ଖସିବ ତାପମାତ୍ରା, ବଢିବ ଶୀତ
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ତଳକୁ ଖସିଛି। ପଶ୍ଚିମା ଝଡ଼ ଯୋଗୁଁ କିଛି ଜିଲ୍ଲାରେ ବର୍ଷା କାରଣରୁ ତାପମାତ୍ରାରେ ବୃଦ୍ଧି ଘଟିଥିଲା। ମାତ୍ର ଶୁକ୍ରବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ଆକାଶ ନିର୍ମଳ ହୋଇଛି। ଏହି କାରଣରୁ ପୁଣି ଥରେ ତାପମାତ୍ରା ତଳମୁହାଁ ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବା ସହିତ ଶୀତର ପ୍ରକୋପ ବଢ଼଼ିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। କିଛି ଜିଲ୍ଲାରେ […]
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ତଳକୁ ଖସିଛି। ପଶ୍ଚିମା ଝଡ଼ ଯୋଗୁଁ କିଛି ଜିଲ୍ଲାରେ ବର୍ଷା କାରଣରୁ ତାପମାତ୍ରାରେ ବୃଦ୍ଧି ଘଟିଥିଲା। ମାତ୍ର ଶୁକ୍ରବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ଆକାଶ ନିର୍ମଳ ହୋଇଛି। ଏହି କାରଣରୁ ପୁଣି ଥରେ ତାପମାତ୍ରା ତଳମୁହାଁ ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବା ସହିତ ଶୀତର ପ୍ରକୋପ ବଢ଼଼ିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। କିଛି ଜିଲ୍ଲାରେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧୭ ତାରିଖ ପରେ ରାତିର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।