କାରରେ କୋକେନ ନେଇ ଯାଉଥିବା ବେଳେ ବିଜେପି ଯୁବନେତ୍ରୀଙ୍କୁ ଗିରଫ କଲା ପୁଲିସ

The Sakala Picture
Published On

କୋଲକାତା: ବିଜେପି ଯୁବମୋର୍ଚ୍ଚା ନେତ୍ରୀ ପାମେଲା ଗୌସ୍ବାମୀଙ୍କୁ ଗିରଫ କରିଛି ପୁଲିସ । ବିଜେପିର ଜନୈକା ଯୁବନେତ୍ରୀଙ୍କୁ ନିଜ କାରରେ କୋକେନ ନେଇ ଯାଉଥିବା ବେଳେ ଶୁକ୍ରବାର ପୁଲିସ ଗିରଫ କରିଛି। ଏଥି ସହିତ ପୁଲିସ ତାଙ୍କ ସାଙ୍ଗ ପ୍ରବୀର କୁମାର ଦେଙ୍କୁ ମଧ୍ୟ ନ୍ୟୁ ଅଲୀପୁର ଅଞ୍ଚଳର ଏନଆର ଆଭେନ୍ୟୁରୁ ଗିରଫ କରିଛି । ପୁଲସର ସୂଚନା ଅନୁଯାୟୀ ବିଜେପି ଯୁବମୋର୍ଚ୍ଚା ପର୍ଯ୍ୟବେଷକ ତଥା ହୁଗଲି ଜିଲ୍ଲାର ମହାସଚିବ ପାମେଲା ଗୋସ୍ବାମୀଙ୍କୁ ଲକ୍ଷାଧିକ ଟଙ୍କା ମୂଲ୍ୟର […]

କୋଲକାତା: ବିଜେପି ଯୁବମୋର୍ଚ୍ଚା ନେତ୍ରୀ ପାମେଲା ଗୌସ୍ବାମୀଙ୍କୁ ଗିରଫ କରିଛି ପୁଲିସ । ବିଜେପିର ଜନୈକା ଯୁବନେତ୍ରୀଙ୍କୁ ନିଜ କାରରେ କୋକେନ ନେଇ ଯାଉଥିବା ବେଳେ ଶୁକ୍ରବାର ପୁଲିସ ଗିରଫ କରିଛି। ଏଥି ସହିତ ପୁଲିସ ତାଙ୍କ ସାଙ୍ଗ ପ୍ରବୀର କୁମାର ଦେଙ୍କୁ ମଧ୍ୟ ନ୍ୟୁ ଅଲୀପୁର ଅଞ୍ଚଳର ଏନଆର ଆଭେନ୍ୟୁରୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ପୁଲସର ସୂଚନା ଅନୁଯାୟୀ ବିଜେପି ଯୁବମୋର୍ଚ୍ଚା ପର୍ଯ୍ୟବେଷକ ତଥା ହୁଗଲି ଜିଲ୍ଲାର ମହାସଚିବ ପାମେଲା ଗୋସ୍ବାମୀଙ୍କୁ ଲକ୍ଷାଧିକ ଟଙ୍କା ମୂଲ୍ୟର କୋକେନ ସହିତ ଗିରଫ କରାଯାଇଛି । ବିଜେପି ନେତ୍ରୀଙ୍କ କାରରୁ ବହୁ ମାତ୍ରାରେ ଅବୈଧ କୋକେନ ମିଳିଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ବିଜେପି ନେତ୍ରୀଙ୍କ କାରରେ କୋକେନ ଥିବା ନେଇ ପୂର୍ବରୁ ପୁଲିସକୁ ସୂଚନା ମିଳିଥିଲା । ତାଙ୍କ ନିକଟତର ସହଯୋଗୀ ଓ ବିଜେପି ନେତା ପ୍ରବୀର କୁମାର ଦେଙ୍କୁ ମଧ୍ୟ ଗିରଫ କରାଯାଇଛି । ପୁଲିସ ଚେକିଂ ସମୟରେ ନ୍ୟୁ ଅଲୀପୁର ରାସ୍ତାରେ ତାଙ୍କ କାରକୁ ଅଟକାଯାଇଥିଲା । ତେବେ ତଲାସି ନେବା ସମୟପରେ ପାମେଲାଙ୍କ ବ୍ୟାଗ ଓ କାରରୁ ୧୦୦ ଗ୍ରାମର କୋକେନ ଜବତ ହୋଇଛି । ଜବତ କୋକେନର ମୂଲ୍ୟ ବଜାରରେ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି । ତେବେ ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର