ଅସହ୍ୟ ଗୁଳୁଗୁଳିରେ ସିଝୁଛି ସାରା ରାଜ୍ୟ; ୪୦ ଡିଗ୍ରି ଉପରେ ୨୧ଟି ସହରର ତାପମାତ୍ରା, ୪୪.୨ ଡିଗ୍ରି ସହ ସୋନପୁର ସବୁଠୁ ଉତ୍ତପ୍ତ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଆଜି ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ୧୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ୪୪.୨ ଡିଗ୍ରୀ ସେଲସିୟସ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି। ଭୁବନେଶ୍ବର ଓ କଟକରେ ପାରା ୪୦ ଡିଗ୍ରି ଥିଲେ […]

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଆଜି ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ୧୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ୪୪.୨ ଡିଗ୍ରୀ ସେଲସିୟସ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ସମ୍ୱଲପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣ୍ଡିସ ବ୍ୟାପୀ ଶତାଧିକ ଆକ୍ରାନ୍ତ, ସ୍ଥାନୀୟ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ: ବିଜେଡି

ଭୁବନେଶ୍ବର ଓ କଟକରେ ପାରା ୪୦ ଡିଗ୍ରି ଥିଲେ ବି ଗୁଳୁଗୁଳିରୁ ନିସ୍ତାର ମିଳିପାରି ନାହିଁ। ଆଜି ନୂଆପଡ଼ାରେ ୪୪, ସମ୍ବଲପୁର ଓ ଝାରସୁଗୁଡ଼ା ୪୩.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ହୀରାକୁଦରେ ତାପମାତ୍ରା ୪୩.୮ ଥିବା ବେଳେ ଟିଟିଲାଗଡ଼ ଓ ବଲାଙ୍ଗିର ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଉରକେଲା ଓ ବରଗଡ଼ରେ ୪୩.୫, ସୁନ୍ଦରଗଡ଼ ୪୨.୧ ଡିଗ୍ରୀ ବୌଦ୍ଧ, ଭବାନୀପାଟଣା ଓ ଦେବଗଡ଼ରେ ତାତି ୪୨ ଡିଗ୍ରୀ, ଅନୁଗୁଳରେ ୪୧.୭, ମାଲକାନଗିରି ଓ ଭଦ୍ରକ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ଓ ବନ୍ୟା କ୍ଷୟକ୍ଷତି: କେନ୍ଦ୍ର ସରକାରଙ୍କୁ ୨,୫୨୬ କୋଟି ଟଙ୍କାର ସହାୟତା ମାଗିଲା ଓଡ଼ିଶା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର