ଜହ୍ଲାଦ ଦାଦା କେମିତି କରିଥିଲା ଆଶୁ’ର ହତ୍ୟା….ବଡ଼ ଖୁଲାସା କଲେ ପୁରୀ ଏସ୍ପି ବିନୀତ ଅଗ୍ରଓ୍ୱାଲ
ପୁରୀ : ଗତ ଦୁଇ ଦିନ ହେବ ପୁରୀ ଡେଲାଙ୍ଗ ରତନପୁରର ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁର ହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଯୌନପିପାସୁ ଦାଦା କିପରି ପୁତୁରା ସହ ଏପରି କରି ପାରିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆଜି ପୁରୀ ଏସ୍ପି ବିନୀତ ଅଗ୍ରଓ୍ୱାଲ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣା ଉପରେ ବଡ଼ ଖୁଲାସା କରିଛନ୍ତି। ପୁରୀ ଏସ୍ପି ବିନୀତ ଅଗ୍ରଓ୍ୱାଲ ଡେଲାଙ୍ଗ ରତନପୁର ବର୍ବର […]
ପୁରୀ : ଗତ ଦୁଇ ଦିନ ହେବ ପୁରୀ ଡେଲାଙ୍ଗ ରତନପୁରର ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁର ହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଯୌନପିପାସୁ ଦାଦା କିପରି ପୁତୁରା ସହ ଏପରି କରି ପାରିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆଜି ପୁରୀ ଏସ୍ପି ବିନୀତ ଅଗ୍ରଓ୍ୱାଲ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣା ଉପରେ ବଡ଼ ଖୁଲାସା କରିଛନ୍ତି।
ପୁରୀ ଏସ୍ପି ବିନୀତ ଅଗ୍ରଓ୍ୱାଲ ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ ଉପରେ ସୂଚନା ଦେଇ କହିଛନ୍ତି ଯେ ପିଲାକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଛି। ଅଭିଯୁକ୍ତ ପ୍ରଭାକର ସାହୁ ଘଟଣାଦିନ ପିଲାଟିକୁ ଘରକୁ ଡାକି ପ୍ରଥମେ ଥଣ୍ଡା ପିଇବାକୁ ଦେଇଥିଲା।ଟେନିସ ବଲ କିଣିବାକୁ ୧୦୦ ଟଙ୍କା ମଧ୍ୟ ଯାଚିଥିଲା । ଏପରି ପ୍ରଲୋଭିତ କରି ଯୌନ ନିର୍ଯାତନା ଦେଇଥିଲା ପ୍ରଭାକର। ଏହି ସମୟରେ ଘର ବାହାରେ ଗାଁ ଲୋକଙ୍କ ପାଟି ଶୁଭିଥିଲା।ଲୋକଙ୍କ ପାଟି ଶୁଣି ଆଶୀର୍ବାଦ କହିଥିଲା, ପଇସା ଦିଅ ନହେଲେ କହିଦେବି। ଲୋକଙ୍କ ପାଟି ଶୁଣି ଆଶୀର୍ବାଦର ପାଟି ଚିପି ଶ୍ୱାସରୁଦ୍ଧ କରିଥିଲା ଅଭିଯୁକ୍ତ ପ୍ରଭାକର। ପରେ ଘୋଷାରି ନେଇ ସେଫ୍ଟିକ ଟାଙ୍କିରେ ପକାଇ ଚାଲିଯାଇଥିଲା। ତେବେ ଟାଙ୍କିରେ ପଡ଼ିବା ପରେ ପିଲାଟିର ମୃତ୍ୟୁ ହୋଇଛି ନା ପୂର୍ବରୁ ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ଜଣାପଡିବ ବୋଲି ପୁରୀ ଏସପି କରିଛନ୍ତି।
ଅନ୍ୟପଟେ ଏଯାବତ ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି। ଅଭିଯୁକ୍ତର ମୋବାଇଲ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଶୀଘ୍ର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିଲେ ଚାର୍ଜସିଟ୍ ଦାଖଲ ହେବ ବୋଲି ଏସପି କହିଛନ୍ତି।
ସୂଚନାଯୋଗ୍ୟ ରତନପୁର ଗ୍ରାମର ୧୧ ବର୍ଷର ନାବାଳକ ଆଶ୍ରିବାଦ ଗତ ମଙ୍ଗଳବାର ଠାରୁ ଘରୁ ନିଖୋଜ ହୋଇଥିବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ଖୋଜା ଖୋଜି କରିବା ସହ ଅଗ୍ନିଶମ ବିଭାଗ ମଧ୍ୟ ଗାଁ ପୋଖରୀ ଆଦିରେ ସର୍ଚ୍ଚ ଅପରେସନ୍ କରିଥିଲା। ହେଲେ କିଛି ଖୋଜ୍ ଖବର ମିଳିନଥିଲା, ଏହାପରେ ସନ୍ଧାନୀ କୁକୁର ନେଇ ପୁଲିସ ଛାନଭିନ୍ ଚଳାଇଥିଲା । ଦୁଇ-ତିନିଥର ସନ୍ଧାନୀ କୁକୁର ଅଭିଯୁକ୍ତ ପ୍ରଭାକର( ବାପି) ସାହୁଙ୍କ ଘରକୁ ଯାଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପରେ ପଚରାଉଚରା କରିବାରୁ ସତ ସାମ୍ନାକୁ ଆସିଥିଲା। ଆଉ ଏହାପରେ ୨୦ ତାରିଖ ରାତିରେ ପୁଲିସ ଅଭିଯୁକ୍ତ ପ୍ରଭାକର ଘରର ପଛ ପଟେ ଥିବା ପାଇଖାନା ଟାଙ୍କିରୁ ଆଶୀର୍ବାଦ ସାହୁର ମୃତଦେହ ଉଦ୍ଧାର କରିଥିଲା।






