ସୋସିଆଲ ମିଡିଆ କମ୍ପାନୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବ ଭାରତ, ଆସିବ ନୂଆ ନିୟମ

The Sakala Picture
Published On

ନୂଆଦିଲ୍ଲୀ: ଟ୍ୱିଟର ସହ ବିବାଦ ପରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ପାଇଁ ଭାରତ ବର୍ତ୍ତମାନ ନୂଆ ନିୟମ ପ୍ରଣୟନ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ନୂତନ ନିୟମ ଡ୍ରାଫ୍ଟ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ କମ୍ପାନୀ ବିବାଦୀୟ ତଥ୍ୟକୁ ଯଥାଶୀଘ୍ର ହଟାଇବେ ଏବଂ ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ ହେବେ। ଶକ୍ତିଶାଳୀ ବୈଷୟିକ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ବରେ ବିଭିନ୍ନ ଦେଶ ଦ୍ୱାରା ପ୍ରୟାସ କରାଯାଉଛି। ରାଜସ୍ୱ ବଣ୍ଟନ […]

ନୂଆଦିଲ୍ଲୀ: ଟ୍ୱିଟର ସହ ବିବାଦ ପରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ପାଇଁ ଭାରତ ବର୍ତ୍ତମାନ ନୂଆ ନିୟମ ପ୍ରଣୟନ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ନୂତନ ନିୟମ ଡ୍ରାଫ୍ଟ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ କମ୍ପାନୀ ବିବାଦୀୟ ତଥ୍ୟକୁ ଯଥାଶୀଘ୍ର ହଟାଇବେ ଏବଂ ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ ହେବେ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଶକ୍ତିଶାଳୀ ବୈଷୟିକ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ବରେ ବିଭିନ୍ନ ଦେଶ ଦ୍ୱାରା ପ୍ରୟାସ କରାଯାଉଛି। ରାଜସ୍ୱ ବଣ୍ଟନ ପ୍ରସଙ୍ଗରେ ଫେସବୁକ ନିଜେ ଗତ ସପ୍ତାହରେ ଅଷ୍ଟ୍ରେଲିଆରେ ସରକାରଙ୍କ ସହ ମୁହାଁମୁହିଁ ହୋଇଥିଲେ। ଅଷ୍ଟ୍ରେଲିଆରେ ଏହାର ପ୍ଲାଟଫର୍ମରେ ଖବର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଫେସବୁକକୁ ସମଗ୍ର ବିଶ୍ୱରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ଭାରତରେ ମଧ୍ୟ ତିନିଟି ନୂତନ କୃଷି ନିୟମ ବିରୁଦ୍ଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ସମୟରେ କିଛି ଟ୍ୱିଟ୍ ଅଶାନ୍ତିର କାରଣ ବୋଲି ଦର୍ଶାଯାଇଥିଲା । ସରକାର ଏହାକୁ ହଟାଇବା ଏବଂ ଟ୍ୱିଟର ହ୍ୟାଣ୍ଡେଲ ଉପରେ ପ୍ରତିବନ୍ଧକ ଲଗାଇବାକୁ  ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ନିୟମ ଦର୍ଶାଇ ସରକାରଙ୍କ ଆଦେଶ ପାଳନ କରିବାକୁ ଟ୍ୱିଟର ମନା କରିଦେଇଥିଲା। ଏହାପରେ ସୋସିଆ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ଚିନ୍ତା କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭବିଷ୍ୟତରେ ଏପରି ପରିସ୍ଥିତିକୁ ଏଡ଼ାଇବା ପାଇଁ ଏବଂ ସୋସିଆଲ ମିଡିଆ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ସରକାର ’ମଧ୍ୟବର୍ତ୍ତୀ ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଏଥିକ୍ସ କୋଡ’ ପ୍ରସ୍ତୁତ କରିଛନ୍ତି। ଏହି ନିୟମ ଫେସବୁକ୍-ଟ୍ୱିଟର ଭଳି ସୋସିଆଲ୍ ମିଡିଆ କମ୍ପାନୀଗୁଡିକର ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ପରି ୱେବ୍ ମନୋରଞ୍ଜନ ପ୍ଲାଟଫର୍ମଗୁଡିକ ଉପରେ ନଜର ରଖିବ।

