ବଞ୍ଚିବା ମୋହ ତୁଟାଇ ପାରୁନାହାନ୍ତି ସବନମ୍‌, ପୁଣି ରାଜକ୍ଷମା ପାଇଁ ଗୁହାରି କଲେ

The Sakala Picture
Published On

ନୂଆଦିଲ୍ଲୀ:ପରିବାରର ୭ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ଉତ୍ତର ପ୍ରଦେଶ ଆମରୋହରର ମହିଳା ସବନମ୍ ବଞ୍ଚିବାର ମୋହ ତୁଟାଇପାରୁନାହାନ୍ତି। ତାଙ୍କୁ ଫାଶୀ ଦେବା ଲାଗି ଆଗ୍ରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ବର୍ତ୍ତମାନ ରାମପୁର ଜେଲ୍‌ରେ ଥିବା ସବନମ୍‌ଙ୍କ ନିକଟକୁ ଡେଥ୍ ୱାରେଣ୍ଟ ମଧ୍ୟ ପଠାଯାଇ ସାରିଛି। ଦେଶ ସ୍ବାଧୀନ ହେବା ପରେ ଫାଶୀ ପାଇବା କ୍ଷେତ୍ରରେ ସବନମ୍‌ ହେବେ ପ୍ରଥମ ମହିଳା। ହେଲେ ମୃତ୍ୟୁଦଣ୍ଡରୁ ମୁକ୍ତି ପାଇବାକୁ ସବନମ୍‌ ପୁଣି ଏକ […]

ନୂଆଦିଲ୍ଲୀ:ପରିବାରର ୭ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ଉତ୍ତର ପ୍ରଦେଶ ଆମରୋହରର ମହିଳା ସବନମ୍ ବଞ୍ଚିବାର ମୋହ ତୁଟାଇପାରୁନାହାନ୍ତି। ତାଙ୍କୁ ଫାଶୀ ଦେବା ଲାଗି ଆଗ୍ରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ବର୍ତ୍ତମାନ ରାମପୁର ଜେଲ୍‌ରେ ଥିବା ସବନମ୍‌ଙ୍କ ନିକଟକୁ ଡେଥ୍ ୱାରେଣ୍ଟ ମଧ୍ୟ ପଠାଯାଇ ସାରିଛି। ଦେଶ ସ୍ବାଧୀନ ହେବା ପରେ ଫାଶୀ ପାଇବା କ୍ଷେତ୍ରରେ ସବନମ୍‌ ହେବେ ପ୍ରଥମ ମହିଳା। ହେଲେ ମୃତ୍ୟୁଦଣ୍ଡରୁ ମୁକ୍ତି ପାଇବାକୁ ସବନମ୍‌ ପୁଣି ଏକ ପ୍ରୟାସ କରିବା ସହିତ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥÒପାଇଁ ସେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ନିକଟରେ ଆବେଦନ କରିଛନ୍ତି । ସବନମ୍‌ଙ୍କୁ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ ସେ ପୁଣି ଥରେ ଏହାକୁ ଘୁଞ୍ଚାଇବା ଆବେଦନ କରିଛନ୍ତି। କେବଳ ସବନମ୍‌ ନୁହେଁ ଗତକାଲି ତାଙ୍କର ୧୨ ବର୍ଷର ପୁଅ ତାଜ୍‌ ମଧ୍ୟ ମା’ଙ୍କୁ ରାଜକ୍ଷମା ଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖି ଆବେଦନ ଜଣାଇଥÒଲା। ହେଲେ ପୂର୍ବରୁ ରାଷ୍ଟ୍ରପତିଙ୍କ ଦ୍ବାରା ସବନମ୍‌ଙ୍କ ଆବେଦନ ଖାରଜ ହୋଇସାରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଉଲ୍ଲେଖଯୋଗ୍ୟ ଯେ, ସବନମ୍‌ ଓ ତାଙ୍କ ପ୍ରେମିକ ସଲିମ୍‌ଙ୍କୁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିବା ବେଳେ ଉଭୟଙ୍କୁ ଫାଶି ଦେବାକୁ ଆଗ୍ରା ଜେଲ୍‌ରେ ବ୍ୟବସ୍ଥା ହୋଇଛି । ନିର୍ଭୟା ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇଥିବା ଘାତକ ପବନ ଜହ୍ଲାଦ୍ ଆଗ୍ରା ଜେଲ୍‌କୁ ଯାଇ ସ୍ଥିତି ପରଖିଛନ୍ତି । ପୁରା ରାଜ୍ୟରେ ମଥୁରାରେ ହିଁ କେବଳ ମହିଳାଙ୍କୁ ଫାଶି ଦେବା ବ୍ୟବସ୍ଥା ଥିବାରୁ ସେଠାରେ କେବଳ ସବନମ୍‌ଙ୍କୁ ଫାଶୀ ଦିଆଯିବ ବୋଲି କୁହାଯାଉଛି। ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଭାବେ ସବନମ୍‌ ନିଜ ପ୍ରେମିକ ସହ ମିଶି ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରିଥିବାରୁ ତାଙ୍କୁ ଫାଶି ଦେବାକୁ ସମ୍ପର୍କୀୟମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

20 Feb 2021 By The Sakala

ବଞ୍ଚିବା ମୋହ ତୁଟାଇ ପାରୁନାହାନ୍ତି ସବନମ୍‌, ପୁଣି ରାଜକ୍ଷମା ପାଇଁ ଗୁହାରି କଲେ

ନୂଆଦିଲ୍ଲୀ:ପରିବାରର ୭ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ଉତ୍ତର ପ୍ରଦେଶ ଆମରୋହରର ମହିଳା ସବନମ୍ ବଞ୍ଚିବାର ମୋହ ତୁଟାଇପାରୁନାହାନ୍ତି। ତାଙ୍କୁ ଫାଶୀ ଦେବା ଲାଗି ଆଗ୍ରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ବର୍ତ୍ତମାନ ରାମପୁର ଜେଲ୍‌ରେ ଥିବା ସବନମ୍‌ଙ୍କ ନିକଟକୁ ଡେଥ୍ ୱାରେଣ୍ଟ ମଧ୍ୟ ପଠାଯାଇ ସାରିଛି। ଦେଶ ସ୍ବାଧୀନ ହେବା ପରେ ଫାଶୀ ପାଇବା କ୍ଷେତ୍ରରେ ସବନମ୍‌ ହେବେ ପ୍ରଥମ ମହିଳା। ହେଲେ ମୃତ୍ୟୁଦଣ୍ଡରୁ ମୁକ୍ତି ପାଇବାକୁ ସବନମ୍‌ ପୁଣି ଏକ ପ୍ରୟାସ କରିବା ସହିତ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥÒପାଇଁ ସେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ନିକଟରେ ଆବେଦନ କରିଛନ୍ତି । ସବନମ୍‌ଙ୍କୁ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ ସେ ପୁଣି ଥରେ ଏହାକୁ ଘୁଞ୍ଚାଇବା ଆବେଦନ କରିଛନ୍ତି। କେବଳ ସବନମ୍‌ ନୁହେଁ ଗତକାଲି ତାଙ୍କର ୧୨ ବର୍ଷର ପୁଅ ତାଜ୍‌ ମଧ୍ୟ ମା’ଙ୍କୁ ରାଜକ୍ଷମା ଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖି ଆବେଦନ ଜଣାଇଥÒଲା। ହେଲେ ପୂର୍ବରୁ ରାଷ୍ଟ୍ରପତିଙ୍କ ଦ୍ବାରା ସବନମ୍‌ଙ୍କ ଆବେଦନ ଖାରଜ ହୋଇସାରିଛି।

ଉଲ୍ଲେଖଯୋଗ୍ୟ ଯେ, ସବନମ୍‌ ଓ ତାଙ୍କ ପ୍ରେମିକ ସଲିମ୍‌ଙ୍କୁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିବା ବେଳେ ଉଭୟଙ୍କୁ ଫାଶି ଦେବାକୁ ଆଗ୍ରା ଜେଲ୍‌ରେ ବ୍ୟବସ୍ଥା ହୋଇଛି । ନିର୍ଭୟା ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇଥିବା ଘାତକ ପବନ ଜହ୍ଲାଦ୍ ଆଗ୍ରା ଜେଲ୍‌କୁ ଯାଇ ସ୍ଥିତି ପରଖିଛନ୍ତି । ପୁରା ରାଜ୍ୟରେ ମଥୁରାରେ ହିଁ କେବଳ ମହିଳାଙ୍କୁ ଫାଶି ଦେବା ବ୍ୟବସ୍ଥା ଥିବାରୁ ସେଠାରେ କେବଳ ସବନମ୍‌ଙ୍କୁ ଫାଶୀ ଦିଆଯିବ ବୋଲି କୁହାଯାଉଛି। ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଭାବେ ସବନମ୍‌ ନିଜ ପ୍ରେମିକ ସହ ମିଶି ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରିଥିବାରୁ ତାଙ୍କୁ ଫାଶି ଦେବାକୁ ସମ୍ପର୍କୀୟମାନେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର