ବାତ୍ୟା ପ୍ରଭାବରେ ଗଜପତିରେ ବନ୍ୟା ଆଶଙ୍କା: ବିପଦ ସଙ୍କେତ ଟପିଲା ବଂଶଧାରା, ଭୂସ୍ଖଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

Madhusudan Das Picture
Published On

ଗଜପତି: ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକ ବିପଦ ସଙ୍କେତ ଆଡ଼କୁ ଗତି କରୁଥିବା ବେଳେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ଦେଖାଦେଇଛି। ଫଳରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଘାଟି ଅଞ୍ଚଳରେ ମାଟି ଅତଡ଼ା ଖସିବା ଆରମ୍ଭ ହୋଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କଇଁପୁର-ଗଙ୍ଗାବାଡ଼ା ମୁଖ୍ୟ ରାସ୍ତାରେ ଭୟଙ୍କର ଭୂସ୍ଖଳନ ଘଟି ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । 

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

କଇଁପୁର-ଗଙ୍ଗାବାଡ଼ା ମୁଖ୍ୟ ରାସ୍ତାରେ ପାହାଡ଼ ଧସି ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା କାଦୁଅ ଏବଂ ବଡ଼ ବଡ଼ ପଥର ଚଟାଣରେ ପୋତି ହୋଇଯାଇଛି। ଫଳରେ ଏହି ରୁଟ୍‌ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ହାଇଆଲର୍ଟରେ ରହିଛି ଏବଂ ନଦୀର ଜଳସ୍ତର ତଥା ଉପରମୁଣ୍ଡରୁ ଆସୁଥିବା ଜଳ ପ୍ରବାହ ଉପରେ କଡ଼ା ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ କାଶୀନଗରଠାରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫୪.୬୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୫୫.୬୦ ମିଟରରେ ପହଞ୍ଚିଛି। ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ ଥିବା ଗୋଟ୍ଟା ବ୍ୟାରେଜ୍‌ର ସମସ୍ତ ୨୨ଟି ଗେଟ୍‌କୁ ଖୋଲି ଦିଆଯାଇଛି। ଏହି ବ୍ୟାରେଜ୍ ଦେଇ ପ୍ରାୟ ୪୮,୫୭୬ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା: ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ଜିଲ୍ଲାର ଅନ୍ୟତମ ପ୍ରମୁଖ ନଦୀ ମହେନ୍ଦ୍ରତନୟା ମଧ୍ୟ ଉଛୁଳିବାରେ ଲାଗିଛି। ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଗୋସାଣୀ ବ୍ଲକ ଅଧୀନସ୍ଥ ବାଘଶାଳା ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି। ପାଣି କ୍ରମାଗତ ଭାବେ ବଢ଼ୁଥିବାରୁ ପାରଳାଖେମୁଣ୍ଡି ସହର ଭିତରକୁ ପାଣି ପଶିବା ନେଇ ଆଶଙ୍କା ଘନୀଭୂତ ହୋଇଛି। ବିଗତ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ନଦୀନାଳର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ରାସ୍ତାଘାଟ ଜଳମଗ୍ନ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର