ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡିବସିଲା କମିଶନରେଟ ପୋଲିସ, ୨ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡି ବସିଲା କମିଶନରେଟ ପୋଲିସ। ପୋଲିସ କବଜାରେ ୨ ବନ୍ଧୁକ ବେପାରୀ। ବଡ ଧରଣର ଅପରାଧ ଘଟିବା ପୂର୍ବରୁ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ଧରାହେଲେ ୨ ଆନ୍ତଃରାଜ୍ୟ ଅପରାଧି। ତାଙ୍କ ନିକଟରୁ ଗୋଟିଏ କାରବାଇନ ସମେତ ୫ ମାଉଜର ଜବତ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ: ସକାଳ ୭ଟାରୁ ଚାଲିଛି ଭୋଟଗ୍ରହଣ...

ସୂଚନା ଅନୁସାରେ, ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଛି କମିଶନରେଟ୍ ପୋଲିସ । ବଡ଼ ଧରଣର ଅପରାଧ ଘଟିବା ପୂର୍ବରୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଲାଗିଲେ ଦୁଇ ବନ୍ଧୁକ ବେପାରୀ । ଗ୍ରାହକ ସାଜି ଯାଇଥିଲେ ବନ୍ଧୁକ ବେପାରୀ ପାଖକୁ । ମଉକା ଦେଖି ଦୁଇ ବେପାରୀଙ୍କୁ ମାଡ଼ିବସିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଧରାପଡିଥିବା ଦୁଇ ବେପାରୀଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୫ ମାଉଜର, ୯ଟି ଗୁଳି ଜବତ କରିଛି ପୋଲିସ । ବେପାରୀ ଦୁଇ ଜଣଙ୍କ ଠାରୁ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି । 

ଆହୁରି ପଢ଼ନ୍ତୁ: ଜମୁଛି କଟକ ଐତିହାସିକ ବାଲିଯାତ୍ରା: ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ମତୁଆଲା ହେଲେ ଦର୍ଶକ

Join Us @ WhatsApp

About The Author

Google News
Join Us @ WhatsApp