ବିଧାୟକ ଯୋଗେଶ ସିଂହଙ୍କ ଅଟକକୁ ନିନ୍ଦା କଲା ବିଜେଡି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ ବିଧାୟକଙ୍କୁ ଉଠାଇନେବା ଅଗଣତାନ୍ତ୍ରିକ

The Sakala Picture
Published On

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ବରପାଲି ଗ୍ରାମରେ, ଅଙ୍ଗନବାଡି, ସ୍କୁଲ ଓ ଗ୍ରାମାଞ୍ଚଳ ରାସ୍ତାରେ କୋଇଲା ବୋଝେଇ ଟ୍ରକ ପରିବହନକୁ ବିରୋଧ କରି ଓ ନିକଟସ୍ଥ କୋଇଲା ସାଇଡିଂର ସ୍ଥାନାନ୍ତର ଦାବିରେ ଧାରଣାରେ ବସିଥିବା ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ ସିଂହ ଓ ଶତାଧିକ ଗ୍ରାମବାସୀଙ୍କୁ ପୁଲିସ ଉଠାଇନେଇ ଅଟକ ରଖିବା ଘଟଣାକୁ ବିଜୁ ଜନତା ଦଳ ନିନ୍ଦା କରିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି […]

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ବରପାଲି ଗ୍ରାମରେ, ଅଙ୍ଗନବାଡି, ସ୍କୁଲ ଓ ଗ୍ରାମାଞ୍ଚଳ ରାସ୍ତାରେ କୋଇଲା ବୋଝେଇ ଟ୍ରକ ପରିବହନକୁ ବିରୋଧ କରି ଓ ନିକଟସ୍ଥ କୋଇଲା ସାଇଡିଂର ସ୍ଥାନାନ୍ତର ଦାବିରେ ଧାରଣାରେ ବସିଥିବା ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ ସିଂହ ଓ ଶତାଧିକ ଗ୍ରାମବାସୀଙ୍କୁ ପୁଲିସ ଉଠାଇନେଇ ଅଟକ ରଖିବା ଘଟଣାକୁ ବିଜୁ ଜନତା ଦଳ ନିନ୍ଦା କରିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି, ଶାନ୍ତିପୂର୍ଣ ଭାବେ ଧାରଣାରେ ବସିଥିବା ଗ୍ରାମବାସୀ ଓ ବିଧାୟକଙ୍କୁ ଏପରି ଉଠାଇନେବା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ। ଏହି ଅଞ୍ଚଳରେ ଏକ କୋଇଲା ସାଇଡିଂ ନିର୍ମାଣ କରାଯାଇ ଶହ ଶହ କୋଇଲା ବୋଝେଇ ଟ୍ରକ ଗ୍ରାମାଞ୍ଚଳ ରାସ୍ତା ଦେଇ ଯିବା ଆସିବା କରୁଛି। ଏହି ସାଇଡିଂ ନିର୍ମାଣ ପାଇଁ ଗ୍ରାମସଭା ଆୟୋଜନ ହୋଇନାହିଁ। ପ୍ରତିଦିନ ଶହ ଶହ କୋଇଲା ବୋଝେଇ ଟ୍ରକ ଗ୍ରାମାଞ୍ଚଳ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ, ସ୍ଥାନୀୟ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ, ସୁନ୍ଦରଗଡ଼ ବିଧାୟକ ଶ୍ରୀ ଯୋଗେଶ ସିଂହ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ଏହି ରାସ୍ତାର ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖି ଏହି ରାସ୍ତା କୋଇଲା ବୋଝେଇ ଟ୍ରକ ଯିବାପାଇଁ ଉପଯୋଗୀ ନୁହେଁ ବୋଲି ଜଣାଇଥିଲେ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଶ୍ରୀ ମିଶ୍ର ଆହୁରି କହିଥିଲେ, ଏହି ସମ୍ୱନ୍ଧରେ ଗ୍ରାମବାସୀଙ୍କ ତରଫରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ ହୋଇଥିଲା ଯାହାର ଶୁଣାଣି ଆସନ୍ତା ଜୁନ ୨୫ ତାରିଖକୁ ଧାର୍ଯ୍ୟ ହୋଇଛି। ମାମଲା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହେବାକୁ ଥିବାବେଳେ ଓ ଗ୍ରାମବାସୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ବେଳେ, ଗ୍ରାମବାସୀଙ୍କ ସହ ଜଣେ ଲୋକ ପ୍ରତିନିଧିଙ୍କୁ ଯେଉଁଭଳି ଭାବେ ଉଠାଇ ନିଆଯାଇଛି, ତାହା ଗଣତନ୍ତ୍ର ପ୍ରତି କୁଠାରଘାତ। କାହା ଇଙ୍ଗିତରେ ଏହି ଅଗଣତାନ୍ତ୍ରିକ କାର୍ଯ୍ୟ ହୋଇଛି ତାହା ସ୍ପଷ୍ଟ ହେବା ଦରକାର। ଲେନିନ ମହାନ୍ତି କହିଥିଲେ, ଜଣେ ଜନ ପ୍ରତିନିଧିଙ୍କୁ ଏପରି ଅଗଣତାନ୍ତ୍ରିକ ଭାବେ ଅଟକ ରଖିବାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରୁଛି। ଗ୍ରାମବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ, ବେନିୟମ ଭାବେ ସାଇଡିଂ ନିର୍ମାଣ କାହା ସ୍ୱାର୍ଥରେ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

30 May 2025 By The Sakala

ବିଧାୟକ ଯୋଗେଶ ସିଂହଙ୍କ ଅଟକକୁ ନିନ୍ଦା କଲା ବିଜେଡି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ ବିଧାୟକଙ୍କୁ ଉଠାଇନେବା ଅଗଣତାନ୍ତ୍ରିକ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ବରପାଲି ଗ୍ରାମରେ, ଅଙ୍ଗନବାଡି, ସ୍କୁଲ ଓ ଗ୍ରାମାଞ୍ଚଳ ରାସ୍ତାରେ କୋଇଲା ବୋଝେଇ ଟ୍ରକ ପରିବହନକୁ ବିରୋଧ କରି ଓ ନିକଟସ୍ଥ କୋଇଲା ସାଇଡିଂର ସ୍ଥାନାନ୍ତର ଦାବିରେ ଧାରଣାରେ ବସିଥିବା ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ ସିଂହ ଓ ଶତାଧିକ ଗ୍ରାମବାସୀଙ୍କୁ ପୁଲିସ ଉଠାଇନେଇ ଅଟକ ରଖିବା ଘଟଣାକୁ ବିଜୁ ଜନତା ଦଳ ନିନ୍ଦା କରିଛି।

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି, ଶାନ୍ତିପୂର୍ଣ ଭାବେ ଧାରଣାରେ ବସିଥିବା ଗ୍ରାମବାସୀ ଓ ବିଧାୟକଙ୍କୁ ଏପରି ଉଠାଇନେବା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ। ଏହି ଅଞ୍ଚଳରେ ଏକ କୋଇଲା ସାଇଡିଂ ନିର୍ମାଣ କରାଯାଇ ଶହ ଶହ କୋଇଲା ବୋଝେଇ ଟ୍ରକ ଗ୍ରାମାଞ୍ଚଳ ରାସ୍ତା ଦେଇ ଯିବା ଆସିବା କରୁଛି। ଏହି ସାଇଡିଂ ନିର୍ମାଣ ପାଇଁ ଗ୍ରାମସଭା ଆୟୋଜନ ହୋଇନାହିଁ। ପ୍ରତିଦିନ ଶହ ଶହ କୋଇଲା ବୋଝେଇ ଟ୍ରକ ଗ୍ରାମାଞ୍ଚଳ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ, ସ୍ଥାନୀୟ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ, ସୁନ୍ଦରଗଡ଼ ବିଧାୟକ ଶ୍ରୀ ଯୋଗେଶ ସିଂହ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ଏହି ରାସ୍ତାର ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖି ଏହି ରାସ୍ତା କୋଇଲା ବୋଝେଇ ଟ୍ରକ ଯିବାପାଇଁ ଉପଯୋଗୀ ନୁହେଁ ବୋଲି ଜଣାଇଥିଲେ।

ଶ୍ରୀ ମିଶ୍ର ଆହୁରି କହିଥିଲେ, ଏହି ସମ୍ୱନ୍ଧରେ ଗ୍ରାମବାସୀଙ୍କ ତରଫରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ ହୋଇଥିଲା ଯାହାର ଶୁଣାଣି ଆସନ୍ତା ଜୁନ ୨୫ ତାରିଖକୁ ଧାର୍ଯ୍ୟ ହୋଇଛି। ମାମଲା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହେବାକୁ ଥିବାବେଳେ ଓ ଗ୍ରାମବାସୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ବେଳେ, ଗ୍ରାମବାସୀଙ୍କ ସହ ଜଣେ ଲୋକ ପ୍ରତିନିଧିଙ୍କୁ ଯେଉଁଭଳି ଭାବେ ଉଠାଇ ନିଆଯାଇଛି, ତାହା ଗଣତନ୍ତ୍ର ପ୍ରତି କୁଠାରଘାତ। କାହା ଇଙ୍ଗିତରେ ଏହି ଅଗଣତାନ୍ତ୍ରିକ କାର୍ଯ୍ୟ ହୋଇଛି ତାହା ସ୍ପଷ୍ଟ ହେବା ଦରକାର। ଲେନିନ ମହାନ୍ତି କହିଥିଲେ, ଜଣେ ଜନ ପ୍ରତିନିଧିଙ୍କୁ ଏପରି ଅଗଣତାନ୍ତ୍ରିକ ଭାବେ ଅଟକ ରଖିବାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରୁଛି। ଗ୍ରାମବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ, ବେନିୟମ ଭାବେ ସାଇଡିଂ ନିର୍ମାଣ କାହା ସ୍ୱାର୍ଥରେ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ।

https://www.thesakala.in/latest-odisha-news/sundargarh/bjd-condemns-detention-of-mla-yogesh-singh/article-40880
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର