କିଏ ହେବେ ଓଡ଼ିଶାର ନୂଆ ଡିଜିପି ? ୩ ଜଣିଆ ତାଲିକା ପ୍ରସ୍ତୁତ କରିବାକୁ ଆଜି ବସିବ ବୈଠକ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ଚୟନ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନୂଆ ଡିଜିପିଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ଆଜି ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ (UPSC) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ୟୁପିଏସସି ଏକ ୩ ଜଣିଆ ତାଲିକା ପ୍ରସ୍ତୁତ କରିବ, ଯେଉଁଥିରୁ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିବେ।

ଆହୁରି ପଢ଼ନ୍ତୁ: ଆସନ୍ତା ୩ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଗତ ୨୦୨୬ ମଇ ମାସରେ ଓଡ଼ିଶା ସରକାର ୟୁପିଏସସି ନିକଟକୁ ୧୧ ଜଣ ଯୋଗ୍ୟ ଆଇପିଏସ ଅଧିକାରୀଙ୍କ ନାମ ପଠାଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଛୋଟ ତାଲିକା ପଠାଯାଇଥିଲେ ମଧ୍ୟ କମିଶନଙ୍କ ପରାମର୍ଶ କ୍ରମେ ପରବର୍ତ୍ତୀ ସମୟରେ ଏହାକୁ ସମ୍ପ୍ରସାରିତ କରାଯାଇଥିଲା। ନିୟମ ଅନୁଯାୟୀ, ଡିଜିପି ପଦବୀ ପାଇଁ ଜଣେ ଅଧିକାରୀ ଅତିକମରେ ୨୫ ବର୍ଷର ଚାକିରି କରିବା ସହ ତାଙ୍କର ଅବସର ନେବାକୁ ଅତିକମରେ ୬ ମାସର ସମୟ ବାକି ଥିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଫେରାର

ଏହି ୧୧ ଜଣିଆ ତାଲିକାରେ ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ତଥା ବର୍ତ୍ତମାନର ଡିଜିପି ପାହ୍ୟାରେ ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ସର୍ବାଗ୍ରେ ରହିଛି। ସେହିପରି ୧୯୯୩ ବ୍ୟାଚର ସୁଶାନ୍ତ କୁମାର ନାଥ ଏବଂ ଆର.ପି. କୋଚେ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଏହା ବ୍ୟତୀତ ୧୯୯୪ ବ୍ୟାଚର ସଞ୍ଜୀବ ପଣ୍ଡା ଓ ଯଶୱନ୍ତ କୁମାର ଜେଠୱା, ୧୯୯୫ ବ୍ୟାଚର ରିତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ସନ୍ତୋଷ ବାଲା, ପି.ଏସ. ରଣପିସେ ଏବଂ ୧୯୯୬ ବ୍ୟାଚର ଅରୁଣ ବୋଥ୍ରା ଓ ସୁନିତା କାକ୍ରାନଙ୍କ ନାମ ୟୁପିଏସସିକୁ ପଠାଯାଇଛି। ବରିଷ୍ଠତା, ସେବା ରେକର୍ଡ ଓ ଅଭିଜ୍ଞତାକୁ ନେଇ କେତେକ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ UPSC ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ୩ ଜଣିଆ ପ୍ୟାନେଲ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ତେଣୁ ଆଜିର ବୈଠକ ପରେ କେଉଁ ତିନି ଅଧିକାରୀଙ୍କ ନାଁ ଚୂଡ଼ାନ୍ତ ପ୍ୟାନେଲରେ ସ୍ଥାନ ପାଉଛି, ତା’ଉପରେ ନଜର ରହିଛି ।

ଆହୁରି ପଢ଼ନ୍ତୁ: ADR ରିପୋର୍ଟ: ୨୦୨୪-୨୫ରେ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ୧୦୫୧ କୋଟି ଚାନ୍ଦା, ଡିଏମକେକୁ ମିଳିଛି ସର୍ବାଧିକ ଟଙ୍କା

07 Aug 2026 By Madhusudan Das

କିଏ ହେବେ ଓଡ଼ିଶାର ନୂଆ ଡିଜିପି ? ୩ ଜଣିଆ ତାଲିକା ପ୍ରସ୍ତୁତ କରିବାକୁ ଆଜି ବସିବ ବୈଠକ

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ଚୟନ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନୂଆ ଡିଜିପିଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ଆଜି ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ (UPSC) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ୟୁପିଏସସି ଏକ ୩ ଜଣିଆ ତାଲିକା ପ୍ରସ୍ତୁତ କରିବ, ଯେଉଁଥିରୁ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିବେ।

ଗତ ୨୦୨୬ ମଇ ମାସରେ ଓଡ଼ିଶା ସରକାର ୟୁପିଏସସି ନିକଟକୁ ୧୧ ଜଣ ଯୋଗ୍ୟ ଆଇପିଏସ ଅଧିକାରୀଙ୍କ ନାମ ପଠାଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଛୋଟ ତାଲିକା ପଠାଯାଇଥିଲେ ମଧ୍ୟ କମିଶନଙ୍କ ପରାମର୍ଶ କ୍ରମେ ପରବର୍ତ୍ତୀ ସମୟରେ ଏହାକୁ ସମ୍ପ୍ରସାରିତ କରାଯାଇଥିଲା। ନିୟମ ଅନୁଯାୟୀ, ଡିଜିପି ପଦବୀ ପାଇଁ ଜଣେ ଅଧିକାରୀ ଅତିକମରେ ୨୫ ବର୍ଷର ଚାକିରି କରିବା ସହ ତାଙ୍କର ଅବସର ନେବାକୁ ଅତିକମରେ ୬ ମାସର ସମୟ ବାକି ଥିବା ଆବଶ୍ୟକ।

ଏହି ୧୧ ଜଣିଆ ତାଲିକାରେ ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ତଥା ବର୍ତ୍ତମାନର ଡିଜିପି ପାହ୍ୟାରେ ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ସର୍ବାଗ୍ରେ ରହିଛି। ସେହିପରି ୧୯୯୩ ବ୍ୟାଚର ସୁଶାନ୍ତ କୁମାର ନାଥ ଏବଂ ଆର.ପି. କୋଚେ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଏହା ବ୍ୟତୀତ ୧୯୯୪ ବ୍ୟାଚର ସଞ୍ଜୀବ ପଣ୍ଡା ଓ ଯଶୱନ୍ତ କୁମାର ଜେଠୱା, ୧୯୯୫ ବ୍ୟାଚର ରିତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ସନ୍ତୋଷ ବାଲା, ପି.ଏସ. ରଣପିସେ ଏବଂ ୧୯୯୬ ବ୍ୟାଚର ଅରୁଣ ବୋଥ୍ରା ଓ ସୁନିତା କାକ୍ରାନଙ୍କ ନାମ ୟୁପିଏସସିକୁ ପଠାଯାଇଛି। ବରିଷ୍ଠତା, ସେବା ରେକର୍ଡ ଓ ଅଭିଜ୍ଞତାକୁ ନେଇ କେତେକ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ UPSC ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ୩ ଜଣିଆ ପ୍ୟାନେଲ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ତେଣୁ ଆଜିର ବୈଠକ ପରେ କେଉଁ ତିନି ଅଧିକାରୀଙ୍କ ନାଁ ଚୂଡ଼ାନ୍ତ ପ୍ୟାନେଲରେ ସ୍ଥାନ ପାଉଛି, ତା’ଉପରେ ନଜର ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର