ରାଜ୍ୟ ବଜେଟ୍‌ ୨୦୨୬-୨୭: କେଉଁ ବିଭାଗ ପାଇଁ କେତେ ଟଙ୍କାର ବ୍ୟୟବରାଦ ହେଲା, ଜାଣନ୍ତୁ…

Madhusudan Das Picture
Published On

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଆହୁରି ପଢ଼ନ୍ତୁ: ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି, ପ୍ରତିଶ୍ରୁତି ଦେଇ ଭୁଲିଗଲେ ଡବଲ ଇଞ୍ଜିନ ସରକାର

ଚଳିତ ବଜେଟ୍‌ରେ କେଉଁ ବିଭାଗକୁ ମିଳିଲା କେତେ କୋଟି ଟଙ୍କା:

ଆହୁରି ପଢ଼ନ୍ତୁ: ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା: ଦୁଇ ମାସ ପରେ ବି ନ୍ୟାୟ ଅପେକ୍ଷାରେ ୯୦ ବର୍ଷୀୟା ବୃଦ୍ଧା

  • ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟବରାଦ
  • ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
  • ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି
  • ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନକୁ ୫ ହଜାର ୮ କୋଟି
  • ରାଜ୍ୟରେ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାକୁ ୬୩୫ କୋଟି
  • ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି
  • ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ୬୩୦୯ କୋଟି
  • ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା
  • ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନାକୁ ୧୦୦ କୋଟି
  • ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୫୦୦ କୋଟି
  • ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି
  • ଅମୃତ ପ୍ରକଳ୍ପ ଯୋଜନାକୁ ୯୧୬ କୋଟି
  • ଫିଟ୍ ଓଡ଼ିଶା ମିଶନକୁ ୧୦ କୋଟି ଟଙ୍କା
  • ପଶ୍ଚିମ ଓଡ଼ିଶା ଡାଲଖାଇ ଯୋଜନା ପାଇଁ ୨୨୦ କୋଟି ଟଙ୍କା
  • ବାରିପଦାରେ ଛଉ ଏକାଡେମୀ ପ୍ରତିଷ୍ଠାକୁ ଗୁରୁତ୍ବ
  • ସୁଜଳା ଯୋଜନାକୁ ୮୨୦ କୋଟି ଟଙ୍କା
  • ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି

ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନା

ଆହୁରି ପଢ଼ନ୍ତୁ: ଶୋଇଥିବାବେଳେ ହୋଟେଲ୍‌ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଜାରି

1. ଭିବି ଜି ରାମ ଜି – ୫୫୭୫ କୋଟି
2. ସମୃଦ୍ଧ ଅଙ୍ଗନବାଡି ଯୋଜନା - ୬୩୫ କୋଟି
3. ମଡେଲ ମଣ୍ଡି – ୧୦୦ କୋଟି
4. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
5. ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି
6. ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି
7. ରେଆର ଆର୍ଥ କରିଡ଼ର - ୧୦ କୋଟି
8. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
9. ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି
10. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
11. ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ)
12. ଷ୍ଟେଟ ଏଆଇ ମିଶନ - ୨୩ କୋଟି
13. ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ - ୧୫୦ କୋଟି
14. ଡାଲଖାଇ – ୨୨୦ କୋଟି
15. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ
16. ଫିଟ୍ ଓଡ଼ିଶା ମିଶନ - ୧୦ କୋଟି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp