କେନ୍ଦ୍ରକୁ ବାରମ୍ବାର ଚିଠି ଲେଖିଲେ ମଧ୍ଯ ମିଳୁନି ସୁଫଳ: ଆବାସ ଯୋଜନାରେ କର୍ଣ୍ଣାଟକକୁ ଦେଖାଉଛି ଅନୁକମ୍ପା, ହେଲେ ଓଡ଼ିଶାକୁ କରୁଛି ଉପେକ୍ଷା

The Sakala Picture
Published On

ଭୁବନେଶ୍ୱର: ପୁଣି ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା । ଆବାସ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଘର ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଥି୍ବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ସେପଟେ କର୍ଣ୍ଣାଟକ ସରକାରଙ୍କୁ ଆବାସ ଯୋଜନାରେ ଗତ ୧୩ ତାରିଖରେ ଏମଆଇଏସ ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିବାକୁ ଅନୁମତି ଦିଆଯାଇଛି । ଏଠି ପ୍ରଶ୍ନ ଉଠିଛି କର୍ଣ୍ଣାଟକକୁ ଏତେ ଅନୁକମ୍ପା, ଓଡ଼ିଶାକୁ କାହିଁକି ଉପେକ୍ଷା ? ଏହାଦ୍ୱାରା ଓଡ଼ିଶାର ଲକ୍ଷାଧିକ ଯୋଗ୍ୟ […]

ଭୁବନେଶ୍ୱର: ପୁଣି ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା । ଆବାସ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଘର ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଥି୍ବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ସେପଟେ କର୍ଣ୍ଣାଟକ ସରକାରଙ୍କୁ ଆବାସ ଯୋଜନାରେ ଗତ ୧୩ ତାରିଖରେ ଏମଆଇଏସ ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିବାକୁ ଅନୁମତି ଦିଆଯାଇଛି । ଏଠି ପ୍ରଶ୍ନ ଉଠିଛି କର୍ଣ୍ଣାଟକକୁ ଏତେ ଅନୁକମ୍ପା, ଓଡ଼ିଶାକୁ କାହିଁକି ଉପେକ୍ଷା ? ଏହାଦ୍ୱାରା ଓଡ଼ିଶାର ଲକ୍ଷାଧିକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଜଟିଳ: ୧.୪୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ, ବିପଦ ସଙ୍କେତ ଉପରେ ଜଳକା ଓ ବୁଢ଼ାବଳଙ୍ଗ

ସବୁଠାରୁ ଅଧିକ ପ୍ରଭାବିତ ହେବେ ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳର ହିତାଧିକାରୀମାନେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲ ଓ ଆବାସ ଯୋଜନାର ତଥ୍ୟକୁ ସମକାଳୀନ କରିବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟର ୬ ଲକ୍ଷ ୬୫ ହଜାର ଗ୍ରାମୀଣ ହାଉସିଂ ପରିବାରର ତଥ୍ୟ ଆବାସ ପୋର୍ଟାଲରେ ସାମିଲ ହୋଇନି ।

ଆହୁରି ପଢ଼ନ୍ତୁ: ଖୋଲିଲା ରେଙ୍ଗାଲି ଡ୍ୟାମ୍ ଗେଟ୍: ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୪ ଜିଲ୍ଲାକୁ ସତର୍କ ସୂଚନା

ଏଥିସହ ୨୦୧୯ ମେ ମାସରେ କେନ୍ଦ୍ର ସରକାର ଲକ୍ଷେ ୮୪ ହଜାର ଫନି ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନି । ଓଡ଼ିଶାର ବଳକା ପରିବାରର ତଥ୍ୟ ଆବାସ ପୋର୍ଟାଲରେ ଅପଲୋଡ୍ କରିବାକୁ ଅନୁମତି ଦେବାକୁ ଦାବି କରାୟାଇଛି । ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପଞ୍ଚାୟତ ରାଜ୍ୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଆହୁରି ପଢ଼ନ୍ତୁ: ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ପାଇଁ ମାଟି ପରୀକ୍ଷା, ୪୫ ଦିନିଆ ଟ୍ରାଫିକ୍ କଟକଣା ଜାରି

31 Jan 2022 By The Sakala

କେନ୍ଦ୍ରକୁ ବାରମ୍ବାର ଚିଠି ଲେଖିଲେ ମଧ୍ଯ ମିଳୁନି ସୁଫଳ: ଆବାସ ଯୋଜନାରେ କର୍ଣ୍ଣାଟକକୁ ଦେଖାଉଛି ଅନୁକମ୍ପା, ହେଲେ ଓଡ଼ିଶାକୁ କରୁଛି ଉପେକ୍ଷା

ଭୁବନେଶ୍ୱର: ପୁଣି ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା । ଆବାସ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଘର ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଥି୍ବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ସେପଟେ କର୍ଣ୍ଣାଟକ ସରକାରଙ୍କୁ ଆବାସ ଯୋଜନାରେ ଗତ ୧୩ ତାରିଖରେ ଏମଆଇଏସ ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିବାକୁ ଅନୁମତି ଦିଆଯାଇଛି । ଏଠି ପ୍ରଶ୍ନ ଉଠିଛି କର୍ଣ୍ଣାଟକକୁ ଏତେ ଅନୁକମ୍ପା, ଓଡ଼ିଶାକୁ କାହିଁକି ଉପେକ୍ଷା ? ଏହାଦ୍ୱାରା ଓଡ଼ିଶାର ଲକ୍ଷାଧିକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ।

ସବୁଠାରୁ ଅଧିକ ପ୍ରଭାବିତ ହେବେ ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳର ହିତାଧିକାରୀମାନେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲ ଓ ଆବାସ ଯୋଜନାର ତଥ୍ୟକୁ ସମକାଳୀନ କରିବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟର ୬ ଲକ୍ଷ ୬୫ ହଜାର ଗ୍ରାମୀଣ ହାଉସିଂ ପରିବାରର ତଥ୍ୟ ଆବାସ ପୋର୍ଟାଲରେ ସାମିଲ ହୋଇନି ।

ଏଥିସହ ୨୦୧୯ ମେ ମାସରେ କେନ୍ଦ୍ର ସରକାର ଲକ୍ଷେ ୮୪ ହଜାର ଫନି ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନି । ଓଡ଼ିଶାର ବଳକା ପରିବାରର ତଥ୍ୟ ଆବାସ ପୋର୍ଟାଲରେ ଅପଲୋଡ୍ କରିବାକୁ ଅନୁମତି ଦେବାକୁ ଦାବି କରାୟାଇଛି । ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପଞ୍ଚାୟତ ରାଜ୍ୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର