ଉତ୍ତରପ୍ରଦେଶର କୁଶୀନଗରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୫ ଜଣଙ୍କ ସମେତ ୬ ମୃତ

Madhusudan Das Picture
Published On

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, କୁଶୀନଗରର ହାଟା କୋତୱାଲି ଅନ୍ତର୍ଗତ ଥରୁଆଡିହ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଭ୍ୟାନରେ ୮ ଜଣ ଯାତ୍ରୀ ଥିଲେ ଏବଂ ଟ୍ରକ ସହ ଧକ୍କା ହେବା ପରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ପ୍ରାଣହାନି ଘଟିଥିଲା। 

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ଜଣ କପ୍ତାନଗଞ୍ଜ ଅଞ୍ଚଳର ଏକାଦି ପରିବାରର ବୋଲି ଜଣାପଡିଛି। ପରିବାରଟି ଜଣେ ସମ୍ପର୍କୀୟଙ୍କ ଘରେ ଆୟୋଜିତ ଏକ ତିଳକ ସମାରୋହରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଭ୍ୟାନଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି। 

ଆହୁରି ପଢ଼ନ୍ତୁ: ଆମେରିକା ନିର୍ବାଚନ ରାଲି: ଟ୍ରମ୍ପଙ୍କ ବିବାଦୀୟ 'ଅବଦୁଲ' ଓ 'ଜିହାଦୀ' ବୟାନକୁ ନେଇ ହଟଚମଟ

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଅତିରିକ୍ତ ପୋଲିସ ସୁପରିଟେଣ୍ଡେଣ୍ଟ (ASP) ସିଦ୍ଧାର୍ଥ ବର୍ମା କହିଛନ୍ତି ଯେ, ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ:  ରୁଷ ଓ ୟୁକ୍ରେନ ଆପରେ ସାଇବର ଆକ୍ରମଣ; ନକଲି ପରମାଣୁ ବିପତ୍ତି ଆଲର୍ଟକୁ ନେଇ ଆତଙ୍କ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର