ବିଶ୍ବର ସବୁଠୁ ଦାମୀ ଓ ଶକ୍ତିଶାଳୀ ଉପଗ୍ରହ ‘ନିସାର’, ମହାକାଶରୁ ପୃଥିବୀ ଉପରେ ରଖିବ ତିକ୍ଷ୍ଣ ନଜର

The Sakala Picture
Published On

ନୂଆଦିଲ୍ଲୀ : ବୁଧବାର ସନ୍ଧ୍ୟାରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଓ ଦାମୀ ଉପଗ୍ରହ ‘ନିସାର’ର ଉତ୍‌କ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଜିଏସ୍‌‌ଏଲ୍‌‌ଭି-ଏଫ୍‌‌୧୬ ରକେଟ୍‌‌ ନିସାରକୁ ନେଇ ମହାକାଶକୁ ଯାଇଛି। ଏହି ରକେଟ ନିସାରକୁ ପୃଥିବୀଠାରୁ ୭୪୭ କିମି ଉଚ୍ଚରେ ଥିବା ସନ୍‌-ସିଙ୍କ୍ରୋନସ୍‌ କକ୍ଷରେ ଅବସ୍ଥାପିତ କରିଛି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଓ ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ସ୍ପେଶ୍‌‌ ଆଡମିନିଷ୍ଟ୍ରେସନ (ନାସା) ମିଳିତ ଭାବେ ଏହି ଉପଗ୍ରହକୁ ପ୍ରସ୍ତୁତ କରିଛନ୍ତି। […]

ନୂଆଦିଲ୍ଲୀ : ବୁଧବାର ସନ୍ଧ୍ୟାରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଓ ଦାମୀ ଉପଗ୍ରହ ‘ନିସାର’ର ଉତ୍‌କ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଜିଏସ୍‌‌ଏଲ୍‌‌ଭି-ଏଫ୍‌‌୧୬ ରକେଟ୍‌‌ ନିସାରକୁ ନେଇ ମହାକାଶକୁ ଯାଇଛି। ଏହି ରକେଟ ନିସାରକୁ ପୃଥିବୀଠାରୁ ୭୪୭ କିମି ଉଚ୍ଚରେ ଥିବା ସନ୍‌-ସିଙ୍କ୍ରୋନସ୍‌ କକ୍ଷରେ ଅବସ୍ଥାପିତ କରିଛି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଓ ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ସ୍ପେଶ୍‌‌ ଆଡମିନିଷ୍ଟ୍ରେସନ (ନାସା) ମିଳିତ ଭାବେ ଏହି ଉପଗ୍ରହକୁ ପ୍ରସ୍ତୁତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ୨୦୨୬: ସିନେଟ୍ ଏବଂ ପ୍ରତିନିଧି ସଭା ଦଖଲ ପାଇଁ ଟ୍ରମ୍ପ ଓ ବାଇଡେନ ଶିବିର ମଧ୍ୟରେ କଡ଼ା ଟକ୍କର

ଏଥିପାଇଁ ୧.୫ ବିଲିଅନ ଡଲାର ଅର୍ଥାତ ୧୨, ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଇସ୍ରୋ ଓ ନାସାର ନାମକୁ ମିଶାଇ ଏହି ଉପଗ୍ରହର ନାମ ନିସାର ରଖାଯାଇଛି। ନାସା- ଇସ୍ରୋ ସିନ୍ଥେଟିକ ଆପେରଚର ରାଡାର (ନିସାର) ଉପଗ୍ରହର ସ୍ବତନ୍ତ୍ର କ୍ଷମତା ରହିଛି। ଏହି ଉପଗ୍ରହ ଘଞ୍ଚ ଜଙ୍ଗଲ୍‌‌ ଓ ଅନ୍ଧାରରେ ମଧ୍ୟ ଦେଖିପାରିବ। ଓଏହା ୯୭ ମିନିଟ୍‌‌ରେ ପୃଥିବୀର ପରିକ୍ରମଣ କରିବ। ଏହା ୯୮.୪ ଡିଗ୍ରୀ ନଇଁ କରି ରହିବ। ଲଞ୍ଚ୍‌‌ ହେବାର ୧୮ ମ୍‌ିନିଟ୍‌‌ ପରେ ନିସାକୁ କକ୍ଷପଥରେ ଅବସ୍ଥାପିତ ହୋଇଛି।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଭାରତୀୟ-ବଂଶୋଦ୍ଭବ ପିଆ ଡାଣ୍ଡିଆ, ଅରୁଣା ମିଲର ଏବଂ ସୁହାସ ସୁବ୍ରମଣ୍ୟମଙ୍କ ବିଜୟ

ନିସାର ୭୪୭ କିମି ଉପରେ ପୋଲର ଅର୍ବିଟ୍‌‌ରେ ପୃଥିବୀ ଚାରିପେଟ ଘୂରିବ। ଅର୍ଥାତ୍‌ ନିସାର ଧ୍ରୁବତାରା ଅର୍ଥାତ ନର୍ଥପୋଲ ଦେଇ ପରିକ୍ରମା କରିବ। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ୧୨ ଦିନରେ ନିସାର ପୃଥିବୀକୁ ୧, ୧୭୩ ଥର ପରିକ୍ରମା କରିବ। ଏହା ପୃଥିବୀ ପୃଷ୍ଠର ପ୍ରତି ଇଞ୍ଚର ଜମିକୁ ମ୍ୟାପ କରିପାରିବ। ଘନ ବାଦଲ, ଘଞ୍ଚ ଜଙ୍ଗଲ, ଧୁଆଁ ଏପରିକ ଘନ ଅନ୍ଧାରରେ ମଧ୍ୟ ନିସାର ଦେଖିପାରିବ। ପୃଥିବୀ ହେବାକୁ ଥିବା ସବୁଠାରୁ ଛୋଟ ପରବର୍ତ୍ତନକୁ ମଧ୍ୟ ନିସାର ରେକର୍ଡ କରିପାରିବ। ଭୂମି ଓ ବରଫର ପରିବର୍ତ୍ତନ ଓ ଜଙ୍ଗଲ, ଚାଷଜମି ଏବ ପ୍ରାକୃତିକ ସ୍ଥାନକୁ ଏହା ମିନିଟରେ ଚିହ୍ନଟ କରିବ। ଏହା ଦ୍ବାରା ପରିବେଶ କିପରି ରହିଛି ତାହା ଜାଣିବାକୁ ପ୍ରୟାସ କରିବ। ସେହିପରି ସମୁଦ୍ର ଲହଡି ଓ ଏହାର ପରିବର୍ତ୍ତନ ସମେତ ସାମୁଦ୍ରିକ ପରିବେଶକୁ ଏହା ଟ୍ରାକ କରିବ। ଏହା ପୃଥିବୀର ହାଇ କ୍ୱାଲିଟି ଫଟୋ ଉଠାଇପାରିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ଭୟାବହ ରୂପ: ୪୮୨ରେ ପହଞ୍ଚିଲା AQI, ଆଗକୁ ଆହୁରି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର