୧୫ ପରେ କମିବ ବର୍ଷାର ପରିମାଣ; ଆସନ୍ତାକାଲି ରାଜ୍ଯର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବ୍ୟାପକ ବର୍ଷାର ସମ୍ଭାବନା ରହିଛି। ୧୫ ତାରିଖ ପରେ କମିବ ବର୍ଷାର ପରିମାଣ। ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଝାଡ଼ଖଣ୍ଡ ଉପରେ ରହିଛି ଯେଉଁଥିପାଇଁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଆସନ୍ତାକାଲି ତଥା ୧୧ ଓ ୧୨ ତାରିଖରେ କିଛି ସ୍ଥାନରେ […]

ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବ୍ୟାପକ ବର୍ଷାର ସମ୍ଭାବନା ରହିଛି। ୧୫ ତାରିଖ ପରେ କମିବ ବର୍ଷାର ପରିମାଣ। ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଝାଡ଼ଖଣ୍ଡ ଉପରେ ରହିଛି ଯେଉଁଥିପାଇଁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ।

ଆହୁରି ପଢ଼ନ୍ତୁ: ଅବକାରୀ ବିଭାଗର ଚଢ଼ାଉବେଳେ ୨୪୦୦ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

ଆସନ୍ତାକାଲି ତଥା ୧୧ ଓ ୧୨ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୩, ୧୪ ଓ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ୧୩ ତାରିଖରେ ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ ଜିଲ୍ଲାରେ ହୋଇପାରେ ବର୍ଷା । ପରେ ୧୫ ତାରିଖ ଦିନ ବର୍ଷା ହେବା ସହ ଏହା ପରଠାରୁ କମିବ ବର୍ଷାର ପରିମାଣ।

ଆହୁରି ପଢ଼ନ୍ତୁ: ଦେବ୍ରୀଗଡ଼ରେ ଠାବ ହୋଇଥିବା ମହାବଳ ବାଘ ଛତିଶଗଡ଼ରୁ ଆସିଛି: NTCA

ମୌସୁମୀ ପ୍ରଭାବରେ ୧ ଜୁନରୁ ଆଜି ପର୍ଯ୍ୟନ୍ତ ବର୍ଷାର ପରିମାଣ ୩୪ ପ୍ରତିଶତ ଅଧିକ ବର୍ଷା ରହିଛି ଯାହାକି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଚଳିତ ମାସରେ ବି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସଷ୍ଟାଣ୍ଡରେ ଅପହରଣ ଆତଙ୍କ ! ଚଳନ୍ତା ଅଟୋରେ ଯୁବତୀଙ୍କ ଚିତ୍କାରକୁ ନେଇ ହଟଚମଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର