ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କଲେ ଅରୁଣ ସାହୁ…

The Sakala Picture
Published On

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଡବଲ ଇଞ୍ଜିନ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଚିଲେଇ ଚିଲେଇ କହିଲେ ଆମକୁ ଭୋଟ ଦିଅ ସବୁ ସମସ୍ୟାର ସମାଧାନ କରିବୁ। ହେଲେ ସରକାରକୁ ଆସିଲା ପରେ ସବୁ ଭୁଲିଗଲେ। ଏବେ ଛତିଶଗଡ଼-କେନ୍ଦ୍ର-ଓଡି଼ଶାରେ ଟ୍ରିପଲ୍ ଇଞ୍ଜିନ ସରକାର । ଲୋକମାନେ ଆଶା ଓ ଭରସାରେ ଭୋଟ ଦେଇଥିଲେ ମହାନଦୀ, ପୋଲାଭରମ ପ୍ରସଙ୍ଗର […]

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଡବଲ ଇଞ୍ଜିନ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଚିଲେଇ ଚିଲେଇ କହିଲେ ଆମକୁ ଭୋଟ ଦିଅ ସବୁ ସମସ୍ୟାର ସମାଧାନ କରିବୁ। ହେଲେ ସରକାରକୁ ଆସିଲା ପରେ ସବୁ ଭୁଲିଗଲେ। ଏବେ ଛତିଶଗଡ଼-କେନ୍ଦ୍ର-ଓଡି଼ଶାରେ ଟ୍ରିପଲ୍ ଇଞ୍ଜିନ ସରକାର । ଲୋକମାନେ ଆଶା ଓ ଭରସାରେ ଭୋଟ ଦେଇଥିଲେ ମହାନଦୀ, ପୋଲାଭରମ ପ୍ରସଙ୍ଗର ବିଜେପି ସରକାର ସମାଧାନ କରିବେ । ସରକାର ସମାଧାନ କରିବେ କଣ, ସେ ନେଇ ଟିକେ ଚିନ୍ତା ବି ନାହିଁ ବୋଲି କହିଛନ୍ତି ଅରୁଣ । ମହାନଦୀରେ ଆଜି ଟୋପେ ପାଣି ନାହିଁ। ମରୁଭୂମିରେ ପରିଣତ ହୋଇଛି ମହାନଦୀ । କଲମାର ସବୁ ଗେଟ ବନ୍ଦ କରିଦେଲେ। ଏଯାଏ କୌଣସି ବିଧିବଦ୍ଧ ଆଲୋଚନା କଲେ ନାହିଁ । ଆଉ କେବେ କଥା ହେବେ ସରକାର ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

କେବଳ କେନ୍ଦ୍ରମନ୍ତ୍ରୀଙ୍କ ଗୋଟେ ପାରିବାରିକ କାର୍ଯ୍ୟକ୍ରମରେ ଆସିଥିଲେ ଓଡ଼ିଶା ଆସିଥିଲେ ଛତିଶଗଡ ସରକା । ସେଠି ଟିକେ ଦେଖାରେ କଣ ଆଲୋଚନା କରିଥିବେ ? ଏମାନେ ମୌକାକୁ ଅପେକ୍ଷା କରିଥାନ୍ତି । ବିଜେପି ସରକାର ହେଉଛି ଭାଣ୍ଡାମୀ, ଭୂଆଁ ବୁଲେଇବା ସରକାର। ରାଜ୍ୟ ସରକାର ବାସ୍ତବତାକୁ ଆସନ୍ତୁ ବୋଲି କହିଛନ୍ତି ଅରୁଣ ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ସେହିପରି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରି କହିଛନ୍ତି, ମହାନଦୀ ପ୍ରସଂଗରେ ରାଜ୍ୟ ସରକାର ଆଉ ବାହାନା ନ ଦେଖାନ୍ତୁ । ଜଳ ସଂରକ୍ଷଣ କାହିଁକି ଓଡିଶା ସରକାର କରୁନାହାନ୍ତି ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବସି ଆଲୋଚନା କରନ୍ତୁ । ଟ୍ରିପଲ ଇଞ୍ଜିନ ସରକାରବେଳେ ଯଦି ସମସ୍ୟାର ସମାଧାନ ନହେବ, ତ କେବେ ହେବ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଯଦି ଟ୍ରିପଲ୍ ଇଞ୍ଜିନ ସରକାର ସମାଧାନ ନ କରିବ ତେବେ କେବେ ହେବନି । ଏହା କେନ୍ଦ୍ରପ୍ରତି ଓଡିଶାର ପ୍ରତାରଣା ହେବ ବୋଲି ଭକ୍ତ କହିଛନ୍ତି। ଆଜି ମହାନଦୀ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ କି ବିଭିନ୍ନ ରାଜ୍ୟରେ ଥିବା ଜଳ ବିବାଦର ଆପୋଷ ସମାଧାନ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ଛତିଶଗଡ଼ ସହ ଜଳ ବିବାଦ ନେଇ ଏତେ ବଡ ସମସ୍ୟା ନାହିଁ ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

26 Apr 2025 By The Sakala

ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କଲେ ଅରୁଣ ସାହୁ…

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଡବଲ ଇଞ୍ଜିନ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଚିଲେଇ ଚିଲେଇ କହିଲେ ଆମକୁ ଭୋଟ ଦିଅ ସବୁ ସମସ୍ୟାର ସମାଧାନ କରିବୁ। ହେଲେ ସରକାରକୁ ଆସିଲା ପରେ ସବୁ ଭୁଲିଗଲେ। ଏବେ ଛତିଶଗଡ଼-କେନ୍ଦ୍ର-ଓଡି଼ଶାରେ ଟ୍ରିପଲ୍ ଇଞ୍ଜିନ ସରକାର । ଲୋକମାନେ ଆଶା ଓ ଭରସାରେ ଭୋଟ ଦେଇଥିଲେ ମହାନଦୀ, ପୋଲାଭରମ ପ୍ରସଙ୍ଗର ବିଜେପି ସରକାର ସମାଧାନ କରିବେ । ସରକାର ସମାଧାନ କରିବେ କଣ, ସେ ନେଇ ଟିକେ ଚିନ୍ତା ବି ନାହିଁ ବୋଲି କହିଛନ୍ତି ଅରୁଣ । ମହାନଦୀରେ ଆଜି ଟୋପେ ପାଣି ନାହିଁ। ମରୁଭୂମିରେ ପରିଣତ ହୋଇଛି ମହାନଦୀ । କଲମାର ସବୁ ଗେଟ ବନ୍ଦ କରିଦେଲେ। ଏଯାଏ କୌଣସି ବିଧିବଦ୍ଧ ଆଲୋଚନା କଲେ ନାହିଁ । ଆଉ କେବେ କଥା ହେବେ ସରକାର ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।

କେବଳ କେନ୍ଦ୍ରମନ୍ତ୍ରୀଙ୍କ ଗୋଟେ ପାରିବାରିକ କାର୍ଯ୍ୟକ୍ରମରେ ଆସିଥିଲେ ଓଡ଼ିଶା ଆସିଥିଲେ ଛତିଶଗଡ ସରକା । ସେଠି ଟିକେ ଦେଖାରେ କଣ ଆଲୋଚନା କରିଥିବେ ? ଏମାନେ ମୌକାକୁ ଅପେକ୍ଷା କରିଥାନ୍ତି । ବିଜେପି ସରକାର ହେଉଛି ଭାଣ୍ଡାମୀ, ଭୂଆଁ ବୁଲେଇବା ସରକାର। ରାଜ୍ୟ ସରକାର ବାସ୍ତବତାକୁ ଆସନ୍ତୁ ବୋଲି କହିଛନ୍ତି ଅରୁଣ ।

ସେହିପରି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରି କହିଛନ୍ତି, ମହାନଦୀ ପ୍ରସଂଗରେ ରାଜ୍ୟ ସରକାର ଆଉ ବାହାନା ନ ଦେଖାନ୍ତୁ । ଜଳ ସଂରକ୍ଷଣ କାହିଁକି ଓଡିଶା ସରକାର କରୁନାହାନ୍ତି ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବସି ଆଲୋଚନା କରନ୍ତୁ । ଟ୍ରିପଲ ଇଞ୍ଜିନ ସରକାରବେଳେ ଯଦି ସମସ୍ୟାର ସମାଧାନ ନହେବ, ତ କେବେ ହେବ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଯଦି ଟ୍ରିପଲ୍ ଇଞ୍ଜିନ ସରକାର ସମାଧାନ ନ କରିବ ତେବେ କେବେ ହେବନି । ଏହା କେନ୍ଦ୍ରପ୍ରତି ଓଡିଶାର ପ୍ରତାରଣା ହେବ ବୋଲି ଭକ୍ତ କହିଛନ୍ତି। ଆଜି ମହାନଦୀ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ କି ବିଭିନ୍ନ ରାଜ୍ୟରେ ଥିବା ଜଳ ବିବାଦର ଆପୋଷ ସମାଧାନ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ଛତିଶଗଡ଼ ସହ ଜଳ ବିବାଦ ନେଇ ଏତେ ବଡ ସମସ୍ୟା ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର