍ପରିକ “ଫୁଲ ଓ ଘାସ” ଚିହ୍ନକୁ ଫ୍ରିଜ୍ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର