ଧଉଳିରେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ନଖାଉର ଗାଁରେ ଏକ ଗୋଷ୍ଠୀ ଆକ୍ରମଣ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପ୍ରେମ ବ୍ୟାପାର ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ଲୋୟର ପିଏମ୍‌ଜିରେ ବିଜେଡିର ଜୋରଦାର ବିକ୍ଷୋଭ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଗତ ସେପ୍ଟେମ୍ବର ୧୩ ତାରିଖ ଦିନ ଧଉଳି ଥାନା ଅଞ୍ଚଳରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଯୁବକଙ୍କ ମୋଟରସାଇକେଲ୍ ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତ୍ରିକୋଣୀୟ ପ୍ରେମ (ଲଭ୍ ଟ୍ରାଏଙ୍ଗଲ୍) ଓ ପୂର୍ବ ଶତ୍ରୁତାରୁ ଏହି ଅଭାବନୀୟ କାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଗିରଫ ପରେ ଦୁଇ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିଥିଲା। ଏହା ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଧଉଳି ଥାନା ଅଞ୍ଚଳରେ ଚଢ଼ାଉ କରି ବିଶ୍ୱ ମୋହନ ପ୍ରଧାନ ଏବଂ ସ୍ୱାଗତ ଶୁଭଙ୍କର ପ୍ରଧାନ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଧଉଳି ପୋଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଶୁଭଶ୍ରୀ ମୃତ୍ୟୁ ରହସ୍ୟ: ଏଯାଏଁ ମିଳିଲାନି ମୃତଦେହ, ୫ ଜଣଙ୍କୁ ଅଟକ ରଖି ପୋଲିସର ଖୋଳତାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର