ରାଜ୍ୟରେ ସ୍ଵାଭାବିକ ହୋଇନି ଆଳୁ ସ୍ଥିତି, ପଶ୍ଚିମବଙ୍ଗରୁ ଗଳା ବାଟ ଦେଇ ଆସୁଛି ଗାଡ଼ି…

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଆଳୁ ସ୍ଥିତି ସ୍ଵାଭାବିକ ହୋଇନି। ପଶ୍ଚିମବଙ୍ଗରୁ ଅଧିକ ଟଙ୍କା ଲାଞ୍ଚ ଦିଆଯାଇ ଗାଡି ବୁଲିକି ଅଲଗା ରାସ୍ତାରେ ଆସୁଛି। ସରକାର ଗୋଟିଏ ଗାଡି ଆଳୁ ନେବାକୁ କହିଥିଲେ। ବ୍ୟବସାୟୀ ମହାସଂଘ ପକ୍ଷରୁ ସରକାରଙ୍କୁ ସେହି ଆଳୁ ଗାଡି ମଧ୍ୟରୁ ଦିଆଯାଇଛି। କୁଇଣ୍ଟାଲ ପିଛା ୨୯୦୦ ଟଙ୍କାରେ ଆଳୁ ଦେବାକୁ କୁହାଯାଇଥିଲା। ଗୋଟିଏ ଗାଡ଼ିରେ ୨୫ରୁ ୩୦ ଟନ ଆଳୁ ରହିଛି। ଯାହାକି ସରକାର ନେବାକୁ କହିଥିଲେ। ଗତକାଲି ସରକାର ଗୋଟିଏ ଗାଡି ଆଳୁ ନେବାକୁ […]

ଭୁବନେଶ୍ବର: ରାଜ୍ୟରେ ଆଳୁ ସ୍ଥିତି ସ୍ଵାଭାବିକ ହୋଇନି। ପଶ୍ଚିମବଙ୍ଗରୁ ଅଧିକ ଟଙ୍କା ଲାଞ୍ଚ ଦିଆଯାଇ ଗାଡି ବୁଲିକି ଅଲଗା ରାସ୍ତାରେ ଆସୁଛି। ସରକାର ଗୋଟିଏ ଗାଡି ଆଳୁ ନେବାକୁ କହିଥିଲେ। ବ୍ୟବସାୟୀ ମହାସଂଘ ପକ୍ଷରୁ ସରକାରଙ୍କୁ ସେହି ଆଳୁ ଗାଡି ମଧ୍ୟରୁ ଦିଆଯାଇଛି। କୁଇଣ୍ଟାଲ ପିଛା ୨୯୦୦ ଟଙ୍କାରେ ଆଳୁ ଦେବାକୁ କୁହାଯାଇଥିଲା। ଗୋଟିଏ ଗାଡ଼ିରେ ୨୫ରୁ ୩୦ ଟନ ଆଳୁ ରହିଛି। ଯାହାକି ସରକାର ନେବାକୁ କହିଥିଲେ। ଗତକାଲି ସରକାର ଗୋଟିଏ ଗାଡି ଆଳୁ ନେବାକୁ ଚାହିଁଥିଲେ ଓ ବ୍ୟବସାୟୀ ମହାସଂଘ ଏହା ଦେବାକୁ ସମ୍ମତି ଦେଇଥିଲେ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ଆଳୁ ଗାଡି ଅଲଗା ରାସ୍ତାରେ ଆସିବା ପାଇଁ ଯେଉଁ ଅଧିକ ଖର୍ଚ୍ଚ ପଡୁଛି ସରକାର ସେତିକିରେ ନେବେ ଓ ତାହା ଗ୍ରାହକଙ୍କ ଉପରେ ତାହା ପଡିବ ବୋଲି କହିଲା ମହାସଂଘ। କିନ୍ତୁ ଭିନ୍ନ ରାସ୍ତା ଦେଇ ଓଡିଶା ବଜାରକୁ ଆଜି ୨୫୦ ରୁ ୩୦୦ ଗାଡି ଆଳୁ ଆସିଛି। କୁଇଣ୍ଟାଲ ପିଛା ୨୮୦୦ ରୁ ୨୯୦୦ ପାଇକାରି ଦର ରହିଛି। ୧୫ ରୁ ୨୦ ଟ୍ରକ ୟୁପି ଗାଡି ଆସିଛି । ଆଉ ସବୁ ପଶ୍ଚିମବଙ୍ଗ ଆଳୁ। କିନ୍ତୁ ସ୍ୱାଭାବିକ ଭାବେ ପଶ୍ଚିମବଙ୍ଗ ଆଳୁ ଗାଡି ଛାଡୁ ନାହିଁ। ଆସନ୍ତା ମଙ୍ଗଳବାର ପଶ୍ଚିମବଙ୍ଗ ସରକାରଙ୍କ ସହ ସେଠାକାର ଆଳୁ ବ୍ୟବସାୟୀଙ୍କ ବୈଠକ ଅଛି। ପଶ୍ଚିମବଙ୍ଗର ଏହି ବୈଠକ ଓଡ଼ିଶାରେ ଆଳୁ ସ୍ଥିତିର ଭାଗ୍ୟ ନିର୍ଦ୍ଧାରଣ କରିବ। ୩୦ ରୁ ୫୦ ହଜାର ଟଙ୍କା ଗୋଟିଏ ଟ୍ରକରେ ଅଧିକ ଖର୍ଚ୍ଚ ପଡୁଛି। ଓଡ଼ିଶାରେ ଏବେ ଗଛିତ ଆଳୁ ମାତ୍ର ୧୨ ରୁ ୧୩ ହଜାର ଟନ ରହିଛି। ଯେତିକି ଆମଦାନୀ ହେବ ସେତିକି ଦର କମିବ। ବ୍ୟବସାୟୀ ମାନେ ତାଙ୍କ ପ୍ରୟାସରେ କରୁଛନ୍ତି ସରକାର ତାଙ୍କ ପ୍ରୟାସରେ କରନ୍ତୁ ବୋଲି ମହାସଂଘ କହିଛି। ଓଡ଼ିଶାରେ ଖାଉଟିଙ୍କୁ ଆଳୁ ମିଳିବା ଦରକାର ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସନ୍ତାନର ମଙ୍ଗଳ କାମନା କରି ଶ୍ରଦ୍ଧା ଓ ଭକ୍ତିର ସହ ରାଜ୍ୟରେ ପାଳିତ ହେଉଛି ପାରମ୍ପରିକ ‘ଷଠି ଓଷା’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର