ଜାତୀୟ ଫ୍ଲୋରେନ୍ସ ନାଇଟ୍ଏଞ୍ଜଲ୍ ପୁରସ୍କାର ପାଇବେ ଏମ୍‌.କେ.ସି.ଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ

The Sakala Picture
Published On

ବ୍ରହ୍ମପୁର :  ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟ୍ଏଞ୍ଜଲ୍ ପୁରସ୍କାର ୨୦୨୧ ପାଇଁ ମନୋନୀତ ହୋଇଛନ୍ତି  ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କାର୍ଯ୍ୟରତ ନର୍ସ ଶିବାନୀ ଦାଶ।  ବୃତ୍ତି ପ୍ରତି ତାଙ୍କର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇବା ପାଇଁ ଭାରତୀୟ ନର୍ସିଂ କାଉନସିଲ୍ (INC) ଦ୍ୱାରା ପ୍ରତିଷ୍ଠିତ ଦେଶର ସର୍ବୋଚ୍ଚ ନର୍ସିଂ ସମ୍ମାନ ପାଇଁ ପଚାଶ ବର୍ଷ ବୟସ୍କା ଶିବାନୀ ଦାସଙ୍କୁ ମନୋନୀତ କରାଯାଇଛି। କରୋନା ମହାମାରୀ ସମୟରେ ରୋଗୀଙ୍କ ସେବା କରି ବେଶ୍ ଚର୍ଚ୍ଚାରେ […]

ବ୍ରହ୍ମପୁର :  ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟ୍ଏଞ୍ଜଲ୍ ପୁରସ୍କାର ୨୦୨୧ ପାଇଁ ମନୋନୀତ ହୋଇଛନ୍ତି  ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କାର୍ଯ୍ୟରତ ନର୍ସ ଶିବାନୀ ଦାଶ।  ବୃତ୍ତି ପ୍ରତି ତାଙ୍କର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇବା ପାଇଁ ଭାରତୀୟ ନର୍ସିଂ କାଉନସିଲ୍ (INC) ଦ୍ୱାରା ପ୍ରତିଷ୍ଠିତ ଦେଶର ସର୍ବୋଚ୍ଚ ନର୍ସିଂ ସମ୍ମାନ ପାଇଁ ପଚାଶ ବର୍ଷ ବୟସ୍କା ଶିବାନୀ ଦାସଙ୍କୁ ମନୋନୀତ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

କରୋନା ମହାମାରୀ ସମୟରେ ରୋଗୀଙ୍କ ସେବା କରି ବେଶ୍ ଚର୍ଚ୍ଚାରେ ରହିଥିଲେ ଏମ୍‌.କେ.ସି.ଜିର ନର୍ସ ଶିବାନୀ ଦାଶ । ଗଞ୍ଜାମ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା କରୋନା ସଂକ୍ରମିତଙ୍କୁ ଆବଶ୍ୟକୀୟ ସେବା ଯୋଗାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଏମ୍‌.କେ.ସି.ଜି କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ଦାଢି କାଟିବା, ସେମାନଙ୍କୁ ସଜାଇଦେବା ଭଳି କାର୍ଯ୍ୟରେ ଶିବାନୀଙ୍କ ଭୂମିକା ବେଶ୍ ଅପରିହାର୍ଯ୍ୟ ରହିଥିଲା। କୋଭିଡ଼୍ କାଳରେ ସ୍ୱାସ୍ଥ୍ୟକର୍ମୀ ଓ ଡ଼ାକ୍ତର ଓ ନର୍ସମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ମଧ୍ୟ। ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିବେଳେ ଏମ୍‌.କେ.ସି.ଜି ମେଡ଼ିକାଲରେ କାର୍ଯ୍ୟରତ ନର୍ସମାନେ ଲୋକଙ୍କ ଜୀବନ ବଞ୍ଚାଇବା ଓ ସେମାନଙ୍କୁ ଉଚିତ୍ ସେବା ଯୋଗାଇବାରେ ମାଇଲଖୁଣ୍ଟ ସାଜିଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ସମ୍ପ୍ରତି ଏଠାରେ କାର୍ଯ୍ୟରତ ଜଣେ ନର୍ସ ଶିବାନୀ ଦାଶ ଜାତୀୟ ଫ୍ଲୋରେନ୍ସ ନାଇଟଏଞ୍ଜେଲ୍ ୨୦୨୧ ପୁରସ୍କାର ପାଇବା ନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ପରେ ନର୍ସ ମହଲରେ ଖୁସିର ଲହରୀ ଖେଳିଯାଇଛି। ଆଗାମୀ ଦିନରେ ରାଷ୍ଟ୍ରପତିଙ୍କଠାରୁ ଶିବାନୀ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ ବୋଲି ଜଣାଯାଇଛି। ଏମକେସିଜିର ପ୍ରଥମ ମହିଳା ନର୍ସ ଭାବେ ସେ ଏହି ପୁରସ୍କାର ପାଇବେ। ଜାତୀୟ ଫ୍ଲୋରେନ୍ସ ନାଇଟ୍ଏଞ୍ଜଲ୍ ପୁରସ୍କାର ପାଇଁ ମାନୋନୀତ ହେବାପରେ ଶିବାନୀ କହିଛନ୍ତି ଯେ “ଦେଶର ସର୍ବୋଚ୍ଚ ନର୍ସିଂ ସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ମୁଁ ବହୁତ ଖୁସି। ଏହା ମୋତେ ଅଧିକ ସେବା କରିବାକୁ ଉତ୍ସାହିତ କରିବ ବୋଲି କହିଛନ୍ତି।’

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ବ୍ରହ୍ମପୁର ସହର ବାସିନ୍ଦା ତଥା ଯାଜପୁର ଟାଉନ କଣ୍ଟାବଣିଆରେ ଜନ୍ମିତ ଶିବାନୀ ଦାଶ ୨୦୦୭ ମସିହାରୁ ଏମକେସିଜିରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ କଲିକତାର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଅସହାୟ ରୋଗୀଙ୍କ ସେବା ତଥା ଅସୁବିଧାରେ ପଡ଼ିଥିବା ରୋଗୀଙ୍କ ସେବାରେ ରୁଚି ରଖୁଥିବା ଶିବାନୀ ସବୁବେଳେ ଜନସେବାରେ ବ୍ରତୀ ହୋଇଛନ୍ତି। ନର୍ସିଂ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର