ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି, ଗିରଫ ଉପରେ ସାମୟିକ ରୋକ୍ ଲଗାଇଲେ ଲାହୋର ହାଇକୋର୍ଟ

The Sakala Picture
Published On

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଇମ୍ରାନଙ୍କୁ ଗିରଫ ନ କରିବା ଲାଗି ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋର ହାଇକୋର୍ଟ । ଲାହୋର ହାଇକୋର୍ଟ ଜମାନ ପାର୍କରେ ଗୁରୁବାର ସକାଳ ୧୦ ଟା ପର୍ଯ୍ଯନ୍ତ ପୁଲିସ୍‌ କାର୍ଯ୍ଯାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। କୁହାଯାଉଛି କୋର୍ଟ ସାମୟିକ ଭାବରେ ଇମରାନଙ୍କୁ ଗିରଫ କରିବାକୁ ମନା କରିଛନ୍ତି ଏବଂ ଲାହୋର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ତାଙ୍କ ବାସଭବନକୁ […]

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଇମ୍ରାନଙ୍କୁ ଗିରଫ ନ କରିବା ଲାଗି ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋର ହାଇକୋର୍ଟ । ଲାହୋର ହାଇକୋର୍ଟ ଜମାନ ପାର୍କରେ ଗୁରୁବାର ସକାଳ ୧୦ ଟା ପର୍ଯ୍ଯନ୍ତ ପୁଲିସ୍‌ କାର୍ଯ୍ଯାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। କୁହାଯାଉଛି କୋର୍ଟ ସାମୟିକ ଭାବରେ ଇମରାନଙ୍କୁ ଗିରଫ କରିବାକୁ ମନା କରିଛନ୍ତି ଏବଂ ଲାହୋର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ତାଙ୍କ ବାସଭବନକୁ ଘେରି ରହିଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୋମବାରର ହାଇଡ୍ରାମା ପରେ ମଙ୍ଗଳବାର ପୁଣି ଗିରଫ କରିବା ପାଇଁ ପୁଲିସ ଏବଂ କମାଣ୍ଡୋଙ୍କ ମିଳିତ ଟିମ୍‌ ଇମ୍ରାନଙ୍କ ଲାହୋର ସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏହା ଦେଖି ଇମ୍ରାନ ଖାନ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ନିବେଦନ କରିଥିଲେ। ଆପଣଙ୍କ ନେତାଙ୍କ ଜୀବନ ବିପଦରେ ପଡିଛି। ପୁଲିସ ଗିରଫ କରି ଲୋକଙ୍କ ମୁହଁ ବନ୍ଦ କରିଦେବ ବୋଲି ଭାବୁଛି। ମାରିଦେଲେ ବି ଏହି ଯୁଦ୍ଧ ଜାରି ରହିବ ବୋଲି ଇମ୍ରାନ କହିଥିଲେ। ଯଥାଶୀଘ୍ର ତାଙ୍କ ଘର ଆଗରେ ପହଞ୍ଚିବା ପାଇଁ ଦଳ (ପିଟିଆଇ) ପକ୍ଷରୁ କର୍ମୀଙ୍କୁ ଅନୁରୋଧ କରାଯାଇଥିଲା। ମଙ୍ଗଳବାର ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଥିବା ପ୍ରୟାସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା। କିନ୍ତୁ ଇମ୍ରାନଙ୍କୁ ଗିରଫ କରାଯାଇପାରି ନଥିଲା। ସେ ସମର୍ଥକଙ୍କ ସୁରକ୍ଷା ଘେରରେ ରହିଥିସେ। କର୍ମୀ ପୁଲିସ ଉପରକୁ ପଥର ମାଡ଼ ଏବଂ ଗୁଳିମାଡ଼ କରିଥିଲେ। କିଛିସ୍ଥାନରେ ପେଟ୍ରୋଲ ବୋମା ମଧ୍ୟ ପକାଯାଇଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର