ଜାନୁୟାରୀ ୩ରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

The Sakala Picture
Published On

ବରଗଡ଼: ଆସନ୍ତା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଏଥର ୭୭ ବର୍ଷ‌ରେ ପଦାର୍ପଣ କରିବାକୁ ଯାଉଛି। ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ଆଜି ଏକ ବୈଠକରେ ଏହି ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମିତିର କାର୍ଯ୍ୟକାରୀ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଅଧିକ […]

ବରଗଡ଼: ଆସନ୍ତା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଏଥର ୭୭ ବର୍ଷ‌ରେ ପଦାର୍ପଣ କରିବାକୁ ଯାଉଛି। ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ଆଜି ଏକ ବୈଠକରେ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମିତିର କାର୍ଯ୍ୟକାରୀ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଅଧିକ ଆକର୍ଷଣୀୟ କରିବା ଏବଂ ଆୟବ୍ୟୟ ଉପରେ ଏଥିରେ ବିଶଦ୍‌ ଭାବେ ଆଲୋଚନା କରାଯାଇଥିଲା। ଗତବର୍ଷ ଧନୁଯାତ୍ରାରେ ୨କୋଟି ୧ ଲକ୍ଷ ୬୮ ହଜାର ୩୪୭ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଧନୁଯାତ୍ରା ମହୋତ୍ସବ ଖର୍ଚ୍ଚରେ ଅନିୟମିତତା ଅଭିଯୋଗ ହୋଇଥିବା ବେଳେ ଧନୁଯାତ୍ରାର ଆୟବ୍ୟୟ ନେଇ ସ୍ୱତନ୍ତ୍ର ଅଡିଟ୍ କରାଯିବ ବୋଲି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ସଭା ପ୍ରାରମ୍ଭ‌ରେ ୨୩ବର୍ଷ ଧରି ଧନୁଯାତ୍ରା ମହୋତ୍ସବରେ କଂସ ଭୂମକାରେ ଅଭିନୟ କରିଥିବା ଅଭିନେତା ଗୋପାଳ ସାହୁଙ୍କ ଅକାଳ ବିୟୋଗ ନେଇ ନିରବ ପ୍ରାର୍ଥନା କରାଯାଇଥିଲା। ଏବର୍ଷ ଧନୁଯାତ୍ରା ମହୋତ୍ସବକୁ ଅଧିକ ଆକର୍ଷଣ ଓ କଳାକାରମାନଙ୍କ ଉତ୍କୃଷ୍ଟମାନର ନିଖୁଣ ଅଭିନୟ କରାଯିବା ଉପରେ ଜୋର୍‌ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ସୁରେଶ୍ୱର ଶତପଥୀ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଭୀଷ୍ମଦେବ ସରାଫ, ଗୁଣନିଧି ଦାଶ, ହରଦୀପ ସିଂ, ଗୋପାଳ ଦାସ, ସଂଗୀତା ପଣ୍ଡା ଷଡ଼ଙ୍ଗୀ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର