ଛଅ ଲେନ୍‌ କଟକ-ଭୁବନେଶ୍ବର କ୍ୟାପିଟାଲ ରିଜିଅନ ରିଂ ରୋଡକୁ କେନ୍ଦ୍ର କ୍ୟାବିନେଟ ମୋହର

The Sakala Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଆଜି ୬ ଲେନ୍‌ ବିଶିଷ୍ଟ ଭୁବନେଶ୍ୱର ବାଇପାସ୍‌ ସଡ଼କ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ୮୩୦୭.୭୪ କୋଟି ଟଙ୍କା ବ୍ୟୟରେ ୧୧୦.୮୭୫ କିଲୋମିଟର ଲମ୍ବ ପ୍ରବେଶ ନିୟନ୍ତ୍ରିତ ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡକୁ ହାଇବ୍ରିଡ୍‌ ଆନୁଇଟି ମୋଡ୍‌ ବା ଏଚଏଏମ ମାଧ୍ୟମରେ ନିର୍ମାଣ କରାଯିବ। ଏବେ ରାମେଶ୍ୱରରୁ ଟାଙ୍ଗୀ ପର୍ୟ୍ୟନ୍ତ ସଂଯୋଗ କରୁଥିବା ବର୍ତ୍ତମାନର ଜାତୀୟ ରାଜପଥ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଆଜି ୬ ଲେନ୍‌ ବିଶିଷ୍ଟ ଭୁବନେଶ୍ୱର ବାଇପାସ୍‌ ସଡ଼କ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ୮୩୦୭.୭୪ କୋଟି ଟଙ୍କା ବ୍ୟୟରେ ୧୧୦.୮୭୫ କିଲୋମିଟର ଲମ୍ବ ପ୍ରବେଶ ନିୟନ୍ତ୍ରିତ ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡକୁ ହାଇବ୍ରିଡ୍‌ ଆନୁଇଟି ମୋଡ୍‌ ବା ଏଚଏଏମ ମାଧ୍ୟମରେ ନିର୍ମାଣ କରାଯିବ।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅକୱାନ’ ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ଆନ୍ଧ୍ର ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍

ଏବେ ରାମେଶ୍ୱରରୁ ଟାଙ୍ଗୀ ପର୍ୟ୍ୟନ୍ତ ସଂଯୋଗ କରୁଥିବା ବର୍ତ୍ତମାନର ଜାତୀୟ ରାଜପଥ ତିନୋଟି ବଡ଼ ଜନବହୁଳ ସହର ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଦେଇ ଯାଇଛି। ଅଧିକ ସଂଖ୍ୟାରେ ଯାନବାହନ ଚଳାଚଳ ଯୋଗୁ ଏହି ରାସ୍ତାରେ ପ୍ରବଳ ଭିଡ଼ ଏବଂ ଟ୍ରାଫିକ୍‌ ସମସ୍ୟା ଉତ୍ପନ୍ନ ହେଉଛି। ଏହି ସମସ୍ୟାର ସମାଧାନ ଲାଗି ଏକ ୬ ଲେନ୍‌ ବିଶିଷ୍ଟ ପ୍ରବେଶ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ ପ୍ରକଳ୍ପ ବିକଶିତ କରିବା ଲାଗି ପ୍ରସ୍ତାବ ରହିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ପ୍ରଭାବ: ଓଡ଼ିଶାର ୬ ଜିଲ୍ଲା ପାଇଁ 'ରେଡ୍ ୱାର୍ଣ୍ଣିଂ', ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଏହି ସଡ଼କ ପ୍ରକଳ୍ପ ନିର୍ମାଣ ହେଲେ ଭାରୀ ବାଣିଜ୍ୟିକ ବାହନଗୁଡ଼ିକ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସହର ମଧ୍ୟରେ ପ୍ରବେଶ ନକରି ବିକଳ୍ପ ମାର୍ଗ ଦେଇ ଯାତାୟାତ କରିବେ । ଫଳରେ ଓଡ଼ିଶା ସମେତ ଅନ୍ୟ ପୂର୍ବବର୍ତ୍ତୀ ରାଜ୍ୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିପାରିବ। ଏହାଦ୍ୱାରା ମାଲ ପରିବହନ କ୍ଷମତା ମଧ୍ୟ ବଢ଼ିବ, ପରିବହନ ଖର୍ଚ୍ଚ ହ୍ରାସ ପାଇବ ଏବଂ ସ୍ଥାନୀୟ ଅଞ୍ଚଳରେ ସାମାଜିକ-ଆର୍ଥିକ ପ୍ରଗତି ଲାଗି ମାର୍ଗ ପ୍ରଶସ୍ତ ହେବ।

ଆହୁରି ପଢ଼ନ୍ତୁ: ପୁଣି ଅନ୍ତର୍ଜାତୀୟ ମଞ୍ଚରେ ପାଣ୍ଡିଆନ; ଇଟାଲୀରେ ବାଣ୍ଟିଲେ ‘୫-ଟି’ ମଡେଲର ଅଭିଜ୍ଞତା

ନୂତନ ରାଜମାର୍ଗ ପ୍ରକଳ୍ପକୁ ଏପରି ଭାବେ ଡିଜାଇନ୍‌ କରାଯାଇଛି ଯେ ଏହା ତିନୋଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ୍-୫୫, ଏନଏଚ୍‌-୫୭ ଓ ଏନଏଚ-୬୫୫) ଏବଂ ଗୋଟିଏ ରାଜ୍ୟ ରାଜପଥ (ଏସଏଚ-୬୫)କୁ ପରସ୍ପର ସହ ଯୋଡ଼ିବ। ଏହା ଓଡ଼ିଶାର ପ୍ରମୁଖ ଆର୍ଥିକ, ସାମାଜିକ ଏବଂ ଲଜିଷ୍ଟିକ୍ସ କେନ୍ଦ୍ରଗୁଡ଼ିକୁ ବାଧାମୁକ୍ତ ସଡ଼କ ସଂଯୋଗ ପ୍ରଦାନ କରିବ। କେବଳ ସେତିକି ନୁହେଁ, ଏହି ଉନ୍ନତ ସଡ଼କ କରିଡର ୧୦ଟି ଆର୍ଥିକ କେନ୍ଦ୍ର, ୪ଟି ସାମାଜିକ କେନ୍ଦ୍ର, ୫ଟି ଲଜିଷ୍ଟିକ୍ସ କେନ୍ଦ୍ରକୁ ଯୋଡ଼ିବା ସହିତ ଗୋଟିଏ ପ୍ରମୁଖ ରେଳ ଷ୍ଟେସନ, ଗୋଟିଏ ବିମାନ ବନ୍ଦର, ଗୋଟିଏ ବହୁମୁଖୀ ଲଜିଷ୍ଟିକ୍ସ ପାର୍କ (ଏମଏମଏଲପି) ଏବଂ ୨ଟି ପ୍ରମୁଖ ବନ୍ଦରକୁ ସଡ଼କ ସଂଯୋଗ ଯୋଗାଇ ଦେବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସାମଗ୍ରୀ ଓ ଯାତ୍ରୀଙ୍କର ଦ୍ରୁତ ପରିବହନ ନିମନ୍ତେ ସୁବିଧା ମିଳିବ।

ସମ୍ପୂର୍ଣ୍ଣ ହେବା ପରେ ଏହି ବାଇପାସ୍‌ ସ୍ଥାନୀୟ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିସହିତ ଏହା ପ୍ରମୁଖ ଧାର୍ମିକ ଓ ଆର୍ଥିକ କେନ୍ଦ୍ର ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ବାଣିଜ୍ୟ ଓ ଶିଳ୍ପ ବିକାଶ ଲାଗି ନୂତନ ମାର୍ଗ ପ୍ରଶସ୍ତ ହେବ। ଏହି ପ୍ରକଳ୍ପ ଦ୍ୱାରା ପାଖାପାଖି ୭୪.୪୩ ଲକ୍ଷ ମାନବ ଦିବସ ପ୍ରତ୍ୟକ୍ଷ ଏବଂ ପ୍ରାୟ ୯୩.୦୪ ଲକ୍ଷ ମାନବ ଦିବସ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ, ଅଭିବୃଦ୍ଧି ଓ ସମୃଦ୍ଧି ଲାଗି ନୂତନ ମାର୍ଗ ଖୋଲିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର