ଖଣି ବିଲ୍‌ କାର୍ଯ୍ୟକାରୀ ହେଲେ ବ୍ୟାପକ କ୍ଷତି ସହିବ ଓଡ଼ିଶା, କ୍ଷୋଭ ପ୍ରକାଶ କଲେ ରଣେନ୍ଦ୍ର

Madhusudan Das Picture
Published On

ଭୁବନେଶ୍ୱର: ଲୋକସଭା ପରେ ରାଜ୍ୟସଭାରେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ପାରିତ ହୋଇଥିବା ବେଳେ ଏହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଛି। ଓଡ଼ିଶା ପରି ରାଜ୍ୟ ଯାହାର ମୁଖ୍ୟ ରାଜସ୍ୱ ଖଣି ଏବଂ ଖଣିଜ ଜମିରୁ ଆସିଥାଏ, ଏହାଦ୍ୱାରା ଅତ୍ୟଧିକ କ୍ଷତି ହେବାକୁ ଯାଉଥିବାରୁ ଏନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟ ସରକାର ଡବଲ ଇଞ୍ଜିନ ସରକାରର ସ୍ଲୋଗାନ ଦେଉଥିବା ବେଳେ ରାଜ୍ୟରୁ ବିଜେପିର ୨୦ ଜଣ ସାଂସଦ ଏହି ବିଲ ବିରୁଦ୍ଧରେ ମତାମତ ରଖିଥିଲେ କି ? ଏହି ବିଲ କାର୍ଯ୍ୟକାରୀ ହେଲେ ଓଡ଼ିଶା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ। ଏହା କ’ଣ ତାଙ୍କର ଡବଲ ଇଞ୍ଜିନର ପରିଣତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବରଗଡ଼ର ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ସେ କହିଛନ୍ତି ଯେ ଓଡ଼ିଶାର ଅନେକ ଜନକଲ୍ୟାଣକରି ଯୋଜନା ପାଇଁ ଅଧିକାଂଶ ସମ୍ୱଳ ଖଣି ଏବଂ ଖଣିଜ ଜମି ଉପରେ କର, ସେସ ରୁ ଆସିଥାଏ। ମାତ୍ର ଏହି ବିଲ କାର୍ଯ୍ୟକାରୀ ହେଲେ, ଓଡ଼ିଶା ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବ। ସରକାର ଏହି ଆଶଙ୍କାକୁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ନା ନାହିଁ? ଏହା କେବଳ ଏକ ବିଧେୟକ ନୁହେଁ, ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ କୁଠାରାଘାତ ବୋଲି ସେ କହିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୨୦୨୪ ଅଗଷ୍ଟରେ ସୁପ୍ରିମକୋର୍ଟ ସାମ୍ୱିଧାନିକ ପୀଠ ୮-୧ ରାୟରେ ଖଣିଜ ସମ୍ପଦ ଥିବା ଜମିରୁ ଟାକ୍ସ ଓ ସେସ ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ କ୍ଷମତାପ୍ରାପ୍ତ କରିଥିଲେ ଏବଂ ୨୦୦୫ ମସିହାଠାରୁ ବକେୟା ଟଙ୍କା ୧୨ ବର୍ଷ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଐତିହାସିକ ରାୟକୁ ବିରୋଧ କରି ବଡ଼ ବଡ଼ ଖଣି କମ୍ପାନୀଙ୍କୁ ସୁରକ୍ଷା ଦେବାକୁ ଏହି ବିଧେୟକ ଅଣା ଯାଇଛି। ଏହି ବିଲ ଯେ ଓଡ଼ିଶା ପରି ରାଜ୍ୟର ହିତ ପାଇଁ ପରିପନ୍ଥୀ, ଏଥିରେ କୌଣସି ଦ୍ୱିମତ ନାହିଁ। କିନ୍ତୁ ଆଜି ଓଡ଼ିଶାବାସୀ ପଚାରୁଛନ୍ତି ଯେ ଓଡିଶା ସରକାର ଏହା ବିରୁଦ୍ଧରେ ନୀରବ ରହିବେ ନା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ନିଜ ମତାମତ ପ୍ରଦାନ  କରିବେ। ଏହି ବିଧେୟକ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ସମସ୍ତ ଅଧିକାରଙ୍କୁ ନେଇ ଯାଇଛନ୍ତି। ଏହାଦ୍ୱାରା କେବଳ ଯେ ରାଜ୍ୟର ଜନ କଲ୍ୟାଣକାରୀ ଯୋଜନା ବ୍ୟାହତ ହେବ, ତାହା ନୁହେଁ, ରାଜ୍ୟର ଋଣଭାର ବଢିଯିବ। ନବୀନ ପଟନାୟକଙ୍କ ଦୂରଦର୍ଶୀ ଆର୍ଥିକ ପରିଚାଳନା ଯୋଗୁଁ ଓଡ଼ିଶା ଦେଶର ସବୁଠାରୁ ଶ୍ରେଷ୍ଠ ଆର୍ଥିକ ପରିଚାଳନା ରାଜ୍ୟ ଭାବେ ସମ୍ମାନିତ ହେଉଥିଲା, ଏବେ ତାହା ଧ୍ୱଂସ ହେବାକୁ ବସିଛି ବୋଲି ସେ ମତପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଘୁଚାପ ଜନିତ ଲଗାଣ ବର୍ଷା: ଜାତୀୟ ରାଜପଥରେ ଉଛୁଳୁଛି ପାଣି, ଯୋଗାଯୋଗ ବିଚ୍ଛିନ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର