ଅଲ୍ ଓଡ଼ିଶା ଦଳିତ ସମାଜର ଜିଲ୍ଲାସ୍ତରୀୟ ବୈଠକ

Suryakanta Picture
Published On

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୁମୁଣ୍ଡିଆ ପଞ୍ଚାୟତର ଚାରିଛକଠାରେ ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ପୁରୀ ଜିଲ୍ଲାସ୍ତରୀୟ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଗଠନର ରାଜ୍ୟ ଚେୟାରମ୍ୟାନ ଚିନ୍ତାମଣି ନାୟକ, ରାଜ୍ୟ ସଭାପତି ଗୋପୀନାଥ ନାୟକ, ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ, ଗଞ୍ଜାମ ଜିଲ୍ଲା ସଭାପତି ମନୋରଞ୍ଜନ ନିମାଇଁ, ଗଞ୍ଜାମ ଜିଲ୍ଲା ସମ୍ପାଦକ ରୋହିତ ନାୟକ ଏବଂ ବାବା ସାହେବ ଦଳିତ ଯୁବକ ସଂଘର ସଭାପତି ସୁଧୀର ନାୟକ ପ୍ରମୁଖ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

677b8854-02c4-4f6e-ad27-9e3cdf0ba10e

ଆହୁରି ପଢ଼ନ୍ତୁ: ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ; ଓଡ଼ିଶା ଉପକୂଳରେ ମେଗା ସମରାଭ୍ୟାସ ସାଗର କବଚ-୨

ବକ୍ତାମାନେ ଦଳିତ ସମାଜ ଉପରେ ହେଉଥିବା ସାମାଜିକ ବୈଷମ୍ୟ, ଅବହେଳା ଓ ନ୍ୟାୟ ପ୍ରାପ୍ତିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସମାଜରେ ସମାନ ଅଧିକାର ଓ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସଂଗଠିତ ହେବାର ଆବଶ୍ୟକତା ଉପରେ ମଧ୍ୟ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଆହୁରି ପଢ଼ନ୍ତୁ: କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ: ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇପାରନ୍ତି ରାଜ୍ୟ ସରକାର

455e5f5e-d3e2-4df8-95f2-a79792abd457

ବୈଠକରେ ଶରତ ଚନ୍ଦ୍ର ନାୟକଙ୍କୁ ପୁରୀ ଜିଲ୍ଲା ଦଳିତ ସମାଜ କଲ୍ୟାଣ ପରିଷଦର ସଭାପତି ଭାବେ ମନୋନୀତ କରାଯାଇଥିଲା। ଚଳିତ ମାସ ମଧ୍ୟରେ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଚୟନ କରି ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ଚେୟାରମ୍ୟାନ ଚିନ୍ତାମଣି ନାୟକ ଓ ପୁରୀ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ନାୟକ କହିଥିଲେ ଯେ, ଦଳିତ ସମାଜର ସାମାଜିକ ସୁରକ୍ଷା, ସମାନ ଅଧିକାର ଓ ବିକାଶ ପାଇଁ ସଂଗଠନକୁ ସାରା ରାଜ୍ୟରେ ସୁଦୃଢ଼ କରାଯିବ ଏବଂ ନ୍ୟାୟସଙ୍ଗତ ଦାବି ପାଇଁ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଛାଯିବ ନାହିଁ। ଶେଷରେ ସକ୍ରିୟ ସଭ୍ୟ ଶ୍ୟାମ ସୁନ୍ଦର ନାୟକ ସଭା ପରିଚାଳନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର