ଏଣିକି ଦୁଇ ମାସପରେ କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ୍ ‌

The Sakala Picture
Published On

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଟିକାକରଣ ଚାଲିଛି। ଏହାରି ଭିତରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଟିକାକରଣ ନେଇ ଏକ ନିର୍ଦେଶ ଜାରି କରିଛନ୍ତି। ଏବେ କୋଭିସିଲ୍ଡ  ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ମଧ୍ୟରେ ଅନ୍ତର ଅବଧିକୁ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଏବେ କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ମଧ୍ୟରେ ଅନ୍ତର ୬-୮ ସପ୍ତାହ ରହିବ। ଏବେ ଏହି ଅବଧି କେବଳ […]

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଟିକାକରଣ ଚାଲିଛି। ଏହାରି ଭିତରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଟିକାକରଣ ନେଇ ଏକ ନିର୍ଦେଶ ଜାରି କରିଛନ୍ତି। ଏବେ କୋଭିସିଲ୍ଡ  ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ମଧ୍ୟରେ ଅନ୍ତର ଅବଧିକୁ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଏବେ କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ମଧ୍ୟରେ ଅନ୍ତର ୬-୮ ସପ୍ତାହ ରହିବ। ଏବେ ଏହି ଅବଧି କେବଳ ୨୮ ଦିନ ଥିଲା। ଏହି ସମୟକୁ ଏବେ ପାଖାପାଖି ଦୁଇ ମାସ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ: ବଜାରରେ ୭୦ କୋଟିର ୨୦ ଟଙ୍କିଆ ଜାଲ୍‌ କଏନ୍, ପୁଲିସ କବଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୫ ସଦସ୍ୟ

ଏନଟିଏଜିଆଇ ଏବଂ ଭ୍ୟାକ୍ସିନେସନ୍‌ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୬-୮ ସପ୍ତାହ ମଧ୍ୟରେ ଟିକାର ଦ୍ବିତୀୟ ଡୋଜ୍‌ ଦିଆଗଲେ ତାହ ବେଶୀ ଲାଭପ୍ରଦ ହେବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଇଆଇଟି ବମ୍ବେରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା: କ୍ଲାସ୍ ବାତିଲ, ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

ଦେଶରେ କରୋନା ଟିକାକରଣ ଅଭିଯାନ ଜାନୁଆରୀ ୧୬ରେ ଆରମ୍ଭ ହୋଇଥିଲା। ଦ୍ବିତୀୟ ଚରଣ ଟିକାକରଣ ୧ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଦେଶରେ ସାଢ଼େ ୪ କୋଟିରୁ ଅଧିକ କରୋନା ଟିକା ଦିଆସରିଛି। ପ୍ରଥମ ପର୍ୟ୍ୟୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କରୋନା ଟିକା ଦିଆଯାଇଥିବା ବେଳେ ଏବେ ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ଆମେରିକାର ଶକ୍ତି ପ୍ରଦର୍ଶନ: 'ତରଙ୍ଗ ଶକ୍ତି' ଯୁଦ୍ଧାଭ୍ୟାସରେ ସାମିଲ ହେବ ଘାତକ 'F-35' ଫାଇଟର ଜେଟ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର