ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍, ଗିରଫ ହାର୍ଡକୋର ମାଓ ନେତା ଦୁବାସି ଶଙ୍କରକୁ କରିବ ପଚରାଉଚରା

The Sakala Picture
Published On

ଜୟପୁର: ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍ । ଗିରଫ ହାର୍ଡକୋର ମାଓ ନେତା ଦୁବାସି ଶଙ୍କରକୁ ପଚରାଉଚରା କରିବା ପାଇଁ ଏନଆଇଏ ଟିମ୍ ଜୟପୁର ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । କୋର୍ଟ ଏନଆଇଏ କରିଥିବା ଆବେଦନର ତର୍ଜମା କରୁଛନ୍ତି । ଗତ ସେପ୍ଟେମ୍ବର ମାସରେ ଟପ୍ ମାଓ ନେତା ଦୁବାସିକୁ ଗିରଫ କରିଥିଲା ପୁଲିସ । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଅପରେସନରେ ଦୁବାସି ଶଙ୍କରକୁ ଗିରଫ କରିଥିଲେ । ୨୦୧୨ […]

ଜୟପୁର: ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍ । ଗିରଫ ହାର୍ଡକୋର ମାଓ ନେତା ଦୁବାସି ଶଙ୍କରକୁ ପଚରାଉଚରା କରିବା ପାଇଁ ଏନଆଇଏ ଟିମ୍ ଜୟପୁର ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । କୋର୍ଟ ଏନଆଇଏ କରିଥିବା ଆବେଦନର ତର୍ଜମା କରୁଛନ୍ତି । ଗତ ସେପ୍ଟେମ୍ବର ମାସରେ ଟପ୍ ମାଓ ନେତା ଦୁବାସିକୁ ଗିରଫ କରିଥିଲା ପୁଲିସ । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଅପରେସନରେ ଦୁବାସି ଶଙ୍କରକୁ ଗିରଫ କରିଥିଲେ ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

୨୦୧୨ ମସିହା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଅପରେସନ୍ ପାଇଁ ବିଏସଏଫର ଏକ ଟିମ୍ ବୋଲେରୋ ଯୋଗେ ଯାଉଥିବା ବେଳେ ଆଇଇଡି ବ୍ଲାଷ୍ଟ ସହ ଗୁଳିମିନିମୟ ହୋଇଥିଲା । ଏଥିରେ ଜଣେ କମାଣ୍ଡାଣ୍ଟ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସହ ଆଉ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଆଉ ୨ ଜଣ ଗୁରୁତର ଆହାତ ହୋଇଥିଲେ । ସେହି ଘଟଣାର ତଦନ୍ତ ପାଇଁ ଦୁବାସିକୁ ଜେରା କରିବାକୁ ଏନଆଇଏ ଟିମ୍ ଜୟପୁର ଏସଡିଜେଏମଙ୍କ କୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ହାର୍ଡକୋର ନକ୍ସଲ ଦୁବାସି ଶଙ୍କର ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଦୁବାସି ଶଙ୍କର ନାଁରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ବହୁ ମାମଲା ରହିଛି । ସେ ୧୯୮୭ରୁ ମାଓ ସଙ୍ଗଠନରେ ସକ୍ରିୟ ରହିଥିଲା । ଆନ୍ଧ୍ରପ୍ରଦେଶ ପୁଲିସ ନିକଟରେ ଦୁବାସି ଶଙ୍କର ବିରୋଧରେ ୩୨ଟି ମାମଲା ଥିବାବେଳେ ତେଲଙ୍ଗାନାରେ ୨୪ଟି, ମାଲକାନଗିରିରେ ୧୭ଟି ଓ କୋରାପୁଟ ପୋଲିସ ନିକଟରେ ୪ଟି ମାମଲା ରହିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର