ଆଜିଠୁ ଖସିବ ପାରଦ, ୩ ଦିନରେ ତାପମାତ୍ରା ୪ ଡିଗ୍ରୀ କମିବ

The Sakala Picture
Published On

ଭୁବନେଶ୍ୱର: ମଙ୍ଗଳବାରଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପଶ୍ଚିମା ଝଡ଼ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଥିଲା। ବର୍ଷା କମିବା ସହ ବର୍ତ୍ତମାନ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ ହୋଇଛି। ଫଳରେ ଆସନ୍ତା ୩ ଦିନ ମଧ୍ୟରେ ପାରଦ ପାଖାପାଖି ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଜଣାପଡ଼ିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରୁ ରାଜ୍ୟରେ ତାପମାତ୍ରା […]

ଭୁବନେଶ୍ୱର: ମଙ୍ଗଳବାରଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପଶ୍ଚିମା ଝଡ଼ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଥିଲା। ବର୍ଷା କମିବା ସହ ବର୍ତ୍ତମାନ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ ହୋଇଛି। ଫଳରେ ଆସନ୍ତା ୩ ଦିନ ମଧ୍ୟରେ ପାରଦ ପାଖାପାଖି ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଜଣାପଡ଼ିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହେବ। ପରବର୍ତ୍ତୀ ୨-୩ ଦିନ ମଧ୍ୟରେ ଅନେକ ସ୍ଥାନରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ରାଜ୍ୟରେ ବର୍ତ୍ତମାନ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ କିଛି କିଛି ଶୀତ ଅନୁଭୂତ ହେଉଛି। କିଛି ସ୍ଥାନରେ କୁହୁଡ଼ି ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ଅପେକ୍ଷାକୃତ କମ୍‌‌ ରହୁଛି। ବର୍ତ୍ତମାନ ବାୟୁମଣ୍ଡଳରେ ଥିବା ପ୍ରଚୁର ପରିମାଣର ଜଳୀୟ ବାଷ୍ପ ପାଇଁ ଆର୍ଦ୍ରତା ବୃଦ୍ଧି ପାଇଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଉପରେ ତାପମାତ୍ରା ରହିଛି। କାର୍ତ୍ତିକ ଆରମ୍ଭ ହୋଇସାରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଠିକ୍‌‌ ଭାବେ ଶୀତ ଆରମ୍ଭ ହୋଇନାହିଁ। ହାଲୁକା ଥଣ୍ଡା ହେଉଥିବା ବେଳେ ବର୍ଷା ଯୋଗୁଁ ଏଥିରେ ମଧ୍ୟ ରୋକ୍‌‌ ଲାଗିଛି। ରାଜ୍ୟରେ ବାୟୁ ଚଳାଚଳର ଅସଙ୍ଗତି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଗତ ୩୬ଘଣ୍ଟାରେ ପାରଳାଖେମୁଣ୍ଡିରେ ୨୩.୬, ଦାରିଙ୍ଗବାଡ଼ିରେ ୧୨, ଭୁବନେଶ୍ୱରରେ ୩.୭ ଓ କେନ୍ଦ୍ରାପଡ଼ାରେ ୩ ମିମି ବର୍ଷା ରେକର୍ଡ କରାଯାଇଛି। ମଙ୍ଗଳବାର କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର