୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁନ୍ଦରଗଡ଼ର କୋଟିପତି ଏଡିଏମ

The Sakala Picture
Published On

ଭୁବନେଶ୍ୱର: ଜେଲ୍ ଗଲେ ସୁନ୍ଦରଗଡର କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର । ଆୟ ବହିର୍ଭୂତ ସଂପତ୍ତ ଠୁଳ ମାମଲାରେ ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଭିଜିଲାନ୍ସ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ହେଲେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତା ୧୭ରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ […]

ଭୁବନେଶ୍ୱର: ଜେଲ୍ ଗଲେ ସୁନ୍ଦରଗଡର କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର । ଆୟ ବହିର୍ଭୂତ ସଂପତ୍ତ ଠୁଳ ମାମଲାରେ
ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଭିଜିଲାନ୍ସ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ହେଲେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତା ୧୭ରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତ ୧୧ ଓ ୧୨ ତାରିଖରେ ଏଡିଏମଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ପରେ ତାଙ୍କର ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଏହା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଥିବା ଭିିଜିଲାନ୍ସ ଏସପି ଏମ. ରାଧାକୃଷ୍ଣନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ବିଶ୍ୱଜିତଙ୍କ ଘରୁ ନଗତ ୩ ଲକ୍ଷ ୫୦ ହଜାର ଟଙ୍କା, ୪୫୦ ଗ୍ରାମ ସୁନା, ଅଢେଇ କୋଟିର ଇନଭେଷ୍ଟମେଂଟ କାଗଜପତ୍ର ମିିଳିଛି । ଭୁବନେଶ୍ୱର ନହରକଂଟାରେ ତାଙ୍କର ୯୧ ଲକ୍ଷ ଟଙ୍କାର ଘର, ଆସିୟାନା ଫ୍ଲାଟ ଏବଂ ଭୁବନେଶ୍ୱର ଓ ଜଗତସିଂହପୁରରେ ୧୦ଟି ପ୍ଲଟ ରହିଛି, ଯାହାର ମୂଲ୍ୟ ୩ କୋଟିରୁ ଅଧିକ ହେବ । ବିଶ୍ୱଜିତ ପତ୍ନୀଙ୍କ ନାଁରେ ଏକ ସିମେଂଟ ଗୋଦାମ ରହିଛି । ତାହାର କାଗଜପତ୍ର ମଧ୍ୟ ଯାଂଚ କରୁଛି ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

13 Feb 2022 By The Sakala

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁନ୍ଦରଗଡ଼ର କୋଟିପତି ଏଡିଏମ

ଭୁବନେଶ୍ୱର: ଜେଲ୍ ଗଲେ ସୁନ୍ଦରଗଡର କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର । ଆୟ ବହିର୍ଭୂତ ସଂପତ୍ତ ଠୁଳ ମାମଲାରେ
ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଭିଜିଲାନ୍ସ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ହେଲେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତା ୧୭ରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତ ୧୧ ଓ ୧୨ ତାରିଖରେ ଏଡିଏମଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ପରେ ତାଙ୍କର ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଏହା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଥିବା ଭିିଜିଲାନ୍ସ ଏସପି ଏମ. ରାଧାକୃଷ୍ଣନ କହିଛନ୍ତି ।

ବିଶ୍ୱଜିତଙ୍କ ଘରୁ ନଗତ ୩ ଲକ୍ଷ ୫୦ ହଜାର ଟଙ୍କା, ୪୫୦ ଗ୍ରାମ ସୁନା, ଅଢେଇ କୋଟିର ଇନଭେଷ୍ଟମେଂଟ କାଗଜପତ୍ର ମିିଳିଛି । ଭୁବନେଶ୍ୱର ନହରକଂଟାରେ ତାଙ୍କର ୯୧ ଲକ୍ଷ ଟଙ୍କାର ଘର, ଆସିୟାନା ଫ୍ଲାଟ ଏବଂ ଭୁବନେଶ୍ୱର ଓ ଜଗତସିଂହପୁରରେ ୧୦ଟି ପ୍ଲଟ ରହିଛି, ଯାହାର ମୂଲ୍ୟ ୩ କୋଟିରୁ ଅଧିକ ହେବ । ବିଶ୍ୱଜିତ ପତ୍ନୀଙ୍କ ନାଁରେ ଏକ ସିମେଂଟ ଗୋଦାମ ରହିଛି । ତାହାର କାଗଜପତ୍ର ମଧ୍ୟ ଯାଂଚ କରୁଛି ଭିଜିଲାନ୍ସ ।

https://www.thesakala.in/latest-odisha-news/sundergarhs-billionaire-adm-sent-to-14-days-judicial-custody/article-9229
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର