ଅବକାରୀ ପାଟ୍ରୋଲିଂ ଦଳ ଉପରକୁ ଗୋରୁ ବେପାରୀଙ୍କ ଗୁଳିମାଡ, ଜଣେ ଗିରଫ

The Sakala Picture
Published On

ସୁନ୍ଦରଗଡ଼: ହେମଗିରି ଅବକାରୀ ଥାନା ପାଟ୍ରୋଲିଂ ଦଳ ଉପରକୁ ପିଅକଅପ (ଓଡି୧୪ଡି – ୮୮୨୪)ରେ ଗୋରୁ ନେଇ ଯାଉଥିବା ବେପାରୀ ମାନେ ୨ ରାଉଣ୍ଡ ଗୁଳି ଚଳାଇବା ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଶନିବାର ସକାଳେ ହେମଗିରି ଅବକାରୀ ଥାନା ଅଧିକାରୀ ବିନୟ ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଏକ ପ୍ରାଇଭେଟ ବୋଲେରୋରେ ପାଟ୍ରୋଲିଂ କରୁଥିବା ବେଳେ ହେମଗିରି ଥାନା ଅନ୍ତର୍ଗତ ଉତ୍ସାଳୀ ନିକଟରେ ମହୁଲ ଫୁଲ ଚାଲାଣ ସନ୍ଦେହରେ ଉକ୍ତ ପିକଅପ୍‌ର […]

ସୁନ୍ଦରଗଡ଼: ହେମଗିରି ଅବକାରୀ ଥାନା ପାଟ୍ରୋଲିଂ ଦଳ ଉପରକୁ ପିଅକଅପ (ଓଡି୧୪ଡି – ୮୮୨୪)ରେ ଗୋରୁ ନେଇ ଯାଉଥିବା ବେପାରୀ ମାନେ ୨ ରାଉଣ୍ଡ ଗୁଳି ଚଳାଇବା ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଶନିବାର ସକାଳେ ହେମଗିରି ଅବକାରୀ ଥାନା ଅଧିକାରୀ ବିନୟ ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଏକ ପ୍ରାଇଭେଟ ବୋଲେରୋରେ ପାଟ୍ରୋଲିଂ କରୁଥିବା ବେଳେ ହେମଗିରି ଥାନା ଅନ୍ତର୍ଗତ ଉତ୍ସାଳୀ ନିକଟରେ ମହୁଲ ଫୁଲ ଚାଲାଣ ସନ୍ଦେହରେ ଉକ୍ତ ପିକଅପ୍‌ର ପିଛା କରିଥିଲେ। ତେବେ ପିକଅପ୍‌ ଚାଳକ ଗାଡି ଅଟକାଇବା ପରିବର୍ତେ ଦ୍ରୁତ ଗତିରେ ଗାଡି ନେଇ ପଳାଉ ଥିବା ବେଳେ ଗାଡିରେ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଏକ ପିସ୍ତଲରୁ ଅବକାରୀ ପାଟ୍ରୋଲିଂ ଗାଡି ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଥିଲେ। ଗୁଳି ଲକ୍ଷ୍ୟଭ୍ରଷ୍ଟ ହେବାରୁ ପାଟ୍ରୋଲିଂ ଟିମରେ କାହାରି କିଛି କ୍ଷତି ଘଟି ନଥିଲା।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଫ୍ଲାଏ ଆସ ପରିବହନ ବିବାଦରୁ ହତ୍ୟାକାଣ୍ଡ: ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଜାଳିଲେ ଉତ୍ତ୍ୟକ୍ତ ଲୋକେ

ଅବକାରୀ ଟିମ ଗୋଡାଇ ଉକ୍ତ ପିକଅପ୍‌କୁ ଲେଫ୍ରିପଡା ଥାନା ଅନ୍ତର୍ଗତ ଗୁଣ୍ଡିଆଡିହି ଘାଟି ନିକଟରେ ଧରିଥିଲେ। ସେମାନେ ଘଟଣାସ୍ଥଳରୁ ଚାଳକ କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଗ୍ରାମର ଏମଡି ଆବିଜ୍‌ (୨୧)ଙ୍କୁ ଘଟଣାସ୍ଥଳରୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଫେରାର ଅଭିଯୁକ୍ତ ଜଣକ ଖତକୁରବାହାଲ ଗ୍ରାମର ଏମଡି ଅରବାଜ ବୋଲି ଚାଳକ କହୁଛନ୍ତି। ଉକ୍ତ ପିକଅପରେ ମହୁଲ ଫୁଲ ପରିବର୍ତେ ୯ଟି ଗୋରୁ ରହିଥିବା ଜଣା ପଡିଥିଲା। ଅବକାରୀ ଥାନା ଅଧିକାରୀ ଶ୍ରୀ ଲାକ୍ରାଙ୍କ ଅଭିଯୋଗ କ୍ରମେ ଲେଫ୍ରିପଡା ଥାନା ପୁଲିସ ସଂପୃକ୍ତ ଗାଡି ଚାଳକ ଏମଡି ଆବିଜଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ପିସ୍ତଲ, ଏକ ମୋବାଇଲ ଓ ନଗଦ ୨୦୪୦ ଟଙ୍କା ଜବତ କରିଛି। ସେହିପରି ପିକଅପରୁ ଗୋରୁ ଗୁଡିକୁ ଉଦ୍ଧାର କରା ଯାଇଥିବା ବେଳେ ଏହି ଗାଡି ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୀପାବଳିର ଖୁସି ପାଲଟିଲା ବିଷାଦ: ରାଉରକେଲାରେ ବାଣ ଫୁଟି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର