ରାତି ଅଧରେ ପାକିସ୍ତାନର ସତ୍ତା ପରିବର୍ତ୍ତନ, ଅନାସ୍ଥା ଭୋଟରେ ହାରିଲେ ଇମ୍ରାନ୍‌ ଖାନ୍‌

The Sakala Picture
Published On

ଇସଲାମାବାଦ : ଶେଷରେ ପ୍ରଧାନମନ୍ତ୍ରୀ ପଦବୀରୁ ଇମ୍ରାନ ଖାନ ବିଦା ହୋଇଛନ୍ତି। ଦେଶ, ଜାତି, ଆଇନ ଏବଂ ଗଣତନ୍ତ୍ରର ରକ୍ଷା ପାଇଁ ବିଗତ କିଛି ଦିନ ହେଲା ଦେଶବାସୀଙ୍କ ଆଗରେ ଆବେଗର କଥା ରଖୁଥିବା ଇମ୍ରାନ ବିରୋଧୀଙ୍କ ଶେଷ ବଲରେ କ୍ଲନ୍‌ ଆଉଟ ହୋଇଛନ୍ତି। ଏପରିକି ସରକାର ବଞ୍ଚାଇବା ପାଇଁ ତାଙ୍କର ବହୁ ଚର୍ଚ୍ଚିତ ‘ସିକ୍ରେଟ ଲେଟର’ କୌଶଳ ମଧ୍ୟ କାର୍ଯ୍ୟ କରିନଥିଲା। ଶନିବାର ଭାରତୀୟ ସମୟ ରାତି ପ୍ରାୟ ୧ଟା ବେଳେ ପାକିସ୍ତାନ ସଂସଦରେ ଦିନ […]

ଇସଲାମାବାଦ : ଶେଷରେ ପ୍ରଧାନମନ୍ତ୍ରୀ ପଦବୀରୁ ଇମ୍ରାନ ଖାନ ବିଦା ହୋଇଛନ୍ତି। ଦେଶ, ଜାତି, ଆଇନ ଏବଂ ଗଣତନ୍ତ୍ରର ରକ୍ଷା ପାଇଁ ବିଗତ କିଛି ଦିନ ହେଲା ଦେଶବାସୀଙ୍କ ଆଗରେ ଆବେଗର କଥା ରଖୁଥିବା ଇମ୍ରାନ ବିରୋଧୀଙ୍କ ଶେଷ ବଲରେ କ୍ଲନ୍‌ ଆଉଟ ହୋଇଛନ୍ତି। ଏପରିକି ସରକାର ବଞ୍ଚାଇବା ପାଇଁ ତାଙ୍କର ବହୁ ଚର୍ଚ୍ଚିତ ‘ସିକ୍ରେଟ ଲେଟର’ କୌଶଳ ମଧ୍ୟ କାର୍ଯ୍ୟ କରିନଥିଲା। ଶନିବାର ଭାରତୀୟ ସମୟ ରାତି ପ୍ରାୟ ୧ଟା ବେଳେ ପାକିସ୍ତାନ ସଂସଦରେ ଦିନ ତମାମ ଚାଲିଥିବା ପଲିଟିକାଲ ହାଇଡ୍ରାମାର ଅନ୍ତ ହେବା ସହିତ ଅନାସ୍ଥା ଭୋଟରେ ଇମ୍ରାନଙ୍କ ସରକାରର ପତନ ହୋଇଛି।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ଭାରତୀୟ ସମୟ ରାତି ପ୍ରାୟ ୧୨ଟା ୪୫ ମିନିଟ୍‌ରେ ଭୋଟିଂ କରାଯାଇଥିଲା ବେଳେ ଏହାପୂର୍ବରୁ ସରକାରୀ ଦଳର ସମସ୍ତ ସଦସ୍ୟ କକ୍ଷ ତ୍ୟାଗ କରିଥିଲେ। ଏହାର କିଛି ସମୟ ପୂର୍ବରୁ ବାଚସ୍ପତିଏବଂ ଉପ ବାଚସ୍ପତି ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ତେବେ କେବଳ ବିରୋଧୀ ମେଣ୍ଟ ସଦସ୍ୟ ଉପସ୍ଥିତିରେ ସମ୍ମତିକ୍ରମେ ପିଏନଏଲ(ଏନ) ସାଂସଦ ଆୟାଜ ସିଦ୍ଦିକିଙ୍କୁ ବାଚସ୍ପତି ନିର୍ବାଚିତ କରାଯାଇଥିଲା। ସିଦ୍ଦିକିଙ୍କ ନିର୍ଦ୍ଦେଶକ୍ରମେ ଗୃହରେ ଅନାସ୍ଥା ଭୋଟ କରାଯାଇଥÒଲା ଏବଂ ଫଳାଫଳ ଘୋଷଣା କରାଯାଇଥିଲା। ଗୃହରେ ଶାସକଦଳର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିଥିଲା ବେଳେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭୪ଟି ଭୋଟ ମିଳିଥିଲା। ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ହେଉଛି ୩୪୨। ସରକାର ଗଢିବା ପାଇଁ କୌଣସି ଦଳ ପାଇଁ ୧୭୨ ସଦସ୍ୟଙ୍କ ଆବଶ୍ୟକତା ରହିଥିବା ବେଳେ ବିରୋଧୀ ମେଣ୍ଟ ସର୍ବାଧିକ ୧୭୬ ସଦସ୍ୟଙ୍କ ସମର୍ଥନ ପାଇଥିବାରୁ ଶାସକ ଦଳର ପରାଜୟ ଘଟିଥିଲା। ଶାସକ ଦଳର ପରାଜୟ ପରେ ବିରୋଧୀ ଦଳ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ଶେହବାଜ ଶରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବା ନିଶ୍ଚିତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶନିବାର ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବାର ଥିଲା। ଠିକଣା ସମୟରେ ସଂସଦ କାର୍ଯ୍ୟ ଆରମ୍ଭ ହୋଇଥÒଲେ ହେଁ ଶାସକ ଦଳ ଭୋଟିଂ କରାଇ ଦେବା ସପକ୍ଷରେ ନଥିଲେ। ଏହାପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୁମ୍ବି ତୋଫାନ ଚାଲିଥିଲା। ସରକାର ହଟାଇବା ପାଇଁ ବିଦେଶୀ ଶକ୍ତିର ଷଡ଼ଯନ୍ତ୍ରକୁ ନେଇ ଗୃହରେ ଆଲୋଚନା ହେବା ଉଚିତ ବୋଲି ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ଜିଦ୍‌ ଧରିଥିଲେ। ସେପଟେ କୌଣସି ସ୍ଥିତିରେ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବେ ନାହିଁ ବୋଲି ଇମ୍ରାନ କହିଥିଲେ। ଦିନ ପ୍ରାୟ ୧୨.୩୦ ମିନିଟରେ ସଂସଦ ମୁଲତବୀ ଘୋଷଣା କରାଯାଇଥିଲା ବେଳେ ଯେକୌଣସି ମତେ ସମୟ ଟାଳିବାକୁ ଇମ୍ରାନ ସରକାର ଉଦ୍ୟମ କରିଥିଲେ। ଏହାମଧ୍ୟରେ ବିରୋଧୀ ଏବଂ ଶାସକଦଳର ସଦସ୍ୟଙ୍କ ମଧ୍ୟରେ ହାଇଡ୍ରାମା ଆରମ୍ଭ ହୋଇଥିଲା। ସରକାର ବଞ୍ଚାିଇବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ସବୁ ସ୍ତରରେ ଉଦ୍ୟମ କରିବା ସହିତ ନିଜ ବାସଭବନରେ ସନ୍ଧ୍ୟାରେ କ୍ୟାବିନେଟ ବୈଠକ ଡାକିଥିଲେ। ଏପରିକି ଅନାସ୍ଥା ପ୍ରସ୍ତାବ ଖାରଜ ଏବଂ ସଂସଦ ଭଙ୍ଗ ପ୍ରସଙ୍ଗରେ ପାକିସ୍ତାନ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରିବାକୁ ଶାସକ ପିଟିଆଇ ଦଳ ପକ୍ଷରୁ ପୁଣିଥରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅନାସ୍ଥା ଭୋଟିଂ ପାଇଁ ସମୟ ସରି ଆସୁଥିବାରୁ ବିରୋଧୀ ପୁଣିଥରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ବିରୋଧୀ ପିଏମଏଲ(ଏନ) ଦଳ ସହିତ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ଇମ୍ରାନଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗରେ ଯାଚିକା ଦାଏର କରାଯାଇଥିଲା। ଏହାର ଶୁଣାଣି ପାଇଁ ରାତି ୧୨ଟାରେ ପୁଣିଥରେ କୋର୍ଟ ଖୋଲାଯାଇଥିଲା। ସେହିପରି ଇସଲାମାବାଦ ହାଇକୋର୍ଟକୁ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏସବୁ ପରିସ୍ଥିତିରେ ଇମ୍ରାନଙ୍କ ସମୟ ଶେଷ ହୋଇଆସୁଥିବା ସରକାରୀ ଦଳର ସଦସ୍ୟ ସ୍ଥିର କରିନେଇ ସାରିଥିଲେ। ରାତି ପ୍ରାୟ ୧୧ଟା ବେଳେ ଇମ୍ରାନ ପୁଣିଥରେ ବାସ୍ପତିଙ୍କୁ ନିଜ ବାସଭବନକୁ ଡକାଇ ବୈଠକ କରିଥିଲେ। ହେଲେ ସେତେବେଳକୁ ସବୁକିଛି ଶେଷ ହେବାକୁ ଯାଉଥିଲା।

ଇସଲାମାବାଦରେ ହାଇଆଲର୍ଟ ଜାରି କରାଯିବା ସହିତ ପାକିସ୍ତାନର ସମସ୍ତ ବିମାନ ବନ୍ଦରରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଥିଲା। କୌଣସି ନେତା , ସରକାରୀ ଅଧିକାରୀ ଯେଭଳି ଦେଶ ଛାଡି ଅନ୍ୟତ୍ର ପଳାଇ ନଯାଆନ୍ତି ସେଥିପାଇଁ ସତର୍କ ରହିବାକୁ କୁହାଯାଇଥିଲା। ପରେ ପରେ ବାଚସ୍ପତି ସଂସଦରେ ପହଞ୍ଚିବା ସହିତ ନିଜର ଇସ୍ତଫାପତ୍ର ସଦନରେ ରଖିଥିଲେ। ଏହାର କିଛି ସମୟ ପରେ ଇମ୍ରାନ ନିଜର ସରକାରୀ ବାସଭବନ ଛାଡି ନିଜ ଘରକୁ ଚାଲିଯାଇଥିଲେ। ହାରିବା ପରେ ପଦ ଛାଡିଛନ୍ତି। ଏଥିସହିତ ଇମ୍ରାନ କ୍ୟାବିନେଟ ବୈଠକ ଡକାଇ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ପଦବୀ ଯିବା ନିଶ୍ଚିତ ଜାଣି ପ୍ରଧାମନ୍ତ୍ରୀ ଇମ୍ରାନ ନୂଆ ସରକାରଙ୍କ ପାଇଁ ତିନୋଟି ସର୍ତ୍ତ ରଖିଛନ୍ତି। ସେ ପ୍ରଧାନମନ୍ତ୍ରୀ ପଦବୀରୁ ବିଦା ହେବା ପରେ ତାଙ୍କୁ କୌଣସି ସ୍ଥିତିରେ ଗିରଫ କରାଯିବ ନାହିଁ ଏବଂ ବିରୋଧୀ ଦଳ ନେତା ଶେହବାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ କରାନଯାଇ ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ କରାଯାଉ ବୋଲି ଇମ୍ରାନ ସର୍ତ୍ତ ରଖିଛନ୍ତି। ସେହିପରି ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରସିଦ ମଧ୍ୟ ନିଜ ପଦବୀ ଯିବା ଜାଣି ଏକପ୍ରକାର ଭୟଭୀତ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

10 Apr 2022 By The Sakala

https://www.thesakala.in/national-international/imran-khan-bowled-out-as-pakistan-pm-loses-no-trust-vote/article-10649
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର