ମନୋରଞ୍ଜନ
ଓଡ଼ିଶା
ଯୋଶୀମଠରେ ହେଲିକପ୍ଟର ନିଖୋଜ! ଖରାପ ପାଗ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ, ଜୋରଦାର ହେଲା ସର୍ଚ୍ଚ ଅପରେସନ
ଉତ୍ତରାଖଣ୍ଡର ଯୋଶୀମଠ ଅଞ୍ଚଳରେ ଏକ ହେଲିକପ୍ଟର ନିଖୋଜ ହୋଇଥିବା ଖବର ମିଳିଛି। ଖରାପ ପାଗ ଓ ପ୍ରବଳ ବର୍ଷା ଯୋଗୁଁ ଏହି ବିମାନଟି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ହେଲିକପ୍ଟରଟି ଯୋଶୀମଠ ନିକଟବର୍ତ୍ତୀ ଏକ ଦୁର୍ଗମ ଅଞ୍ଚଳରେ ଉଡ଼ାଣ ଭରୁଥିବା ସମୟରେ ନିଖୋଜ ହୋଇଥିଲା। ଘନ କୁହୁଡ଼ି ଓ ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି
ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ସ୍ଥାନୀୟ ପୋଲିସ ଓ SDRF ଟିମ୍ ଘଟଣାସ୍ଥଳକୁ ପଠାଯାଇଛି। ହେଲିକପ୍ଟରରେ କେତେଜଣ ଯାତ୍ରୀ ଥିଲେ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।ସରକାରୀ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ନିକଟସ୍ଥ ଏୟାର ବେସ ସହିତ ହେଲିକପ୍ଟରର ସମ୍ପର୍କ ହଠାତ୍ କଟିଯାଇଥିଲା। ବର୍ତ୍ତମାନର ବର୍ଷା ଓ କୁହୁଡ଼ି ସ୍ଥିତି ଯୋଗୁଁ ବିମାନ ଚଳାଚଳ ବହୁଳ ଭାବେ ପ୍ରଭାବିତ ହୋଇଛି।