ଡ୍ରାଫ୍ଟ ନିୟମାବଳୀ ଅନୁଯାୟୀ, ୱେବ୍ କମ୍ପାନୀଗୁଡିକ ଭାରତର ବହୁମୁଖୀ ତଥା ବହୁ-ଜାତି ସମାଜକୁ ଧ୍ୟାନରେ ରଖି ଜାତିଗତ କିମ୍ବା ଧାର୍ମିକ ଗୋଷ୍ଠୀର ଦୃଷ୍ଟିକୋଣ ସହ ଜଡିତ କୌଣସି କାର୍ଯ୍ଯକଳାପ, ବିଶ୍ୱାସ କିମ୍ବା କାର୍ଯ୍ଯକଳାପକୁ ଯତ୍ନର ସହ ଏବଂ ବିବେକ ସହ ବିଚାର କରିବାକୁ ପଡ଼ିବ। ୱେବ୍ ସିରିଜ୍ ବିଷୟବସ୍ତୁ ସହିତ ବୟସ ସମ୍ବନ୍ଧୀୟ ମୂଲ୍ୟାୟନ ଏବଂ ପରାମର୍ଶ ପ୍ରଦାନ କରିବାକୁ ନୂତନ ନିୟମ ବାଧ୍ୟତାମୂଳକ କରାଯାଇଛି।

ଫେସବୁକ୍, ଟ୍ୱିଟର ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ନୂତନ ନିୟମର ଡ୍ରାଫ୍ଟ ସମ୍ବନ୍ଧରେ କୌଣସି ପ୍ରାଧିକୃତ ମନ୍ତବ୍ୟ ଦେଇନାହାଁନ୍ତି। ଏହି ନିୟମ କେବେ କାର୍ଯ୍ଯକାରୀ ହେବ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ।

ସୂଚନା ଅନିଯାୟୀ, ସର୍ବାଧିକ ୩୬ ଘଣ୍ଟା ମଧ୍ୟରେ ବିବାଦୀୟ ବିଷୟବସ୍ତୁ ପ୍ଲାଟଫର୍ମରୁ ଅପସାରଣ କରାଯିବ । କୌଣସି ଅନୁସନ୍ଧାନ କିମ୍ବା ସାଇବର ସୁରକ୍ଷା ଘଟଣାରେ ୭୨ ଘଣ୍ଟା ମଧ୍ୟରେ ସୂଚନା ପ୍ରଦାନ କରିବ ସୋସିଆଲ ମିଡିଆ। ଅଶ୍ଳୀଳ ବିଷୟବସ୍ତୁ କିମ୍ବା ଆଚରଣ ସମ୍ବନ୍ଧୀୟ ପୋଷ୍ଟଗୁଡିକ ଅଭିଯୋଗର ଗୋଟିଏ ଦିନ ମଧ୍ୟରେ ଉକ୍ତ ପୋଷ୍ଟକି ହଟାଯିବ।କମ୍ପାନୀଗୁଡିକ ମୁଖ୍ୟ ଅନୁପାଳନ ଅଧିକାରୀ ଏବଂ ଅଭିଯୋଗ ସମାଧାନ ଅଧିକାରୀଙ୍କୁ ନିୟୋଜିତ କରିବାକୁ ପଡିବ, ଯିଏ ଭାରତୀୟ ନାଗରିକ ହୋଇଥିବେ।

25 Feb 2021 By The Sakala

ସୋସିଆଲ ମିଡିଆ କମ୍ପାନୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବ ଭାରତ, ଆସିବ ନୂଆ ନିୟମ

ନୂଆଦିଲ୍ଲୀ: ଟ୍ୱିଟର ସହ ବିବାଦ ପରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ପାଇଁ ଭାରତ ବର୍ତ୍ତମାନ ନୂଆ ନିୟମ ପ୍ରଣୟନ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ନୂତନ ନିୟମ ଡ୍ରାଫ୍ଟ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ କମ୍ପାନୀ ବିବାଦୀୟ ତଥ୍ୟକୁ ଯଥାଶୀଘ୍ର ହଟାଇବେ ଏବଂ ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ ହେବେ।

ଶକ୍ତିଶାଳୀ ବୈଷୟିକ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ବରେ ବିଭିନ୍ନ ଦେଶ ଦ୍ୱାରା ପ୍ରୟାସ କରାଯାଉଛି। ରାଜସ୍ୱ ବଣ୍ଟନ ପ୍ରସଙ୍ଗରେ ଫେସବୁକ ନିଜେ ଗତ ସପ୍ତାହରେ ଅଷ୍ଟ୍ରେଲିଆରେ ସରକାରଙ୍କ ସହ ମୁହାଁମୁହିଁ ହୋଇଥିଲେ। ଅଷ୍ଟ୍ରେଲିଆରେ ଏହାର ପ୍ଲାଟଫର୍ମରେ ଖବର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଫେସବୁକକୁ ସମଗ୍ର ବିଶ୍ୱରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଭାରତରେ ମଧ୍ୟ ତିନିଟି ନୂତନ କୃଷି ନିୟମ ବିରୁଦ୍ଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ସମୟରେ କିଛି ଟ୍ୱିଟ୍ ଅଶାନ୍ତିର କାରଣ ବୋଲି ଦର୍ଶାଯାଇଥିଲା । ସରକାର ଏହାକୁ ହଟାଇବା ଏବଂ ଟ୍ୱିଟର ହ୍ୟାଣ୍ଡେଲ ଉପରେ ପ୍ରତିବନ୍ଧକ ଲଗାଇବାକୁ  ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ନିୟମ ଦର୍ଶାଇ ସରକାରଙ୍କ ଆଦେଶ ପାଳନ କରିବାକୁ ଟ୍ୱିଟର ମନା କରିଦେଇଥିଲା। ଏହାପରେ ସୋସିଆ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ଚିନ୍ତା କରିଥିବା ଜଣାପଡ଼ିଛି।

ଭବିଷ୍ୟତରେ ଏପରି ପରିସ୍ଥିତିକୁ ଏଡ଼ାଇବା ପାଇଁ ଏବଂ ସୋସିଆଲ ମିଡିଆ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ସରକାର ’ମଧ୍ୟବର୍ତ୍ତୀ ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଏଥିକ୍ସ କୋଡ’ ପ୍ରସ୍ତୁତ କରିଛନ୍ତି। ଏହି ନିୟମ ଫେସବୁକ୍-ଟ୍ୱିଟର ଭଳି ସୋସିଆଲ୍ ମିଡିଆ କମ୍ପାନୀଗୁଡିକର ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ପରି ୱେବ୍ ମନୋରଞ୍ଜନ ପ୍ଲାଟଫର୍ମଗୁଡିକ ଉପରେ ନଜର ରଖିବ।

ଡ୍ରାଫ୍ଟ ନିୟମାବଳୀ ଅନୁଯାୟୀ, ୱେବ୍ କମ୍ପାନୀଗୁଡିକ ଭାରତର ବହୁମୁଖୀ ତଥା ବହୁ-ଜାତି ସମାଜକୁ ଧ୍ୟାନରେ ରଖି ଜାତିଗତ କିମ୍ବା ଧାର୍ମିକ ଗୋଷ୍ଠୀର ଦୃଷ୍ଟିକୋଣ ସହ ଜଡିତ କୌଣସି କାର୍ଯ୍ଯକଳାପ, ବିଶ୍ୱାସ କିମ୍ବା କାର୍ଯ୍ଯକଳାପକୁ ଯତ୍ନର ସହ ଏବଂ ବିବେକ ସହ ବିଚାର କରିବାକୁ ପଡ଼ିବ। ୱେବ୍ ସିରିଜ୍ ବିଷୟବସ୍ତୁ ସହିତ ବୟସ ସମ୍ବନ୍ଧୀୟ ମୂଲ୍ୟାୟନ ଏବଂ ପରାମର୍ଶ ପ୍ରଦାନ କରିବାକୁ ନୂତନ ନିୟମ ବାଧ୍ୟତାମୂଳକ କରାଯାଇଛି।

ଫେସବୁକ୍, ଟ୍ୱିଟର ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ନୂତନ ନିୟମର ଡ୍ରାଫ୍ଟ ସମ୍ବନ୍ଧରେ କୌଣସି ପ୍ରାଧିକୃତ ମନ୍ତବ୍ୟ ଦେଇନାହାଁନ୍ତି। ଏହି ନିୟମ କେବେ କାର୍ଯ୍ଯକାରୀ ହେବ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ।

ସୂଚନା ଅନିଯାୟୀ, ସର୍ବାଧିକ ୩୬ ଘଣ୍ଟା ମଧ୍ୟରେ ବିବାଦୀୟ ବିଷୟବସ୍ତୁ ପ୍ଲାଟଫର୍ମରୁ ଅପସାରଣ କରାଯିବ । କୌଣସି ଅନୁସନ୍ଧାନ କିମ୍ବା ସାଇବର ସୁରକ୍ଷା ଘଟଣାରେ ୭୨ ଘଣ୍ଟା ମଧ୍ୟରେ ସୂଚନା ପ୍ରଦାନ କରିବ ସୋସିଆଲ ମିଡିଆ। ଅଶ୍ଳୀଳ ବିଷୟବସ୍ତୁ କିମ୍ବା ଆଚରଣ ସମ୍ବନ୍ଧୀୟ ପୋଷ୍ଟଗୁଡିକ ଅଭିଯୋଗର ଗୋଟିଏ ଦିନ ମଧ୍ୟରେ ଉକ୍ତ ପୋଷ୍ଟକି ହଟାଯିବ।କମ୍ପାନୀଗୁଡିକ ମୁଖ୍ୟ ଅନୁପାଳନ ଅଧିକାରୀ ଏବଂ ଅଭିଯୋଗ ସମାଧାନ ଅଧିକାରୀଙ୍କୁ ନିୟୋଜିତ କରିବାକୁ ପଡିବ, ଯିଏ ଭାରତୀୟ ନାଗରିକ ହୋଇଥିବେ।

https://www.thesakala.in/technology/india-is-now-preparing-to-introduce-new-rules-to-keep-social-media-companies/article-261
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର