ଦେଶକୁ ଲୁଟି‌ ଚାଲିଛନ୍ତି କଂଗ୍ରେସ ଓ ବିଜେପି

The Sakala Picture
Published On

ନୂଆଦିଲ୍ଲୀ : ଯିଏ କୃଷକଙ୍କୁ ସମର୍ଥନ କରେନି ସେ କେବେବି ଦେଶପ୍ରେମୀ ନୁହେଁ ସେମାନେ ଦେଶଦ୍ରୋହୀ ଅଟନ୍ତି। ଏହିପରି ଲୋକମାନେ ଦେଶକୁ ଖାଲି କରି ଚାଲିଛନ୍ତି।  ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଦେଶର ବିକାଶ ହୋଇପାରିଲା ନାହିଁ। କଂଗ୍ରେସ ଓ ବିଜେପି ଦେଶକୁ ଲୁଟି‌ ଚାଲିଛନ୍ତି। କେବେ ଦେଶର ବିକାଶ କଥା ଚିନ୍ତା କରିନାହାନ୍ତି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ରବିବାର ହରିୟାଣାର ଜିନ୍ଦଠାରେ ଆୟୋଜିତ […]

ନୂଆଦିଲ୍ଲୀ : ଯିଏ କୃଷକଙ୍କୁ ସମର୍ଥନ କରେନି ସେ କେବେବି ଦେଶପ୍ରେମୀ ନୁହେଁ ସେମାନେ ଦେଶଦ୍ରୋହୀ ଅଟନ୍ତି। ଏହିପରି ଲୋକମାନେ ଦେଶକୁ ଖାଲି କରି ଚାଲିଛନ୍ତି।  ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଦେଶର ବିକାଶ ହୋଇପାରିଲା ନାହିଁ। କଂଗ୍ରେସ ଓ ବିଜେପି ଦେଶକୁ ଲୁଟି‌ ଚାଲିଛନ୍ତି। କେବେ ଦେଶର ବିକାଶ କଥା ଚିନ୍ତା କରିନାହାନ୍ତି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ରବିବାର ହରିୟାଣାର ଜିନ୍ଦଠାରେ ଆୟୋଜିତ କିଷାନ ମହାପଞ୍ଚାୟତରେ ଯୋଗ ଦେଇ କେଜ୍ରିୱାଲ କହିଛନ୍ତି ଚାଷୀମାନଙ୍କ ସମସ୍ତ ଦାବି ପୂରଣ ପାଇଁ ସେ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। ଚାଷୀମାନଙ୍କ ଦାବି ପୂରଣ ପାଇଁ ସେ ସର୍ବଦା ଚେଷ୍ଟା କରୁଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

କେଜ୍ରିୱାଲ ଆହୁରୀ ମଧ୍ୟ କହିଛନ୍ତି ଯେ କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ଦିଲ୍ଲୀର ଷ୍ଟାଡିୟମକୁ କାରାଗାରରେ ପରିଣତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଦିଲ୍ଲୀ ସରକାର ଏହା କରିବାକୁ ଦେଇନଥିଲେ। କେନ୍ଦ୍ର ସରକାର କୃଷକମାନଙ୍କ ଉପରେ ଅତ୍ୟାଚର କରୁଛନ୍ତି । ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରୁଥିବାରୁ କେନ୍ଦ୍ର ସରକାର ବର୍ତ୍ତମାନ ସେମାନଙ୍କଠାରୁ ସମସ୍ତ କ୍ଷମତା ଛଡ଼ାଇବାକୁ ଚେଷ୍ଟା କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ସରକାର ଚଳାଇବା ପାଇଁ ଦିଲ୍ଲୀବାସୀଆମ୍ ଆଦମୀ ପାର୍ଟିକୁ  ସଂଖ୍ୟାଗରିଷ୍ଠତା ଦେଇଥିଲେ କିନ୍ତୁ କେନ୍ଦ୍ର ସରକାର ବର୍ତ୍ତମାନ ସମସ୍ତ କ୍ଷମତା ଛଡ଼ାଇ ନେଉଛନ୍ତି। ଏହା କି ପ୍ରକାର ଗଣତନ୍ତ୍ର, ଯେଉଁଠାରେ ଲୋକମାନଙ୍କର ନିର୍ବାଚିତ ସରକାରଙ୍କର କୌଣସି ଶକ୍ତି ନାହିଁ। ଏଲଜି (ଲେଫ୍ଟନାଣ୍ଟ ଗଭର୍ଣ୍ଣର) କୁ ସମସ୍ତ କ୍ଷମତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ଆଗ୍ରହୀ। କୃଷକମାନଙ୍କୁ ଆମ୍ ଆଦମୀ ପାର୍ଟି ସରକାର  ସହାୟତା କରିଥିବାରୁ  କେନ୍ଦ୍ର ସରକାର କ୍ଷମତା ଛଡାଇ ନେଇ ଦଣ୍ଡିତ କରିବାକୁ ଚାହିଁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।  କୃଷକମାନଙ୍କୁ ତାଙ୍କ ହକ୍‌ ଦେବାପାଇଁ କୌଣସି ଦଣ୍ଡ କିମ୍ବା ବଳିଦାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂଆ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ । କୃଷକ ମାନଙ୍କ ହିତରେ ସରକାର ନିଷ୍ପତ୍ତି ନିଅନ୍ତୁ। ଏଥି ସହିତ ରୋହତକରେ କୃଷକମାନଙ୍କ ଉପରକୁ ହୋଇଥିବା ଲାଠିଚାର୍ଜକୁ ମଧ୍ୟ ନିନ୍ଦା କରିଛନ୍ତି କେଜ୍ରିୱାଲ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

କେଜ୍ରିୱାଲ କହିଛନ୍ତି ସେ ଜାନୁଆରୀ ୨୮ରେ ରାକେଶ ଟିକାୟତ ତାଙ୍କ ନିକଟକୁ ଏକ ଫୋନ୍‌ କଲ କରିଥିଲେ। ଯେଉଁଥିରେ ଟିକାୟତ କହିଥିଲେ ସୀମାରେ ଯୋଗୀ ସରକାର ପାଣି, ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛନ୍ତି। ଯାହା ପରେ ଆମ୍ ଆଦମୀ ପାର୍ଟି ସରକାରଙ୍କ ତରଫରୁ ସୀମାରେ ବସିଥିବା ଚାଷୀଙ୍କ ପାଇଁ ୱାଟର ଟ୍ୟାଙ୍କର୍, ଜେନେରେଟର ଏବଂ ୱାଇ-ଫାଇ ସୁବିଧା ଯୋଗାଇ ଦେଇଥିଲେ।

04 Apr 2021 By The Sakala

ଦେଶକୁ ଲୁଟି‌ ଚାଲିଛନ୍ତି କଂଗ୍ରେସ ଓ ବିଜେପି

ନୂଆଦିଲ୍ଲୀ : ଯିଏ କୃଷକଙ୍କୁ ସମର୍ଥନ କରେନି ସେ କେବେବି ଦେଶପ୍ରେମୀ ନୁହେଁ ସେମାନେ ଦେଶଦ୍ରୋହୀ ଅଟନ୍ତି। ଏହିପରି ଲୋକମାନେ ଦେଶକୁ ଖାଲି କରି ଚାଲିଛନ୍ତି।  ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଦେଶର ବିକାଶ ହୋଇପାରିଲା ନାହିଁ। କଂଗ୍ରେସ ଓ ବିଜେପି ଦେଶକୁ ଲୁଟି‌ ଚାଲିଛନ୍ତି। କେବେ ଦେଶର ବିକାଶ କଥା ଚିନ୍ତା କରିନାହାନ୍ତି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ରବିବାର ହରିୟାଣାର ଜିନ୍ଦଠାରେ ଆୟୋଜିତ କିଷାନ ମହାପଞ୍ଚାୟତରେ ଯୋଗ ଦେଇ କେଜ୍ରିୱାଲ କହିଛନ୍ତି ଚାଷୀମାନଙ୍କ ସମସ୍ତ ଦାବି ପୂରଣ ପାଇଁ ସେ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। ଚାଷୀମାନଙ୍କ ଦାବି ପୂରଣ ପାଇଁ ସେ ସର୍ବଦା ଚେଷ୍ଟା କରୁଛନ୍ତି।

କେଜ୍ରିୱାଲ ଆହୁରୀ ମଧ୍ୟ କହିଛନ୍ତି ଯେ କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ଦିଲ୍ଲୀର ଷ୍ଟାଡିୟମକୁ କାରାଗାରରେ ପରିଣତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଦିଲ୍ଲୀ ସରକାର ଏହା କରିବାକୁ ଦେଇନଥିଲେ। କେନ୍ଦ୍ର ସରକାର କୃଷକମାନଙ୍କ ଉପରେ ଅତ୍ୟାଚର କରୁଛନ୍ତି । ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରୁଥିବାରୁ କେନ୍ଦ୍ର ସରକାର ବର୍ତ୍ତମାନ ସେମାନଙ୍କଠାରୁ ସମସ୍ତ କ୍ଷମତା ଛଡ଼ାଇବାକୁ ଚେଷ୍ଟା କରିଛନ୍ତି ।

ସରକାର ଚଳାଇବା ପାଇଁ ଦିଲ୍ଲୀବାସୀଆମ୍ ଆଦମୀ ପାର୍ଟିକୁ  ସଂଖ୍ୟାଗରିଷ୍ଠତା ଦେଇଥିଲେ କିନ୍ତୁ କେନ୍ଦ୍ର ସରକାର ବର୍ତ୍ତମାନ ସମସ୍ତ କ୍ଷମତା ଛଡ଼ାଇ ନେଉଛନ୍ତି। ଏହା କି ପ୍ରକାର ଗଣତନ୍ତ୍ର, ଯେଉଁଠାରେ ଲୋକମାନଙ୍କର ନିର୍ବାଚିତ ସରକାରଙ୍କର କୌଣସି ଶକ୍ତି ନାହିଁ। ଏଲଜି (ଲେଫ୍ଟନାଣ୍ଟ ଗଭର୍ଣ୍ଣର) କୁ ସମସ୍ତ କ୍ଷମତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ଆଗ୍ରହୀ। କୃଷକମାନଙ୍କୁ ଆମ୍ ଆଦମୀ ପାର୍ଟି ସରକାର  ସହାୟତା କରିଥିବାରୁ  କେନ୍ଦ୍ର ସରକାର କ୍ଷମତା ଛଡାଇ ନେଇ ଦଣ୍ଡିତ କରିବାକୁ ଚାହିଁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।  କୃଷକମାନଙ୍କୁ ତାଙ୍କ ହକ୍‌ ଦେବାପାଇଁ କୌଣସି ଦଣ୍ଡ କିମ୍ବା ବଳିଦାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂଆ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ । କୃଷକ ମାନଙ୍କ ହିତରେ ସରକାର ନିଷ୍ପତ୍ତି ନିଅନ୍ତୁ। ଏଥି ସହିତ ରୋହତକରେ କୃଷକମାନଙ୍କ ଉପରକୁ ହୋଇଥିବା ଲାଠିଚାର୍ଜକୁ ମଧ୍ୟ ନିନ୍ଦା କରିଛନ୍ତି କେଜ୍ରିୱାଲ ।

କେଜ୍ରିୱାଲ କହିଛନ୍ତି ସେ ଜାନୁଆରୀ ୨୮ରେ ରାକେଶ ଟିକାୟତ ତାଙ୍କ ନିକଟକୁ ଏକ ଫୋନ୍‌ କଲ କରିଥିଲେ। ଯେଉଁଥିରେ ଟିକାୟତ କହିଥିଲେ ସୀମାରେ ଯୋଗୀ ସରକାର ପାଣି, ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛନ୍ତି। ଯାହା ପରେ ଆମ୍ ଆଦମୀ ପାର୍ଟି ସରକାରଙ୍କ ତରଫରୁ ସୀମାରେ ବସିଥିବା ଚାଷୀଙ୍କ ପାଇଁ ୱାଟର ଟ୍ୟାଙ୍କର୍, ଜେନେରେଟର ଏବଂ ୱାଇ-ଫାଇ ସୁବିଧା ଯୋଗାଇ ଦେଇଥିଲେ।

https://www.thesakala.in/national-international/delhi-chief-minister-arvind-kejriwal-addressed-kisan-mahapanchayat-in-jind-of-haryana/article-1236
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର