ବିଧାନସଭାରେ ‘ଖାଇବା ତେଲ’ ତାତି

The Sakala Picture
Published On

ଭୁବନେଶ୍ବର : ଖାଇବା ତେଲର ଦର ବୃଦ୍ଧିକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା। ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି। ଏହି ଆଲୋଚନାରେ ଖାଇବା ତେଲର ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଅଧିକ ଟିକସ ଆଦାୟ ଯୋଗୁ ଖାଇବା […]

ଭୁବନେଶ୍ବର : ଖାଇବା ତେଲର ଦର ବୃଦ୍ଧିକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା। ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି। ଏହି ଆଲୋଚନାରେ ଖାଇବା ତେଲର ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଅଧିକ ଟିକସ ଆଦାୟ ଯୋଗୁ ଖାଇବା ତେଲ ଦର ବୃଦ୍ଧି ପାଉଥିବା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଖାଇବା ତେଲ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ କହିଥିଲେ ପ୍ରତିଦିନ ଖାଦ୍ୟରେ ଖାଇବା ତେଲର ଆବଶ୍ୟକତା ରହିଛି। ଏହାର ମାତ୍ରାଧିକ ଦରବୃଦ୍ଧି ଫଳରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ସରକାର ଖାଇବା ତେଲ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି। ଏଥିରେ ରାଜ୍ୟର ଅଂଶ ମଧ୍ୟ ରହିଛି।ବର୍ତ୍ତମାନ ରାଜ୍ୟରେ ଖାଇବା ତେଲର ଦର ଦେଢ଼ଶହ ଛୁଇଁଲାଣି। କେନ୍ଦ୍ର ସରକାର ସେସ ଓ ଆମଦାନୀ ଶୁଳ୍କ ବୃଦ୍ଧି କରୁଛନ୍ତି। ତେଣୁ ତେଲ ଦରକୁ କିଭଳି ନିୟନ୍ତ୍ରଣ କରାଯିବ, ରାଜ୍ୟ ସରକାର ସେଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏହି ପ୍ରସଙ୍ଗରେ ଗୃହରେ ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି,ତେଲ ଉପରେ କେନ୍ଦ୍ର ସରକାର ଟ୍ୟାକ୍ସ ଲାଗୁ କରୁଥିବାରୁ ଖାଇବା ତେଲ ଦର ବଢୁଛି। ତେଲ ଉପରେ ଜିଏସ ଟି ୫.୫ ପ୍ରତିଶତ, କୃଷି ସେସ ୧୭.୫ ପ୍ରତିଶତ, ଆମଦାନୀ ଶୁଳ୍କ ୨୧ ପ୍ରତିଶତ ଲାଗୁ କରିଛନ୍ତି । ସେଥିପାଇଁ ତେଲ ଦର ବୃଦ୍ଧି ହୋଇଛି। ତେଲର ଚାହିଦା କମିଛୁ ହେଲେ ଦାମ ବଢୁଛି। ୨୦୧୯ ମସିହାରେ ୨୧ ମିଲିୟନ ଟ ନ ଆବଶ୍ୟକ ପଡିଥିବା ବେଳେ ୨୦୨୧ରେ ୧୯ ମିଲିୟନ ଟ ନ ଆବଶ୍ୟକ ପଡୁଛି। ରାଜ୍ୟରେ ବର୍ଷକୁ ୩ଲକ୍ଷ ମେଟ୍ରିକ ଟନ ତେଲ ଆବଶ୍ୟକ ଥୁବାବେଳେ ୫୫ପ୍ରତିଶତ ପାମୋଲିନ ତେଲ, ୨୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ, ୧୫ ପ୍ରତିଶତ ସୋରିଷ ତେଲ, ୫ପ୍ରତିଶତ ଅନ୍ୟାନ୍ୟ ଖାଇବା ତେଲ ବ୍ୟବହାର କରୁଛନ୍ତି। ତେଲ ଦର ନିୟନ୍ତ୍ରଣ କରିବା ସଂପୂଣ୍ଣ ଭାବେ କନ୍ଦ୍ର ସରକାରଙ୍କ ଦାୟିତ୍ବ। ଅହେତୁକ ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ଯୁଦ୍ଧ କ୍ଷେତ୍ରରେ ହାତବନ୍ଧା ସିପାହୀ ସଦୃଶ। କୌଣସି କତ୍ତୃତ୍ବ ନାହିଁ। ସବୁ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର