ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତ ନୂଆଗାଁ ଗ୍ରାମର ବାନାମ୍ବର ସାହୁଙ୍କ ପୁତ୍ର ରତ୍ନାକର ସାହୁ ଭାରତୀୟ ସେନାରେ କାର୍ଯ୍ୟ କରି ନିକଟରେ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଅନେକ ଘାତ ପ୍ରତିଘାତର ସାମନା କରି ଦେଶ ମାତୃକାର ସେବାରେ ନିୟୋଜିତ ଥିଲେ । ଯୁଦ୍ଧ କ୍ଷେତ୍ରରେ ଶତ୍ରୁତା ଏବଂ ଅନେକ ଥର ସନ୍ତ୍ରାସବାଦୀଙ୍କ ମୁକାବିଲା କରି ଦେଶବାସୀଙ୍କୁ ସୁରକ୍ଷା ଯୋଗାଇଛନ୍ତି । ଅବସର ନେବା ପରେ […]
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତ ନୂଆଗାଁ ଗ୍ରାମର ବାନାମ୍ବର ସାହୁଙ୍କ ପୁତ୍ର ରତ୍ନାକର ସାହୁ ଭାରତୀୟ ସେନାରେ କାର୍ଯ୍ୟ କରି ନିକଟରେ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଅନେକ ଘାତ ପ୍ରତିଘାତର ସାମନା କରି ଦେଶ ମାତୃକାର ସେବାରେ ନିୟୋଜିତ ଥିଲେ । ଯୁଦ୍ଧ କ୍ଷେତ୍ରରେ ଶତ୍ରୁତା ଏବଂ ଅନେକ ଥର ସନ୍ତ୍ରାସବାଦୀଙ୍କ ମୁକାବିଲା କରି ଦେଶବାସୀଙ୍କୁ ସୁରକ୍ଷା ଯୋଗାଇଛନ୍ତି । ଅବସର ନେବା ପରେ ସେ ନିଜ ଗ୍ରାମକୁ ଫେରି ଆସିଛନ୍ତି । କୃଷ୍ଣପ୍ରସାଦ ଅଞ୍ଚଳର ସମାଜସେବୀ ତଥା ଶ୍ରୀ ସାହୁଙ୍କ ଘନିଷ୍ଠ ବନ୍ଧୁ ଅଧ୍ୟାପକ ଗାନ୍ଧୀ କୁମାର ସାହୁଙ୍କ ସଂଯୋଜନାରେ ଯବାନ ଶ୍ରୀ ସାହୁଙ୍କୁ ବ୍ରହ୍ମପୁର ଷ୍ଟେସନ ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବାଜା ବାଣ ଫୁଟାଇ ଗ୍ରାମରେ ମିଷ୍ଟାନ୍ନ ବଣ୍ଟନ କରି ଏକ ଶୋଭାଯାତ୍ରାରେ ଯବାନ ଶ୍ରୀ ସାହୁଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । କାର୍ଯ୍ୟକ୍ରମରେ ମହନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ବିପ୍ରବର ବାରିକୀ, ପ୍ରଦୀପ କୁମାର ବେହେରା, ପ୍ରକାଶ ଚନ୍ଦ୍ର ସାହୁ, ସୁକାନ୍ତ କୁମାର ସାହୁଙ୍କ ସମେତ ସପରିବାର ଉପସ୍ଥିତ ଥିଲେ । ଏ ଭଳି ନିଆରା ପ୍ରୟାସ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହିତ ନୂତନ ଯୁବ ପୀଢ଼ିଙ୍କୁ ଦେଶ ସେବାରେ ସମର୍ପିତ ହେବା ପାଇଁ ସହାୟକ ହେବ ବୋଲି ପ୍ରକାଶ ପାଇଛି । ଶେଷରେ ବରିଷ୍ଠ ବିଜେପି ନେତା ରୋହିତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।






