‘ଅପରେସନ୍‌ ସିନ୍ଦୂର’ : ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ମାଡ଼, ରାତି ଅଧରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ବଂସ

The Sakala Picture
Published On

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣର ୧୫ଦିନ ପରେ ଭାରତ ପ୍ରତିଶୋଧ ନେଇଛି। ମକ୍‌ଡ୍ରିଲ ପୂର୍ବରୁ ଭାରତ ଆତଙ୍କବାଦ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଛି। ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେରେ ବଡ଼ଧରଣର ଆକ୍ରମଣ କରିଛି। ବୁଧବାର ରାତି ୧ଟା ୧୫ରେ କ୍ଷେପଣାସ୍ତ୍ର ମାଡ଼ କରି ପ୍ରମୁଖ ୯ଟି ଆତଙ୍କବାଦୀ କେନ୍ଦ୍ର ଧ୍ବଂସ କରିଦେଇଛି। ଆତଙ୍କବାଦୀ ଓ ଏହାର ସମର୍ଥକଙ୍କୁ ମାଟିରେ ମିଶାଇ ଦେଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ପାକିସ୍ତାନର କୌଣସି […]

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣର ୧୫ଦିନ ପରେ ଭାରତ ପ୍ରତିଶୋଧ ନେଇଛି। ମକ୍‌ଡ୍ରିଲ ପୂର୍ବରୁ ଭାରତ ଆତଙ୍କବାଦ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଛି। ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେରେ ବଡ଼ଧରଣର ଆକ୍ରମଣ କରିଛି। ବୁଧବାର ରାତି ୧ଟା ୧୫ରେ କ୍ଷେପଣାସ୍ତ୍ର ମାଡ଼ କରି ପ୍ରମୁଖ ୯ଟି ଆତଙ୍କବାଦୀ କେନ୍ଦ୍ର ଧ୍ବଂସ କରିଦେଇଛି। ଆତଙ୍କବାଦୀ ଓ ଏହାର ସମର୍ଥକଙ୍କୁ ମାଟିରେ ମିଶାଇ ଦେଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ପାକିସ୍ତାନର କୌଣସି ସାମରିକ ଠିକଣାରେ ଆକ୍ରମଣ କରାଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ‘ନ୍ୟାୟ ମିଳିଲା, ଜୟ ହିନ୍ଦ୍’ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତମାତା କି ଜୟ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଲକିସ ବାନୋ ମାମଲା: ୨ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ଭାରତ ଆକ୍ରମଣ ପରେ ଲାହୋର ଏବଂ ସିଆଲକୋଟ ବିମାନବନ୍ଦରକୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି। ଏଠାରେ ଜରୁରୀ ପରିସ୍ଥିତି ଜାରି ହୋଇଛି। ସବୁ ବିମାନ ଉଡ଼ାଣକୁ ବାତିଲ କରିଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନିଶାଣ କରାଯାଇଥିବା ଠିକଣାରୁ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଥିଲା। ଏ ସବୁରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା। ଏହି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦିଷ୍ଟ ଠିକଣାକୁ ଲକ୍ଷ୍ୟ ରଖି କରାଯାଇଥିଲା। ଏହା ପୂର୍ବ ନିର୍ଦ୍ଧାରିତ ଥିଲା ଏବଂ ଯୁଦ୍ଧକୁ ଉସୁକାଇବା ଭଳି କାର୍ଯ୍ୟାନୁଷ୍ଠାନ ନ ଥିଲା ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆନ୍ତର୍ଜାତୀୟ ନ୍ୟାୟାଳୟଙ୍କ ରୋହିଙ୍ଗ୍ୟା ଗଣହତ୍ୟା ରାୟକୁ ‘ଅନ୍ୟାୟ’ କହି ପ୍ରତ୍ୟାଖ୍ୟାନ କଲା ମିଆଁମାର

ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛି। ପାକିସ୍ତାନର ଆଇଏସପିଆର ପକ୍ଷରୁ କୁହାଯାଇଛି ଯେ କୋଟଲି, ମୁରଦିକେ, ବହାବଲପୁର ଏବଂ ମୁଜାଫରାବାଦକୁ ନିଶାଣ କରି ଭାରତ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ୩ ସୈନିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମ ଡନ୍ ପକ୍ଷରୁ କୁହାଯାଇଛି। ଆକ୍ରମଣକୁ ନେଇ ପାକିସ୍ତାନ ଛାନିଆ ହୋଇଯାଇଛି। ରାତି ପ୍ରାୟ ସାଢ଼େ ୨ଟାରେ ପ୍ରଧାନମନ୍ତ୍ରୀ ଶେହହବାଜ ସରିଫ ଜରୁରୀ ବୈଠକ କରିଛନ୍ତି। ବିଚଳିତ ପାକିସ୍ତାନ ଭାରତୀୟ ସୀମାର ପୁଞ୍ଚ-ରାଜୌରି କ୍ଷେତ୍ରରେ ଗୁଳି ମାଡ଼ କରିଛି। ସେହିପରି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ହୋଇ ରହିଛି। ନିଜର ବାୟୁରକ୍ଷା ପ୍ରଣାଳୀକୁ ସକ୍ରିୟ କରିଦେଇଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଏବେ ଆମକୁ ଆକ୍ରମଣ ବିଷୟରେ ସୂଚନା ମିଳିଲା। ଦୁଇ ଦେଶ ଅନେକ ବର୍ଷ ହେଲା ଲଢୁଛନ୍ତି। ସେ ସଂଯମତା ଅବଲମ୍ବନ କରିବାକୁ ଉଭୟ ଦେଶକୁ କହିଛନ୍ତି। ଏହା ଶୀଘ୍ର ଶେଷ ହୋଇଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ମେଟା ଅଫିସ୍ ଭଙ୍ଗାରୁଜା କଲା ଯୁବ କଂଗ୍ରେସ, ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣାକୁ ନେଇ ହଙ୍ଗାମା

ରିପୋର୍ଟ ଅନୁଯାୟୀ ମୃଦିକେରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ମୁଖ୍ୟାଳୟ ରହିଛି। ସେହିପରି ପାକିସ୍ତାନ ପଞ୍ଜାବ ପ୍ରଦେଶର ବହାବଲପୁରରେ ଜୈସ-ଇ-ମହମ୍ମଦର କେନ୍ଦ୍ର ରହିଛି। ମାସୁଦ ଆଝାର ଏହି ଆତଙ୍କବାଦୀ ସଂଗଠନ ଚଲାଉଛି। ସେହପରି ପିଓକେରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଭିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ବିସ୍ଫୋରଣ ପରେ ସହରରୁ ବିଜୁଳି ଚାଲି ଯାଇଛି। ଆକ୍ରମଣର ପ୍ରଚଣ୍ଡ ଶବ୍ଦ ଶୁଣି ପାକିସ୍ତାନୀ ରାତିଅଧିରେ ବାହାରକୁ ବାହାରି ଆସିଛନ୍ତି। ମସ୍ଜିଦ୍ରୁ ଏହାର ଘୋଷଣା କରାଯାଇଛି। ସାରା ଦେଶରେ ଭୟର ବାତାବରଣ ଖେଳି ଯାଇଛି। ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର